ETV Bharat / bharat

ନଭେମ୍ବର ୧୨ ଯାଏଁ ଇଡି ହେପାଜତକୁ ଗଲେ ଅନିଲ ଦେଶମୁଖ

author img

By

Published : Nov 7, 2021, 3:39 PM IST

ଆସନ୍ତା ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଇଡି ହେପାଜତକୁ ପଠାଇଛନ୍ତି ବମ୍ବେ ହାଇକୋର୍ଟ । ଅଧିକ ପଢନ୍ତୁ...

ନଭେମ୍ବର ୧୨ ଯାଏଁ ଇଡି ହେପାଜତକୁ ଗଲେ ଅନିଲ ଦେଶମୁଖ
ନଭେମ୍ବର ୧୨ ଯାଏଁ ଇଡି ହେପାଜତକୁ ଗଲେ ଅନିଲ ଦେଶମୁଖ

ମୁମ୍ବାଇ: ଆସନ୍ତା ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ହେପାଜତକୁ ଗିରଫ ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ପଠାଇଲେ ବମ୍ବେ ହାଇକୋର୍ଟ । ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିଲେ ଅନିଲ । ସେପଟେ ମୁମ୍ବାଇର PMLA କୋର୍ଟ ଶନିବାର ଅନିଲଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିଲେ ।

ଜଷ୍ଟିସ୍ ମାଧବ ଜାମଦାରଙ୍କ ନେତୃତ୍ବାଧୀନ ଏକ ବେଞ୍ଚ ଇଡି ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ନଭେମ୍ବର 6 ରେ ଦେଶମୁଖଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଥିବା ସ୍ବତନ୍ତ୍ର ଅଦାଲତର ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ । ତେବେ ଏହି ନିଷ୍ପତ୍ତି ପ୍ରାକୃତିକ ନ୍ୟାୟର ନୀତି ବିରୁଦ୍ଧ ବୋଲି ଶୁଣାଣିରେ କୁହାଯାଇଥିଲା । ଦେଶମୁଖଙ୍କ କାଉନସେଲ ବିକ୍ରମ ଚୌଧୁରୀ ଓ ଆଡଭୋକେଟ ଅନିକେତ ନିକାମ କୋର୍ଟକୁ କହିଥିଲେ ଯେ ସେମାନେ ଯୋଗ୍ୟତା ଆଧାରରେ ଏହି ଆବେଦନକୁ ବିରୋଧ କରୁଛନ୍ତି । ଏହି NCP ନେତାଙ୍କୁ ଇଡ଼ି ପଚରାଉଚୁରା କରୁ ବୋଲି ସେ କହିଥିଲେ । ଏହାପରେ କୋର୍ଟ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଅନିଲଙ୍କୁ ଇଡି ହେପାଜତକୁ ପଠାଇଛନ୍ତି ।

ଏହା ବି ପଢନ୍ତୁ: ପୁଣି ୧୪ ଦିନିଆ ନ୍ୟାୟିକ ହାଜତକୁ ଗଲେ ଅନିଲ ଦେଶମୁଖ

ଗତ ନଭେମ୍ବର ୧ ତାରିଖରେ ଅନିଲଙ୍କୁ ତାଙ୍କ ବାସଭବନରେ ୧୨ ଘଣ୍ଟା ମାରାଥନ ଜେରା ପରେ ଗିରଫ କରି କୋର୍ଟରେ ହାଜର କରିଥିଲା ଇଡି । ଅନିଲଙ୍କ ଜାମିନ ଆବେଦନ ଖାରଜ କରିବା ସହ ନଭେମ୍ବର ୬ ତାରିଖ ଯାଏଁ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ କୋର୍ଟ । ତେବେ ତାଙ୍କ ପ୍ରଥମ ରିମାଣ୍ଡ ଅବଧି ଶନିବାର ଶେଷ ହେଉଥିବା ବେଳେ ପୁଣି ୧୪ ଦିନିଆ ନ୍ୟାୟିକ ହାଜତରେ ରହିବେ ବୋଲି ସ୍ପେଶାଲ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଗୃହମନ୍ତ୍ରୀ ଭାବେ ଦାୟିତ୍ବରେ ଥିବା ସମୟରେ ନିଜ ପଦବୀର ଅପବ୍ୟବହାର କରି ମହାରାଷ୍ଟ୍ର ପୋଲିସର ଗିରଫ ଅଧିକାରୀ ସଚିନ ଓ୍ବାଜେ ଏବଂ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କୁ ମୁମ୍ବାଇର ବାର ଓ ରେସ୍ତୋରାଁ ଗୁଡିକରୁ ମାସିକ ୧୦୦ କୋଟି ପର୍ଯ୍ୟନ୍ତ ଚାନ୍ଦା ଆଦାୟ ପାଇଁ ଅନିଲ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହେବା ପରେ ବିବାଦ ଘେରକୁ ଆସିଥିଲେ ଅନିଲ । ପରେ ତାଙ୍କୁ ଗୃହମନ୍ତ୍ରୀ ପଦରୁ ମଧ୍ୟ ତାଙ୍କୁ ହଟାଇ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.