ETV Bharat / bharat

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021; ଅବସାଦ ଦେଖେନି ସମ୍ଭ୍ରାନ୍ତ କି ସୁପରଷ୍ଟାର

ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ପାଳନ କରାଯାଇଥାଏ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ । ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧିତ ଶିକ୍ଷା ଏବଂ ସଚେତନତା ବଢାଇବା ସହ ଏହା ସହ ଜଡିତ ସାମାଜିକ ଅପବାଦର ବିଲୋପ କରିବା ଏହାର ଲକ୍ଷ୍ୟ । ତେବେ ଏହି ଅବସରରେ, ଆମେ ସେହି ବଲିଉଡ ତାରକାମାନଙ୍କ ବିଷୟରେ କିଛି କହିବୁ, ଯେଉଁମାନେ ସେମାନଙ୍କ ଜୀବନରେ କୌଣସି କାରଣରୁ ଭାରି ଡିପ୍ରେସନର ଶିକାର ହୋଇଥିଲେ ।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021: ଚାଲନ୍ତୁ ଜାଣିବା ଡିପ୍ରେସନର ଶିକାର ହୋଇଥିବା କିଛି ବଲିଉଡ ତାରକାଙ୍କ ବିଷୟରେ

author img

By

Published : Oct 10, 2021, 1:00 PM IST

ହାଇଦ୍ରାବାଦ: ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ପାଳନ କରାଯାଇଥାଏ ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ । ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧିତ ଶିକ୍ଷା ଏବଂ ସଚେତନତା ବଢାଇବା ସହ ଏହା ସହ ଜଡିତ ସାମାଜିକ ଅପବାଦର ବିଲୋପ କରିବା ଏହାର ଲକ୍ଷ୍ୟ । ଏହି ଦିନ ମାନସିକ ସ୍ବାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶଂସନୀୟ କାର୍ଯ୍ୟ କରାଯାଏ | World Federation for Mental Health ନାମକ ସଂସ୍ଥାର ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁ ଏହି ଦିବସ ୧୯୯୨ ମସିହାରେ ପାଳିତ ହୋଇଥିଲା । ବର୍ତ୍ତମାନ ସମୟରେ ବିଶ୍ବର ଅର୍ଦ୍ଧାଧିକ ଲୋକ ମାନସିକ ରୋଗରେ ପୀଡିତ ଅଛନ୍ତି। ଯଦି ସର୍ଭେ କରାଯାଏ, ପ୍ରତି ଦୁଇ ଜଣରେ ଜଣେ ମାନସିକ ରୋଗରେ ପୀଡିତ ବାହାରିବେ । ଆଉ ଏହାର ପରିଣାମ ଅତି ଭୟଙ୍କର ହୋଇଥାଏ। ତେବେ ବିଶ୍ବ ସ୍ବାସ୍ଥ୍ୟ ମାନସିକ ଦିବସ 2021 ଅବସରରେ, ଆମେ ସେହି ବଲିଉଡ ତାରକାମାନଙ୍କ ବିଷୟରେ କିଛି କହିବୁ, ଯେଉଁମାନେ ସେମାନଙ୍କ ଜୀବନରେ କୌଣସି କାରଣରୁ ଭାରି ଚାପର ଶିକାର ହୋଇଥିଲେ ।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021: ଚାଲନ୍ତୁ ଜାଣିବା ଡିପ୍ରେସନର ଶିକାର ହୋଇଥିବା କିଛି ବଲିଉଡ ତାରକାଙ୍କ ବିଷୟରେ
ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021: ଚାଲନ୍ତୁ ଜାଣିବା ଡିପ୍ରେସନର ଶିକାର ହୋଇଥିବା କିଛି ବଲିଉଡ ତାରକାଙ୍କ ବିଷୟରେ

ସୁଶାନ୍ତ ସିଂ ରାଜପୁତ

ଯୁବ ବୟସରେ ସଫଳତାର ଶୀର୍ଷ ଛୁଇଁଥିବା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ଖବର ଏବେ ବି ଅନେକଙ୍କୁ ସ୍ତବ୍ଧ କରି ରଖିଛି । ମୁମ୍ବାଇ ବାନ୍ଦ୍ରାସ୍ଥିତ ବାସଭବନରେ ଝୁଲନ୍ତା ଅବସ୍ଥାରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲେ । ଫିଲ୍ମରେ ଲୁଜରର ସଂଜ୍ଞା ବୁଝାଉଥିବା ଏହି ଅଭିନେତା ନିଜେ ହିଁ ଜୀବନଯୁଦ୍ଧରେ ହାରିଯାଇଥିଲେ । ପୋଲିସ ଘରୁ କିଛି ସାମଗ୍ରୀ ଜବତ କରିବା ବେଳେ ୬ ମାସ ସୁଶାନ୍ତ ସିଂ ରାଜପୁତ ମାନସିକ ଚାପରେ ଥିବା ସୂଚନା ଦେଇଥିଲା, ଯାହାକୁ ନେଇ ଏବେ ବି ଚର୍ଚ୍ଚା ଧରିଛି।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021
ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021

ଶାହାରୁଖ ଖାନ

ବଲିଉଡର ବାଦଶାହା କୁହାଯାଉଥିବା ଶାହାରୁଖ ଖାନଙ୍କ ପାଖରେ କୌଣସି ଜିନିଷର ଅଭାବ ନାହିଁ। ଏହା ସତ୍ତ୍ବେ ଶାହାରୁଖ ମଧ୍ୟ ଡିପ୍ରେସନର ଶିକାର ହୋଇଥିଲେ। ଶାହାରୁଖ ଖାନଙ୍କ କାନ୍ଧରେ ଗଭୀର ଆଘାତ ଲାଗିଥିଲା, ଯେଉଁଥିପାଇଁ ସେ ତାଙ୍କ କ୍ୟାରିୟରକୁ ନେଇ ଚିନ୍ତିତ ଥିଲେ । କିନ୍ତୁ ଶୀଘ୍ର ଶାହାରୁଖ ଏହି ସମସ୍ୟାରୁ ବାହାରି ଆସିଥିଲେ ।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021
ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021

କରଣ ଜୋହର

ଏକ ସାକ୍ଷାତକାରରେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ତାଙ୍କ ଡିପ୍ରେସନ ବିଷୟରେ ଖୋଲି କହିଥିଲେ। କରଣ କହିଥିଲେ, 'ମୁଁ ଏକ ସଭାରେ ଥିଲି ଏବଂ ମୋର ହୃଦଘାତ ହେବ ବୋଲି ଅନୁଭବ କଲି । ଫଳରେ ମୁଁ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ଗଲି, ତାପରେ ମୁଁ ଜାଣିବାକୁ ପାଇଲି ଯେ, ମୁଁ ଚିନ୍ତାଗ୍ରସ୍ତ ଅଛି । ତାଙ୍କ ପିତାଙ୍କ ନିଧନ ପରେ ସେ ପୁରାପୁରି ଏକୁଟିଆ ପଡିଯାଇଥିଲେ । ଯେତେବେଳେ ଜଣେ ମଣିଷ ଏକୁଟିଆ ରୁହେ, ସେତେବେଳେ ତାର ଚାରିପାଖରେ ଥିବା ଜିନିଷଗୁଡ଼ିକ ତାକୁ ବିବ୍ରତ କରିବାକୁ ଲାଗେ ।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021
ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021

ମନୀଷା କୋଇରାଲା

90 ଦଶକର ସୁନ୍ଦରୀ ତଥା ଅଭିନେତ୍ରୀ ମନୀଷା କୋଇରାଲା କ୍ଲିନିକାଲ ଡିପ୍ରେସନ୍ ଏବଂ କ୍ୟାନ୍ସର ଭଳି ରୋଗରେ ପୀଡିତ ଥିଲେ । ଆଉ ବିବାହ ବିଚ୍ଛେଦ ଏହାର ମୁଖ୍ୟ କାରଣ ଥିଲା। ମନୀଷା ତାଙ୍କ ସୋସିଆଲ ମିଡିଆ ଫେସବୁକ ଆକାଉଣ୍ଟରେ ଏହି ବିଷୟରେ ସୂଚନା ଦେଇଥିଲେ। କିନ୍ତୁ ଆଜି ମନୀଷା ଡିପ୍ରେସନରୁ ବାହାରି ନିଜ ଜୀବନକୁ ଖୋଲିକି ବଞ୍ଚୁଛନ୍ତି ।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021
ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021

ଜିଆ ଖାନ୍

'ଗଜ୍‌ନି' ଏବଂ 'ନିଶବ୍ଦ' ଚଳଚ୍ଚିତ୍ରରେ ନଜର ଆସିଥିବା ଦିବଙ୍ଗତ ଅଭିନେତ୍ରୀ ଜିଆ ଖାନ୍ ବ୍ୟକ୍ତିଗତ ଜୀବନ କାରଣରୁ ଡିପ୍ରେସନର ଶିକାର ହୋଇଥିଲେ। ତେଣୁ ସେ ଆତ୍ମହତ୍ୟା କରି ନିଜ ଜୀବନ ହାରିଥିଲେ। ତେବେ ଜିଆ ଖାନ, ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୋରାଜ ପାଞ୍ଚୋଲିଙ୍କ ସହ ଚର୍ଚ୍ଚାରେ ଥିଲେ ।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021
ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021

ସିଲ୍କ ସ୍ମିତା

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଆଇଟମ୍ ଗାର୍ଲ ସିଲ୍କ ସ୍ମିତା ଇଣ୍ଡଷ୍ଟ୍ରିରେ ନିଜର ଏକ ବଡ଼ ନାଁ କମାଇଥିଲେ | କିନ୍ତୁ ଯେତେବେଳେ ତାଙ୍କର ଷ୍ଟାରଡମ ଏବଂ କ୍ୟାରିଅର ତଳକୁ ଖସିବା ଆରମ୍ଭ କଲା, ସେତେବେଳେ ସେ ନିଜକୁ ଏକୁଟିଆ ଅନୁଭବ କଲେ ଏବଂ ଡିପ୍ରେସନର ଶିକାର ହୋଇ ଆତ୍ମହତ୍ୟା କରିଥିସେ । ଆପଣଙ୍କୁ କହି ରଖୁଛୁ ଯେ, ବିଦ୍ୟା ବାଲନ, ନାସିରୁଦ୍ଦିନ ଶାହା ଏବଂ ଇମ୍ରାନ୍ ହାଶ୍‌ମୀ ଅଭିନୀତ ଚଳଚ୍ଚିତ୍ର 'ଡାର୍ଟୀ ପିକ୍ଚର' ସିଲ୍କ ସ୍ମିତାଙ୍କ ଜୀବନୀ ଉପରେ ଆଧାରିତ, ଯେଉଁଥିରେ ଅଭିନେତ୍ରୀ ବିଦ୍ୟା ବାଲନ, ସିଲ୍କ ସ୍ମିତାଙ୍କ ଚରିତ୍ରରେ ଅଭିନୟ କରିଥିଲେ।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021
ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021

ବରୁଣ ଧାୱନ

ବଲିଉଡର ଚୁଲବୁଲେ ଅଭିନେତା ବରୁଣ ଧାୱନଙ୍କୁ ଦେଖିଲେ ଲାଗୁନଥିବ ଯେ, ସେ କେବେ ଡିପ୍ରେସନର ଶିକାର ହୋଇଥିବେ। କିନ୍ତୁ ଏକ ସାକ୍ଷାତକାରରେ ବରୁଣ ଧାୱନ କହିଥିଲେ ଯେ, ଫିଲ୍ମ 'ବଦଲାପୁର' ପରେ ସେ ଡିପ୍ରେସନରେ ପଡ଼ିଯାଇଥିଲେ, କାରଣ 'ବଦଲାପୁର 'ର କାହାଣୀ ଏତେ ଥିଲା ଯେ ଏହା ତାଙ୍କ ମନକୁ ପ୍ରଭାବିତ କରିଥିଲା ​​ଏବଂ ସେ ଚିନ୍ତାଗ୍ରସ୍ତ ହୋଇପଡିଥିଲେ । ଏହି ସମସ୍ୟା ହେତୁ ବରୁଣ ଡାକ୍ତରଙ୍କ ସହ ପରାମର୍ଶ କରି ଏଥିରୁ ମୁକ୍ତି ପାଇଥିଲେ ।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021
ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021

ସଞ୍ଜୟ ଦତ୍ତ

ଯେତେବେଳେ ବଲିଉଡର 'ସଞ୍ଜୁ ବାବା' ମୁମ୍ବାଇ ବୋମା ବିସ୍ଫୋରଣରେ ସେ ସଜ୍ଜା କାଟୁଥିଲେ, ସେତେବେଳେ ଜେଲରେ ରହି ଜିପ୍ରେସନର ଶିକାର ହୋଇଥିଲେ। ସେହି ସମୟରେ ସେ ଶୋଇ ବି ପାରିନଥିଲେ। ଫଳରେ ସଞ୍ଜୟ ଦତ୍ତ ଜେଲ ଭିତରେ ପ୍ରାଣାୟାମ ଏବଂ ଯୋଗ କରି ନିଜକୁ ଚିନ୍ତାମୁକ୍ତ କରାଇଥିଲେ ।

ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021
ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସ 2021

ଦୀପିକା ପାଦୁକୋନ

ବଲିଉଡର 'ପଦ୍ମାବତ' ଦୀପିକା ପାଦୁକୋନ ବହୁତ ଥର ଡିପ୍ରେସନର ଶିକାର ହୋଇଛନ୍ତି। 2015 ମସିହାରେ ଦୀପିକା କହିଥିଲେ ଯେ, ସେ କିପରି ଡିପ୍ରେସନରୁ ବାହାରିଥିଲେ । ଡିପ୍ରେସନରୁ ମୁକ୍ତି ପାଇବା ପାଇଁ ସେ ଔଷଧ ଏବଂ ମେଡିଟେସନ କରୁଥିଲେ ବୋଲି କହିଥିଲେ।

ବିଶ୍ବ ସ୍ବାସ୍ଥ୍ୟ ମାନସିକ ଦିବସ

ଆମେ ଆପଣଙ୍କୁ କହି ରଖୁଛୁ ଯେ, ବିଶ୍ବ ସ୍ବାସ୍ଥ୍ୟ ମାନସିକ ଦିବସ 2021, ପ୍ରତିବର୍ଷ 10 ଅକ୍ଟୋବରରେ ପାଳନ କରାଯାଏ । ଏହି ଦିନ ମାନସିକ ସ୍ବାସ୍ଥ୍ୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶଂସନୀୟ କାର୍ଯ୍ୟ କରାଯାଏ । ତେବେ ଏହି ବର୍ଷର ବିଷୟବସ୍ତୁ ହେଉଛି 'ମେଣ୍ଟାଲ ହେଲ୍ଥ ଇନ ଆନ ଅନଇକ୍ୟୁଆଲ ୱାର୍ଲ୍ଡ' (Mental Health in an Unequal World) । ଏହି ବର୍ଷ କୋରୋନା ଭାଇରସ ଦ୍ବାରା ପ୍ରଭାବିତ ଲୋକଙ୍କ ମାନସିକ ସ୍ବାସ୍ଥ୍ୟକୁ ମଧ୍ୟ ଧ୍ୟାନରେ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.