ETV Bharat / bharat

ବିମାନରେ ବୋମା ଆତଙ୍କ, ଟିସୁ ପେପରରେ ମିଳିଲା ଧମକ

author img

By

Published : Nov 28, 2022, 1:39 PM IST

କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରେ ଅବତରଣ କରିଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ । ଅଧିକ ପଢନ୍ତୁ

ଟିସୁ ପେପରେ ଇଣ୍ଡିଗୋ ବିମାନରେ ବୋମା ଥିବା ଧମକ

ବେଙ୍ଗାଲୁରୁ: ଟିସୁ ପେପରରେ ବିମାନରେ ବୋମା ଥିବା ଧମକ । ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଏକ ଟିସୁ ପେପରେ ଉଲ୍ଲେଖ କରାଯାଇଛି (bomb threat message found in a tissue paper at Indigo flight)। ବେଙ୍ଗାଲୁରୁ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର(Bangalore Kempegowda International Airport)ରେ ଅବତରଣ କରିଥିବା ଇଣ୍ଡିଗୋ ବିମାନ ମଧ୍ୟରେ ଏକ ଟିସୁ ପେପରରେ ବୋମା ଥିବା ଉଲ୍ଲେଖ କରାଯାଇଛି । ଯାଞ୍ଚ ପରେ ଏହା ଏକ ମିଛ ଖବର ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ 5ଟା 29ରେ 6E 379 ଇଣ୍ଡିଗୋ ବମାନ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦର( Netaji Subhash Chandra Bose Airport)ରୁ ଉଡାଣ ଆରମ୍ଭ କରିଥିଲା । ସକାଳ 8ଟା 10 ମିନିଟରେ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା ଇଣ୍ଡିଗୋ ବିମାନ । ଏହାପରେ ବିମାନ ମଧ୍ୟରୁ କର୍ମଚାରୀ ମାନେ ଏକ ଟିସୁ ପେପରର ପାଇଥିଲେ, ଯେଉଁଥିରେ ବିମାନରେ ବୋମା ଥିବା ଉଲ୍ଲେଖ ରହିଥିଲା । ଏନେଇ ସଙ୍ଗେ ସଙ୍ଗେ ସୁରକ୍ଷାକର୍ମୀଙ୍କୁ ଡକା ଯାଇ ଯାଞ୍ଚ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Ramdev's salwar Remark: କ୍ଷମା ମାଗିଲେ ଯୋଗଗୁରୁ, କହିଲେ I'm sorry, but..

ଟିସୁ ପେପରେ ନୀଳ ରଙ୍ଗରେ ବିମାନରେ ବୋମା ଥିବା ନେଇ ଉଲ୍ଲେଖ ରହିଥିଲା, ବିମାନର ୬ଡି ସିଟରୁ ପେପରଟିକୁ ପାଇଥିଲେ ବିମାନ କର୍ମଚାରୀ । ଯେତେ ବେଳେ ବୋମା ନିଷ୍କ୍ରିୟକାରୀ ଟିମ ଯାଞ୍ଚ କରିଥିଲେ ବିମାନରେ ବୋମା ମିଳିନଥିଲା । ପରେ ଏହା ଏକ ମିଛ ଖବର ହୋଇଥିବା ଜଣାପଡିଥିଲା । କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର ପୋଲିସ ଷ୍ଟେସନରେ ବିମାନବନ୍ଦର କର୍ମଚାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ପୋଲିସ ଏହାର ତଦନ୍ତ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.