ETV Bharat / bharat

ଅନିଲ ଦେଶମୁଖଙ୍କୁ ଆଶ୍ବସ୍ତି, ଜାମିନ ମଞ୍ଜୁର କଲେ ବମ୍ବେ ହାଇକୋର୍ଟ

author img

By

Published : Dec 12, 2022, 11:46 AM IST

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବଡ ଆଶ୍ବସ୍ତି । ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଅନିଲ ଦେଶମୁଖଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ଅନିଲ ଦେଶମୁଖଙ୍କୁ ଆଶ୍ବସ୍ତି, ଜାମିନ ମଞ୍ଜୁର କଲେ ବମ୍ବେ ହାଇକୋର୍ଟ
ଅନିଲ ଦେଶମୁଖଙ୍କୁ ଆଶ୍ବସ୍ତି, ଜାମିନ ମଞ୍ଜୁର କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: 100 କୋଟି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବଡ ଆଶ୍ବସ୍ତି ମିଳିଛି । ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଦୁଇପକ୍ଷ ଅଭିଯୋଗ ଶୁଣିବା ପରେ ଜଷ୍ଟିସ ଏମଏସ କାରନିକଙ୍କ ଖଣ୍ଡପୀଠ ଏହି ଜାମିନ ପ୍ରଦାନ କରିଛନ୍ତି । ଗତ ସପ୍ତାହରେ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ ଜଷ୍ଟିସ ଏମଏସ କାରନିକ ।

ଆଜି ଏନସିପି ନେତା ଅନିଲ ଦେଶମୁଖଙ୍କୁ ଜାମିନ ମିଳିଛି । ପୂର୍ବବର୍ଷ ନଭେମ୍ବରରୁ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ଗିରଫ ହୋଇଥିବା ଅନିଲ ଦେଶମୁଖ ଜେଲରେ ଅଛନ୍ତି । ଅକ୍ଟୋବର ମାସରେ ଜାମିନକୁ ବିରୋଧ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରିଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ । ଜାମିନ ମାମଲାରେ ସର୍ବୋଚ୍ଚ ଅଦାଲତ ହସ୍ତକ୍ଷେପ କରିବେ ନାହିଁ ବୋଲି କହିିଥିଲେ ହାଇକୋର୍ଟ ।

ସୂଚନାନୁସାରେ, ଅନିଲ ଦେଶମୁଖଙ୍କ ବିରୁଦ୍ଧରେ ମୁମ୍ବାଇର ବିଭିନ୍ନ ରେସ୍ତୋରାଁ ଓ ବାରରୁ ପ୍ରତିମାସରେ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାର ମାମଲା ରହିଛି । ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ତାଙ୍କ ବିରୁଦ୍ଧରେ ଏହି ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ହେଲେ ଦେଶମୁଖ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । କିନ୍ତୁ ବମ୍ବେ ହାଇକୋର୍ଟ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ସିବିଆଇକୁ ନିର୍ଦ୍ଦେଶ ହୋଇଥିଲା ।

ଏହା ବି ପଢନ୍ତୁ...ମୁସଲିମ ଭୋଟରଙ୍କୁ ବିଜେପି ବିଧାୟକଙ୍କ ଧମକ ! ମୋତେ ଭୋଟ ଦିଅ ନହେଲେ କାମ କରିବିନି

ଗତବର୍ଷ ଏପ୍ରିଲ 21ରେ ମାମଲା ରୁଜ୍ଜୁ ହେବା ପରେ ସେ ରାଜ୍ୟ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ପରେ ଇଡି ତଦନ୍ତ ଦାୟିତ୍ବ ପାଇଥିଲା । ଗତବର୍ଷ ନଭେମ୍ବରରେ ଇଡି ଅନିଲ ଦେଶମୁଖଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସେ ମୁ୍ମ୍ବାଇ ରୋଡ ଜେଲରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.