ETV Bharat / bharat

ମାନବ ଚାଲାଣ: ଜଣାଶୁଣା କଣ୍ଠଶିଳ୍ପୀ ଦଲେର ମେହେନ୍ଦୀଙ୍କୁ ଦୁଇ ବର୍ଷ ଜେଲ

author img

By

Published : Jul 14, 2022, 5:56 PM IST

ମାନବ ଚାଲାଣ ମାମାଲାରେ ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

ମାନବ ତଷ୍କରୀ ଅଭିଯୋଗ, ଜେଲ୍‌ ଗଲେ ଜଣାଶୁଣା କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ

ଚଣ୍ଡିଗଡ଼: ମାନବ ଚାଲାଣ ମାମାଲାରେ ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀଙ୍କୁ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ୧୮ ବର୍ଷ ପୂର୍ବ ପୁରୁଣା ଏହି ମାମଲାରେ ପଟିଆଲା କୋର୍ଟ ଦଲେର ମେହେନ୍ଦୀଙ୍କୁ ଶୁଣାଯାଇଥିବା ରାୟକୁ କାଏମ ରଖିଛନ୍ତି । ଏହାପରେ ତାଙ୍କ ମେଡିକାଲ ଯାଞ୍ଚ କରାଯାଇ ପଟିଆଲା ଜେଲ୍‌ ପଠାଇବାକୁ ବ୍ୟବସ୍ଥା କରୁଛି ପୋଲିସ ।

ବେଆଇନ ତରିକାରେ ଦଲେର ମହେନ୍ଦୀ ଲୋକଙ୍କୁ ବିଦେଶ ପଠାଉଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ସେ ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୮ରେ ତଳ ଅଦାଲତ ଦଲେର ମେହେନ୍ଦୀଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଥିଲେ । ଏହାକୁ ପଟିଆଲ ସେସନ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଦଲେର ମେହେନ୍ଦୀ । ତେବେ ପଟିଆଲା ସେସନ କୋର୍ଟ ତାଙ୍କ ଦଣ୍ଡକୁ କାୟମ ରଖିଛନ୍ତି ।

୧୦ ଜଣଙ୍କୁ ପଠାଇଥିଲେ ବିଦେଶ

ସେପ୍ଟେମ୍ବର ୧୯, ୨୦୦୩ ମସିହାରେ ମ୍ୟୁଜିକାଲ୍‌ କନ୍‌ସର୍ଟ ଆଳରେ ଲୋକଙ୍କୁ ବିଦେଶ ପଠାଇଥିବା ଅଭିଯୋଗ ହୋଇଥିଲା । ପ୍ରଥମ ଦଲେରଙ୍କ ବଡ଼ଭାଇ ସମ୍‌ଶେରଙ୍କ ବିରୋଧରେ ଏହି ଅଭିଯୋଗ ଆସିଥିଲା । ତେବେ ତଦନ୍ତ ବେଳେ ଦଲେର ମଧ୍ୟରେ ଏଥିରେ ସମ୍ପୃକ୍ତ ଥିବା ତଥ୍ୟ ମିଳିଥିଲା । ଦଲେର ମେହେନ୍ଦୀ ମୋଟ ୧୦ ଜଣଙ୍କୁ ବେଆଇନ ଭାବରେ ବିଦେଶ ପଠାଇଥିବା ଅଭିଯୋଗ ଥିଲା । ଏଥିପାଇଁ ସେ ୧୦ ଜଣଙ୍କଠାରୁ ଟଙ୍କା ନେଇଥିବା ଅଭିଯୋଗ ମଧ୍ୟ ହୋଇଥିଲା ।

ହାଇକୋର୍ଟ ଯାଇପାରନ୍ତି ଦଲେର ମେହେନ୍ଦୀ

୧୯୯୮-୯୯ରେ ଦଲେର ମେହେନ୍ଦୀ ଲୋକଙ୍କୁ ମ୍ୟୁଜିକାଲ କନ୍‌ସର୍ଟ ଆଳରେ ବିଦେଶ ନେଇଯାଇଥିଲେ । ପଟିଆଲା ସେସନ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦଲେଲ ମେହେନ୍ଦୀ ଅପିଲ୍‌ କରି ପାରନ୍ତି । ତେବେ ଏହାକୁ ନେଇ କଏହାକୁ ନେଇ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ମିଳିନାହିଁ । ବର୍ତ୍ତମାନ ପାଇଁ ସେ କୋର୍ଟଙ୍କ ନିର୍ଦ୍ଦେଶ ମାନିବାକୁ ବାଧ୍ୟ । ପଟିଆଲା ଜେଲ୍‌ରେ ପୂର୍ବରୁ ନବଜୋତ ସିଂ ସିଦ୍ଧୁ ମଧ୍ୟ ଏକ ବର୍ଷ ଜେଲ୍‌ ଦଣ୍ଡ ଭୋଗୁଛନ୍ତି । ସେ ଉଦ୍ଦେଶ୍ୟହୀନ ଭାବରେ ହତ୍ୟା ଅଭିଯୋଗରେ ଦଣ୍ଡ ଭୋଗୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.