ଥିରୁଅନନ୍ତପୁରମ: କେରଳର RSS ଅଫିସକୁ ବୋମାମାଡ । କନ୍ନୁର ଜିଲ୍ଲାର ପୟାନୁରରେ ଥିବା ସଂଘ କାର୍ଯ୍ୟାଳୟକୁ ବୋମାମାଡ କରିଛନ୍ତି ଦୁର୍ବୃତ୍ତ । ଏଥିରେ କେହି କର୍ମକର୍ତ୍ତା ମୃତାହତ ହୋଇନଥିବା ସୂଚନା ମିଳିଛି । ଗତକାଲି ପ୍ରାୟ ମଧ୍ୟରାତ୍ରିରେ ଏହି ଆକ୍ରମଣକୁ ରୂପ ଦେଇଛନ୍ତି ଦୁର୍ବୃତ୍ତ ।
-
Kerala | Bomb hurled at RSS office in Payyannur, Kannur district. The incident happened early this morning with window glasses of the building broken in the attack, as per Payyannur police
— ANI (@ANI) July 12, 2022 " class="align-text-top noRightClick twitterSection" data="
">Kerala | Bomb hurled at RSS office in Payyannur, Kannur district. The incident happened early this morning with window glasses of the building broken in the attack, as per Payyannur police
— ANI (@ANI) July 12, 2022Kerala | Bomb hurled at RSS office in Payyannur, Kannur district. The incident happened early this morning with window glasses of the building broken in the attack, as per Payyannur police
— ANI (@ANI) July 12, 2022
CPM-DYFI କର୍ମକର୍ତ୍ତା ଧନରାଜଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଏହି ଆକ୍ରମଣ କରାଯାଇଛି । ତେଣୁ ଏହାକୁ CPM ସମର୍ଥକମାନେ କରିଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଗତବର୍ଷ ଜୁଲାଇ 11 ତାରିଖରେ ବାମଦଳ କର୍ମକର୍ତ୍ତା ଧନରାଜଙ୍କ ହତ୍ୟା ହୋଇଥିଲା । ଏହି ହତ୍ୟାକାଣ୍ଡ ପଛରେ ବିଜେପି ଓ ସଂଘର ସଦସ୍ୟଙ୍କ ହାତ ଥିବା ମଧ୍ୟ ଅଭିଯୋଗ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ