ETV Bharat / bharat

ରକ୍ତରେ ଭିଜୁଛି ବଙ୍ଗ ମାଟି, ବୀରଭୂମରୁ ମିଳିଲା ବିଜେପି କର୍ମୀଙ୍କ ମୃତଦେହ - ବିଜେପି କର୍ମୀ ମୃତ୍ୟୁ

ବୀରଭୂମରୁ ମିଳିଛି ଜଣେ ବିଜେପି କର୍ମୀଙ୍କ ମୃତଦେହ । 24 ବର୍ଷୀୟ ମୃତକ ଭାରତୀୟ ଜନତା ପାର୍ଟିର ବୁଥସ୍ତରୀୟ କର୍ମୀ ହୋଇଥିବା ବେଳେ ମୃତଦେହ ବୀରଭୂମର ଏକ ନଦୀରୁ ମଳିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ରକ୍ତରେ ଭିଜୁଛି ବଙ୍ଗ ମାଟି, ବୀରଭୂମରୁ ମିଳିଲା ବିଜେପି କର୍ମୀଙ୍କ ମୃତଦେହ

author img

By

Published : Mar 16, 2021, 8:20 PM IST

କୋଲକାତା: ବିଧାନସଭା ନିର୍ବାଚନ ପୂର୍ବରୁ ହିଂସାର ରକ୍ତରେ ଭିଜୁଛି ବଙ୍ଗ ରଣଭୂମି । ବୀରଭୂମରୁ ମିଳିଛି ଜଣେ ବିଜେପି କର୍ମୀଙ୍କ ମୃତଦେହ । 24 ବର୍ଷୀୟ ମୃତକ ଭାରତୀୟ ଜନତା ପାର୍ଟିର ବୁଥସ୍ତରୀୟ କର୍ମୀ ହୋଇଥିବା ବେଳେ ମୃତଦେହ ବୀରଭୂମର ଏକ ନଦୀରୁ ମଳିଥିବା ଜଣାପଡିଛି ।

ଘଟଣାକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛି ବିଜେପି । ତେବେ ବିଜେପି କର୍ମୀଙ୍କ ମୃତ୍ୟୁ ପଛରେ କଣ କାରଣ ରହିଛି ତାହା ଏଯାଏଁ ଜଣାପଡିନାହିଁ ।

ପଶ୍ଚିମବଙ୍ଗରେ ଏହାରି ମଧ୍ୟରେ ଅନେକ ବିଜେପି କର୍ମୀଙ୍କ ହତ୍ୟା କରାଯାଇସାରିଲାଣି । ବିଜେପି କର୍ମୀଙ୍କ ହତ୍ୟାକୁ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । 130ରୁ ଉର୍ଦ୍ଧ୍ବ ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟାକୁ ନେଇ ରାଲିରେ ଭାଷଣ ଦେଉଥିବା ସମୟରେ ଶାହଙ୍କ ମନରେ ଥିବା ଆକ୍ରୋଶ ସ୍ପଷ୍ଟ ବାରିହେଉଥିଲା ।

ମମତାଙ୍କୁ ଟାର୍ଗେଟ କରି ଶାହ କହିଥିଲେ, ଦିଦି ଆପଣଙ୍କ ଗୋଡରେ ଆଘାତ ଲାଗିବାରୁ ଆପଣଙ୍କୁ ଏତେ ଯନ୍ତ୍ରଣା ହେଉଛି । ହେଲେ ରାଜ୍ୟରେ ବିଜେପିର 130 କାର୍ଯ୍ୟକର୍ତ୍ତାଙ୍କ ହତ୍ୟାର ଦୁଃଖ ଅଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ ଶାହ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.