ETV Bharat / bharat

ଯୋଗୀଙ୍କୁ ବୋମାମାଡ କରି ହତ୍ୟା ଧମକ, ତଦନ୍ତ ଆରମ୍ଭ - ଉତ୍ତର ପ୍ରଦେଶ ରାଜନୀତି

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହ୍ବାଟ୍ସଆପରେ ହତ୍ୟା ଧମକ । ଆକ୍ସନ ମୋଡରେ ସାଇବର ସେଲ । ନମ୍ବର ଆଧାରରେ ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

ଯୋଗୀଙ୍କୁ ବୋମାମାଡ କରି ହତ୍ୟା ଧମକ, ତଦନ୍ତ ଆରମ୍ଭ

author img

By

Published : Aug 8, 2022, 9:36 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମାମାଡ କରି ହତ୍ୟା କରିବା ନେଇ ଏକ ଧମକପୂର୍ଣ୍ଣ ମେସେଜ ମିଳିବା ଆକ୍ସନ ମୋଡରେ ଆସଛି ପୋଲିସ । ଉତ୍ତର ପ୍ରଦେଶର ଗଲ୍ଫସିଟି ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଏକ ହ୍ବାଟ୍ସଆପ ନମ୍ବରରୁ ଏପରି ହତ୍ୟାଧମକ ଆସିଥିବ ଆସିଥିବା ଦେଖିବାକୁ ମିଳିଛି ।

ଗଲ୍ଫିସିଟି ପୋଲିସ ଅଧିକାରୀଙ୍କ ପାଖରୁ ମିଳିଥିବା ସୂଚନା ଅନୁସାରେ, ଏକ ହ୍ବାଟ୍ସଆପ ବାର୍ତ୍ତାରେ ଏହି ହତ୍ୟା ଧମକ ମିଳିଛି । ଏହି ନମ୍ବରଟି ଏକ ଅଜଣା ନମ୍ବର ହୋଇଥିବା ବେଳେ ସାଇବର ଥାନା ପୋଲିସ ଏହାକୁ ଯାଞ୍ଚ ଜାରି ରଖିଛି । ଖୁବଶୀଘ୍ର IP ଆଡ୍ରେସ ଜରିଆରେ ଏହି ମୋବାଇଲର ଲୋକେସନ ଠାବ କରାଯିବା ପରେ ଏହାର ବ୍ୟବହାରକାରୀଙ୍କୁ ମଧ୍ୟ ଚିହ୍ନଟ କରିବାରେ ସଫଳ ହେବା ନେଇ ପୋଲିସ କହିଛି । ଅଗଷ୍ଟ 2 ତାରିଖରେ ମଧ୍ୟ ଜଣେ ଯୁବକ ଯୋଗୀଙ୍କୁ ଏପରି ଭାବେ ହତ୍ୟା କରିବା ନେଇ ଧମକ ଦେଇଥିଲା । ପରେ ତାକୁ ଚିହ୍ନଟ କରିବା ସହ ଗିରଫ କରିବାରେ ସଫଳ ହୋଇଥିଲା ଉତ୍ତର ପ୍ରଦେଶ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.