ETV Bharat / bharat

ବନ୍ଦୀ ଜୀବନ କାଟୁଥିବା କବି ଭରଭରାଙ୍କ ଚିକିତ୍ସା ପାଇଁ ବମ୍ବେ ହାଇକୋର୍ଟର ଅନୁମତି - jailed activist varavara rao

ମାଓବାଦୀ ଲିଙ୍କ ଅଭିଯୋଗରେ ସମାଜସେବୀ ତଥା କବି ଭରଭରା ରାଓଙ୍କୁ 2018 ତାଙ୍କୁ ଗିରଫ କରାଯାଇଥିଲା । ତଲୋଜା ଜେଲରେ ରଖାଯାଇଥିବାବେଳେ ରାଓଙ୍କ ସ୍ନାୟୁ ଜନିତ ସମସ୍ୟା ଦେଖା ଯାଇଥିଲା । ଅଧିକ ପଢନ୍ତୁ...

କବି ଭରଭରାଙ୍କ ଚିକିତ୍ସା ପାଇଁ ବମ୍ବେ ହାଇକୋର୍ଟର ଅନୁମତି

author img

By

Published : Nov 18, 2020, 5:38 PM IST

ମୁମ୍ବାଇ: ଜେଲରେ ବନ୍ଦୀ ଜୀବନ କାଟୁଥିବା ସମାଜସେବୀ ତଥା କବି ଭରଭରା ରାଓଙ୍କୁ ଚିକିତ୍ସା ଯୋଗାଇବାକୁ ଅନୁମତି ଦେଲେ ବମ୍ବେ ହାଇକୋର୍ଟ । 15 ଦିନ ପାଇଁ ମୁମ୍ବାଇ ସ୍ଥିତ ନାନାବତି ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଏହାର ସମସ୍ତ ଖର୍ଚ୍ଚ ମହାରାଷ୍ଟ୍ର ସରକାର ବହନ କରିବେ ବୋଲି ହାଇକୋର୍ଟ ଆଜି ତାଙ୍କ ଶୁଣାଣିରେ ରାୟ ଦେଇଛନ୍ତି । ଏଥିସହ ହସ୍ପିଟାଲକୁ ତାଙ୍କ ପରିବାର ଲୋକେ ଭେଟିବାକୁ ଅନୁମତି ଦିଆଯିବ ।

ମାଓବାଦୀ ଲିଙ୍କ ଅଭିଯୋଗରେ ରାଓଙ୍କୁ 2018 ତାଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ମାମଲାର ବିଚାର ଚାଲିଛି । ତଲୋଜା ଜେଲରେ ରଖାଯାଇଥିବାବେଳେ ରାଓଙ୍କ ସ୍ନାୟୁ ଜନିତ ସମସ୍ୟା ଦେଖା ଯାଇଥିଲା । ତେଣୁ ସେ ସବୁ କିଛି ଭୁଲି ଯାଇଥିଲେ । 81 ବର୍ଷ ବର୍ଷୀୟ ରାଓ ତାଙ୍କ ପରିବାର ଜାମିନ ଏବଂ ସ୍ନାୟୁଗତ ତଥା ଶାରୀରିକ ସ୍ବାସ୍ଥ୍ୟ ଖରାପ ଯୋଗୁଁ ତାଙ୍କୁ ତୁରନ୍ତ ମୁମ୍ବାଇର ନାନାବତୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିବାକୁ କହିଥିଲେ । ପରିବାର ଲୋକଙ୍କ ଆବେଦନ ପରେ ବମ୍ବେ ହାଇକୋର୍ଟ ରାଓଙ୍କ ଚିକିତ୍ସା ପାଇଁ ଅନୁମତି ଦେଇଛନ୍ତି ।

ସୂଚନାଯୋଗ୍ୟ, ଜୁଲାଇ 16 ତାରିଖ ରାଓ କୋଭିଡ ଦ୍ବାରା ସଂକ୍ରମିତ ହୋଇଥିଲେ । ଏହି ସମୟରେ ତାଙ୍କର ଚିକିତ୍ସା ପାଇଁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୁଲାଇ 30ରେ ସୁସ୍ଥ ହୋଇ ପୁଣି ଥରେ ଜେଲ ଜୀବନ କାଟୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.