ETV Bharat / bharat

ବାରାଣସୀ ଧର୍ମଶାଳାରେ ଆନ୍ଧ୍ର ପ୍ରଦେଶର 4 ଜଣଙ୍କ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Dec 7, 2023, 8:29 PM IST

ବାରାଣସୀର ଏକ ଧର୍ମଶାଳାରୁ ସନ୍ଦେହଜନକ ଅବସ୍ଥାରେ ମିଳିଲା ଆନ୍ଧ୍ରର 4 ଜଣଙ୍କ ମୃତଦେହ । ମୃତକଙ୍କ ମଧ୍ୟରେ ଜଣେ ମହିଳା । ପୋଲିସ ଜାରି ରଖିଛି ତଦନ୍ତ । ଅଧିକ ପଢନ୍ତୁ

ବାରାଣସୀରେ ସନ୍ଦେହଜନକ ଅବସ୍ଥାରେ ଆନ୍ଧ୍ର ପ୍ରଦେଶର 4 ଜଣଙ୍କ ମୃତଦେହ ଉଦ୍ଧାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାରାଣସୀ ସହରର ଏକ ଧର୍ମଶାଳାରୁ ସନ୍ଦେହଜନକ ଅବସ୍ଥାରେ ଆନ୍ଧ୍ର ପ୍ରଦେଶର 4 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ପୋଲିସ ପହଞ୍ଚି ସମସ୍ତ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରାଥମିକ ତଦନ୍ତ ପରେ ସମସ୍ତ ମୃତକଙ୍କ ଘର ଆନ୍ଧ୍ର ପ୍ରଦେଶ ଓ ସେମାନେ କିଛି ଦିନ ତଳେ ବାରାଣସୀ ଆସିଥିବା ଜଣାପଡିଛି । ସେମାନେ କୌଣସି କାର୍ଯ୍ୟରେ ବାରାଣସୀ ଯାଇଥିବା ବେଳେ ଗତ କିଛି ଦିନ ହେବ ଏହି ଧର୍ମଶାଳାରେ ରହିଥିଲେ । ତେବେ ପ୍ରାଥମିକ ତଦନ୍ତରେ ଏହା ଏକ ଗଣଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉଛି । ପୋଲିସ ମୃତଦେହଗୁଡିକୁ ବ୍ୟବଚ୍ଛେଦ ପଠାଇବା ସହ ନମୂନା ସଂଗ୍ରହ କରି ଫୋରେନସିକ ଲ୍ୟାବକୁ ମଧ୍ୟ ପଠାଇଛି ।

ମୃତକଙ୍କ ମଧ୍ୟରେ ତିନି ପୁରୁଷ ଓ ଜଣେ ମହିଳା ରହିଛନ୍ତି । ସେମାନେ ଗୋଟିଏ ପରିବାର କିମ୍ବା ସମ୍ପର୍କୀୟ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ପରିଚୟ ସମ୍ପର୍କରେ ପୋଲିସ ସ୍ପଷ୍ଟ କରିନି । ନିକଟରେ ସେମାନେ ଏହି ଧର୍ମଶାଳାରେ ରହିବା ପାଇଁ ଆସିଥିଲେ । ଆଜି ସକାଳୁ ସେମାନେ ରହୁଥିବା କଠୋରୀ ବନ୍ଦ ଥିବା ବେଳେ ଝରକା ଖୋଲାଥିଲା । ସନ୍ଦେହଜନକ ଅବସ୍ଥାରେ ସମସ୍ତଙ୍କ ମୃତଦେହ ଦେଖିବାକୁ ମିଳିବା ପରେ ସମ୍ପୃକ୍ତ ଧର୍ମଶାଳା କର୍ତ୍ତୃପକ୍ଷ ସ୍ଥାନୀୟ ପୋଲିସକୁ ଫୋନ କରିଥିଲେ । ପୋଲିସ ପହଞ୍ଚିବା ପରେ କୋଠରୀର କବାଟ ଭଙ୍ଗା ଯାଇଥିଲା । କୋଠରୀର କବାଟ ଭିତର ପଟୁ ବନ୍ଦ ଥିବା କାରଣରୁ ଏହା ଏକ ଆତ୍ମହତ୍ୟାଜନିତ ଘଟଣା ବୋଲି ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ବିଦେଶ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ୧୦ ହଜାର ଭାରତୀୟ, ୬୦% କେବଳ ଆରବରେ

ସେମାନେ ତୀର୍ଥ କିମ୍ବା ଅନ୍ୟ କୌଣସି କାରଣରୁ ବାରାଣସୀ ଆସିଥିଲେ । ସେମାନେ କେବେଠାରୁ ଏହି ଧର୍ମଶାଳାରେ ରହୁଥିଲେ । ସେମାନ ଏହି ରହଣୀ ସମୟରେ କ’ଣ କରୁଥିଲେ, ସେ ସମ୍ପର୍କରେ ପୋଲିସ ଧର୍ମଶାଳା କର୍ତ୍ତୃପକ୍ଷଙ୍କୁ ଜେରା କରୁଛନ୍ତି । ମୃତକଙ୍କ ପରିଚୟ ସ୍ପଷ୍ଟ ହେବା ପରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବା ପରେ ସେମାନେ କାହିଁକି ବାରାଣସୀ ଆସିଥିଲେ ସେନେଇ ପୋଲିସ ଅଧିକ ସୂଚନା ପାଇପାରିବ । ସେହିପରି ଫୋରେନସିକ ଲ୍ୟାବ ରିପୋର୍ଟ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ ହେବ । ଏହା ଏକ ଗଣଆତ୍ମହତ୍ୟା ମାମଲା ନାଁ ହତ୍ୟା ପରେ ଆତ୍ମହତ୍ୟା ମାମଲା, ସେ ନେଇ ପୋଲିସ ସମସ୍ତ ଦିଗରୁ ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.