ETV Bharat / bharat

Body cut into 16 pieces: ପ୍ଲମ୍ବରଙ୍କୁ ହତ୍ୟା ପରେ ୧୬ ଖଣ୍ଡ କରି ପୋଡିଦେଲେ ବାପପୁଅ

ଆନ୍ଧ୍ରପ୍ରଦେଶରେ ସୀମା ଟପିଲା ବର୍ବରତା । ପ୍ଲମ୍ବରଙ୍କୁ ହତ୍ୟା କରିବା ପରେ ୧୬ ଖଣ୍ଡ କରି ପୋଡିଦେଲା ଦୁର୍ବୃତ୍ତ । ଅଧିକ ପଢନ୍ତୁ

Body cut into 16 pieces
Body cut into 16 pieces
author img

By

Published : Feb 26, 2023, 1:13 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଚାଞ୍ଚଲ୍ୟ । ପ୍ଲମ୍ବରଙ୍କୁ ହତ୍ୟା କରିବା ପରେ ଲଙ୍କା କ୍ଷେତରେ ୧୬ ଖଣ୍ଡ କରି ପୋଡିଦେଲେ ବାପ-ପୁଅ । ଗୁରୁଜଲା ନିର୍ବାଚନ ମଣ୍ଡଳୀ ଧଚେପଲ୍ଲୀ ଅଞ୍ଚଳରେ ଘଟିଛି ଏହି ଛାତିଥରା ଘଟଣା । ଏହି ମାମଲାରେ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତକ ହେଲେ ୪୫ ବର୍ଷୀୟ କୋଟେଶ୍ବର ରାଓ । ସେ ଏକ ପ୍ଲମ୍ବର ଭାବେ କାମ କରୁଥିଲେ । ସୂଚନା ଅନୁସାରେ, ପାଲନାଡୁ ଜିଲ୍ଲାର ବାଇପାସ ନିକଟରେ ଶୁକ୍ରବାର ମଧ୍ୟରାତ୍ରରେ ଏହି ହତ୍ୟାକାଣ୍ଡ ହୋଇଥିଲା । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଘଟଣାରେ ଧଚେପଲ୍ଲୀ ବାସିନ୍ଦା ବୋମ୍ବୋଥୁଲା ସୈଦୁଲୁ ନାମକ ବ୍ୟକ୍ତିଙ୍କ ସହ ତାଙ୍କର ପତ୍ନୀ ଓ ପୁଅ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଖବର ମୁତାବକ, କୋଟେଶ୍ୱର ରାଓ ଶୁକ୍ରବାର ରାତି 8ଟାରେ ବାଇପାସ୍ ଅଞ୍ଚଳର ୱାଟର ଟ୍ୟାଙ୍କରେ ଇଲେକ୍ଟ୍ରିକ ମୋଟର ବନ୍ଦ କରିବାକୁ ଯାଇଥିଲେ । ସେହି ସମୟରେ ପୂର୍ବରୁ ସୈଦୁଲୁ ତାଙ୍କ ପୁଅଙ୍କ ସେଠାରେ ରହିଥିଲେ । ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ ରାଗିଯାଇ ବାପପୁଅ ଦୁହେଁ ଲୁହାଛଡରେ କୋଟେଶ୍ୱରଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ବାପପୁଅ ବ୍ୟାଗରେ ମୃତଦେହକୁ ଭର୍ତ୍ତି କରି ଲଙ୍କା କ୍ଷେତକୁ ନେଇଥିଲେ । ସେଠାରେ ଅମାନୁଷିକ ଭାବେ ୧୬ ଖଣ୍ଡ କରିବା ପରେ ବାଇପାସ କଡରେ ପୋଡି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଗୌହାଟୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି: ସ୍ବାମୀ ଓ ଶାଶୁକୁ ହତ୍ୟା କରି ଫ୍ରିଜରେ ରଖିଲା ସ୍ତ୍ରୀ

ସେପଟେ କଟେଶ୍ବର ରାଓ ରାୟ ଶୁକ୍ରବାର ରାତି ୧୦ଟା ଯାଏଁ ଘରକୁ ନଫେରିବା କାରଣରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ଏହି ସମୟରେ ହତ୍ୟାକାରୀ ବାପ-ପୁଅଙ୍କୁ ଦେଖି ପରିବାର ଲୋକଙ୍କ ସନ୍ଦେହ ବଢିଥିଲା । ସେମାନଙ୍କୁ ପଚାରିବାରୁ ସେମାନେ କିଛି ଜାଣିନଥିବା କଥା କହିଥିଲେ । ଏହାପରେ ପରିବାର ଲୋକେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ସମୟରେ କ୍ଷେତରେ ନିଆଁ ଜଳୁଥିବା ଦେଖିବାକୁ ପାଇଥିଲେ । ସେଠାକୁ ଯାଇ ଦେଖିଲାବେଳେ ଏକ ଅର୍ଦ୍ଧଦଗ୍ଧ ଗୋଡ ଦେଖାଯାଇଥିଲା । ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ ।

ଏହାପରେ କୋଟେଶ୍ବରଙ୍କ ସମ୍ପର୍କୀୟ ଅଭିଯୁକ୍ତଙ୍କ ଘରକୁ ଗଲାବେଳେ ସେମାନେ ପୋଷାକ ବଦଳାଇ ବାହାରକୁ ଯିବା ପାଇଁ ପ୍ରସ୍ତୁତି ହେଉଥିଲେ ବୋଲି ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି । ତେବେ ଅଭିଯୁକ୍ତ ସୈଦୁଲୁଙ୍କ ପତ୍ନୀ ସବୁ ଜାଣି ମଧ୍ୟ ଚୁପ ରହିଥିଲେ । ଏହାପରେ ପୋଲିସ ୩ଜଣଙ୍କୁ ଗିରଫ କରିବା ସହ ଅଧାପୋଡା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସାମାନ୍ୟ ବଚସାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ଏହାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପୋଲିସ ପକ୍ଷରୁ ଅନୁମାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.