ETV Bharat / bharat

Kolkata Airport: କତାର ଏୟାରଓ୍ବେଜ ବିମାନରେ ବୋମା ଆତଙ୍କ ! ଜାଣନ୍ତୁ ପୁରା ଘଟଣା

author img

By

Published : Jun 6, 2023, 9:35 PM IST

ବିମାନରେ ବୋମା ଆତଙ୍କ ଖେଳାଇଲେ ମାନସିକ ଅସୁସ୍ଥ ଯାତ୍ରୀ । ଯାଞ୍ଚ ପରେ ସାମ୍ନାକୁ ଆସିଲା ସତ । ବିଳମ୍ବରେ ଉଡିଲା ବିମାନ । ଅଧିକ ପଢନ୍ତୁ

Kolkata Airport: କତାର ଏୟାରଓ୍ବେଜ ବିମାନରେ ବୋମା ଆତଙ୍କ

କୋଲକାତା: ବିମାନରେ ଅଛି ବୋମା.... । ଏପରି ଚିତ୍କାର କରି ଦୌଡିଲେ ବିମାନରେ ବୋର୍ଡିଂ କରିସାରିଥିବା ଜଣେ ଯାତ୍ରୀ । ସହଯାତ୍ରୀଙ୍କ ମଧ୍ୟରେ ମଧ୍ୟ ଭୟ ଖେଳିଗଲା । ସମସ୍ତେ ବୋମା ଭୟରେ ବିମାନରୁ ଓହ୍ଲାଇ ଜୀବନ ବଞ୍ଚାଇବାକୁ ଚାହିଁଲେ । ଫଳରେ କଥା ସିଆଇଏସଫ ଓ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଲା । ବୋମା ବୋଲି ଚିତ୍କାର କୁରଥିବା ବ୍ୟକ୍ତିଙ୍କୁ କାବୁ କରାଯାଇ ଜେରା କରାଗଲା । ହେଲେ ତାଙ୍କୁ କେହି ଜଣେ ବ୍ୟକ୍ତି ଏହି ନିର୍ଦ୍ଦିଷ୍ଟ ବିମାନରେ ବୋମା ଥିବା କହିଥିବା ସେ କହିଥିଲେ । ଯାହାକୁ ନେଇ ପୋଲିସର ସନ୍ଦେହ ବଢିଥିଲା । ସମ୍ପୃକ୍ତ ଯାତ୍ରୀଙ୍କ ପରିବାର ସହ ଯୋଗାଯୋଗ କରିଥିଲା ପୋଲିସ । ହେଲେ ଯାତ୍ରୀଙ୍କ ବାପା ସମ୍ପୃକ୍ତ ବ୍ୟକ୍ତିଙ୍କର ମାନସିକ ଅସନ୍ତୁଳନ ଥିବା ପୋଲିସକୁ ସୂଚନା ଦେବା ପରେ ବୋମା ଆତଙ୍କର ପରିସମାପ୍ତି ଘଟିଥିଲା । ଏପରି ହାଇଡ୍ରାମା କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଆଜି ପ୍ରାୟ ଭୋର 3:29 ରେ କୋଲକାତାରୁ ଦୋହା ଅଭମୁଖେ ଉଡାଣ ଭରିବା ପାଇଁ ପ୍ରସ୍ତୁତ ହେଉଥିଲା କତାର ଏୟାରଓ୍ବେଜର ଏହି ବିମାନ । ଯାତ୍ରୀମାନେ ବୋର୍ଡିଂ ମଧ୍ୟ କରିସାରିଥିଲେ । ଏହି ସମୟରେ ଜଣେ ଯାତ୍ରୀ ବିମାନ ମଧ୍ୟରେ ଚିତ୍କାର କରି ଏପରି ସ୍ଥିତି ସୃଷ୍ଟି କରିଥିଲେ । ପୋଲିସ ଦ୍ବାରା ଏହି ଯାତ୍ରୀଙ୍କୁ ଅଟକ ରଖି ଜେରା କରାଯିବା ପରେ ତାଙ୍କ ନାମ ଜନ୍‌ ଜାଭେଦ କାଜି ବୋଲି ଜଣାପଡିଥିଲା । ସେ କୋଲକାତାରୁ ଦୋହା ଭାୟା ହୋଇ ଲଣ୍ଡନ ଯାତ୍ରା କରୁଥିଲେ । ହେଲେ ସେ ପୂର୍ବରୁ ମାନସିକ ରୋଗରେ ଆକ୍ରାନ୍ତ ଓ ସେ ଚିକିତ୍ସାଧୀନ ଥିବା ବୋଲି ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ପୋଲିସ ସୂଚନା ପାଇଛି । ତଥାପି ସତର୍କତାମୂଳକ ଭାବେ ବିମାନରେ ଡଗ ସ୍କ୍ବାଡ ସହ ବୋମା ଯାଞ୍ଚ ମଧ୍ୟ କରାଯାଇଥିଲା ।

ତେବେ ପରିବାର ପକ୍ଷରୁ ସେ ମାନସିକ ରୋଗରେ ଚିକିତ୍ସାଧୀନ ଥିବା ସୂଚନା ମିଳିବା ସତ୍ତ୍ବେ ମଧ୍ୟ ପୋଲିସ ଏହାକୁ ହାଲକାରେ ନେଇନଥିଲା । ସେ ମାନସିକ ଭାବେ ଅସୁସ୍ଥ ବୋଲି ସ୍ପଷ୍ଟ ହେବା ପାଇଁ ସମ୍ପୃକ୍ତ ଯାତ୍ରୀଙ୍କ ଚିକିତ୍ସା ସମ୍ପର୍କିତ କାଗଜପତ୍ର ମଧ୍ୟ ମାଗିଥିଲା ପୋଲିସ । କିଛି ସମୟର ଏପରି ସ୍ଥିତି ପରେ ବିମାନଟି ବିଳମ୍ବରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଟେକ-ଅଫ କରିଥିବା ସୂଚନା ମିଳିଛି । ଅନେକ କ୍ଷେତ୍ରରେ ବିମାନରେ ବୋମା ଥିବା ନେଇ ଗୁଜବ ସୃଷ୍ଟି କରାଯାଏ । କେବେ ଯାତ୍ରୀଙ୍କ ଫୋନକୁ କିମ୍ବା ବିମାନ ବନ୍ଦର ଏଟିସିକୁ ବୋମା ଥିବା ନେଇ ଅଜଣା କଲ ଆସିବାର ନଜିର ରହିଛି । ହେଲେ ପ୍ରାଥମିକ ତଦନ୍ତ ପରେ ଏହା ଗୁଜୁବ ହୋଇଥିବା ଜଣାପଡେ । ନିକଟ ଅତୀତରେ ଏହିପରି ଏକାଧିକ ଘଟଣା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.