ETV Bharat / bharat

ଶୌଚାଳୟରେ ଜଗିଥିଲା ଯମ ! ବିସ୍ଫୋରଣରେ ଚାଲିଗଲା ନାବାଳକ ଜୀବନ

ପଶ୍ଚିମବଙ୍ଗରେ ଦିନକୁ ଦିନ ହିଂସାତ୍ମକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ବଙ୍ଗାଓଁରେ ଥିବା ଏକ ଶୌଚାଳୟରେ ବୋମା ବିସ୍ପୋରଣରେ 12ବର୍ଷର ବାଳକର ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ

ବିସ୍ଫୋରଣରେ ନାବାଳକ ମୃତ
ବିସ୍ଫୋରଣରେ ନାବାଳକ ମୃତ
author img

By

Published : Jun 5, 2023, 7:21 PM IST

କୋଲକତା: ଅଶାନ୍ତ ପଶ୍ଚିମବଙ୍ଗରେ ଭୟଙ୍କର ବିସ୍ଫୋରଣ । ସୁଲଭ ଶୌଚାଳୟରେ ବୋମା ବିସ୍ଫୋରଣ ଯୋଗୁଁ ଚାଲିଗଲା 12 ବର୍ଷୀୟ ବାଳକର ଜୀବନ । ସୂଚନା ଅନୁସାରେ, ପଶ୍ଚିମବଙ୍ଗ ସ୍ଥିତ ବଙ୍ଗାଓଁରେ ଥିବା ଏକ ଶୌଚାଳୟରେ ଖଞ୍ଜାଯାଇଥିଲା ବୋମା । ଫଳରେ ଶୌଚାଳୟକୁ ଯାଇଥିବା ସମୟରେ ବିସ୍ଫୋରଣ କାରଣରୁ ଜଣେ ନାବାଳକର ଜୀବନ ଚାଲିଯାଇଛି । ତେବେ ମୃତ ବାଳକର ନାଁ ରାଜୁ ରାୟ ବୋଲି ଜଣାପଡିଛି । ରାଜୁ ନିକଟସ୍ଥ ସୁବାସପଲ୍ଲୀ ଅଞ୍ଚଳର ହୋଇଥିବାବେଳେ ସେ ଏକ ସାଇକେଲ ମରାମତି ଗ୍ୟାରେଜରେ କାମ କରୁଥିଲା । ସୋମବାର ସକାଳ ପ୍ରାୟ 8ଟା ସମୟରେ ସେ ବକ୍ସିପଲ୍ଲୀ ଅଞ୍ଚଳରେ ଥିବା ଏକ ସୁଲଭ ଶୌଚାଳୟକୁ ଯାଇଥିବାବେଳେ ଏଭଳି ଭୟଙ୍କର ବିସ୍ଫୋରଣ ହୋଇଥିବା ଜଣାପଡିଛି ।

ବିସ୍ଫୋରଣର ଶବ୍ଦ ଏତେ ଭୟଙ୍କର ଥିଲା ଯେ, ଏହାକୁ ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ରାଜୁ ଶୌଚାଳୟକୁ ପ୍ରବେଶ କରିବାର କିଛି ସମୟ ମଧ୍ୟରେ ହିଁ ହୋଇଥିଲା ବିସ୍ଫୋରଣ । ତେବେ ସ୍ଥାନୀୟ ଲୋକେ ତୁରନ୍ତ ରାଜୁକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ, ହେଲେ ଡାକ୍ତର ସେଠାରେ ପିଲାଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ଘଟଣାସ୍ଥଳରୁ 8ଟି ବୋମା ଜବତ କରିଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ।

ଅପରପକ୍ଷେ ଏହି ବିସ୍ଫୋରଣ ଘଟଣା ନେଇଛି ରାଜନୈତିକ ମୋଡ । ଆହୁରି ଅନେକ ବୋମା ମଧ୍ୟ ଗଚ୍ଛିତ ରଖାଯାଇଥାଇପାରେ ବୋଲି ଆଶଙ୍କା କରାଯାଉଥିବା କହିଛନ୍ତି ବଙ୍ଗାଓଁ ପୌରାଧ୍ୟକ୍ଷ ଗୋପାଳ ସେଠ୍ । ଆଉ କିଛି ଦିନ ପରେ ସେହି ସ୍ଥାନକୁ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଗସ୍ତର କାର୍ଯ୍ୟକ୍ରମ ରହିଛି । ହେବାକୁ ଥିବା କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ବିରୋଧୀଙ୍କ ଏହା ହୀନ ଚକ୍ରାନ୍ତ ହୋଇଥାଇପାରେ ବୋଲି କହିଛନ୍ତି ପୌରାଧ୍ୟକ୍ଷ ।

ସେପଟେ ପଶ୍ଚିମବଙ୍ଗରେ ବାରମ୍ବାର ହେଉଥିବା ହିଂସା କାଣ୍ଡ ଓ ବୋମା ବିସ୍ଫୋରଣ ଘଟଣା ପାଇଁ ମମତା ସରକାର ଦାୟୀ ବୋଲି କହିଛନ୍ତି ବଙ୍ଗାଓଁର ବିଜେପି ବିଧାୟକ ଅଶୋକ କିର୍ତ୍ତନୀୟା । ବର୍ତ୍ତମାନ ପଶ୍ଚିମବଙ୍ଗର ସ୍ଥିତି ୟୁକ୍ରେନ ଠାରୁ ମଧ୍ୟ ଉଦବେଗଜନକ ହୋଇ ପଡିଛି ବୋଲି କହିଛି ରାଜ୍ୟ ବିଜେପି ।

ଗତ କିଛି ତିନ ତଳେ ବିରଭୂମ ଜିଲ୍ଲାରେ ଜଣେ ଟିଏମସି ନେତାଙ୍କ ବାସଭବନ ଉପରକୁ ବୋମାମାଡ ହୋଇଥିଲା । ସେହିପରି ଦକ୍ଷିଣ 24 ପ୍ରଗଣା ଜିଲ୍ଲାରେ ହୋଇଥିବା ଏକ ବିସ୍ଫୋରଣରେ ଗୋଟିଏ ପରିବାରର 3ଜଣ ସଦସ୍ୟ ପ୍ରାଣ ହରାଇଥିଲେ । ମେ ମାସ 16 ତାରିଖରେ ଲଗାତର ଦୁଇ ଦୁଇଟି ବିସ୍ଫୋରଣ ହୋଇଥିବାର ଖବର ମଧ୍ୟ ରହିଛି । ଯେଉଁଥିରେ ପୂର୍ବ ମେଦିନିପୁର ଜିଲ୍ଲାର 12 ଜଣଙ୍କ ଜୀବନ ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.