ETV Bharat / bharat

Atiq News: ପୁଅ କବର ପାର୍ଶ୍ବରେ ଅତିକ ଓ ଅଶ୍ରଫକୁ ଦିଆଯିବ କବର

author img

By

Published : Apr 16, 2023, 7:40 PM IST

ପୁଅ ଅସଦ କବର ନିକଟରେ ଅତିକ ଓ ଅଶ୍ରଫକୁ ଦିଆଯିବ କବର । କବରିସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ପୁଅକୁ କବର ଦିଆଯିବାର ଗୋଟିଏ ଦିନ ପରେ ବାପାକୁ ଦିଆଯିବ କବର । ପୁଅ ଅସଦର କବର ପାଖରେ ଅତିକ ଓ ଅଶ୍ରଫକୁ ଆଉ କିଛି ସମୟ ପରେ କବର ଦିଆଯିବ । ପ୍ରୟାଗରାଜରେ ଉଭୟଙ୍କ ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କ ମୃତଦେହକୁ କସାରି ମସାରି କବରିସ୍ଥାନକୁ ନିଆଯିବ । ସେପଟେ ଉଭୟଙ୍କ ପାଇଁ କବର ଖୋଳା ସରିଥିବା ବେଳେ ଉକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

କସାରି ମସାରି ହେଉଛି ଅତିକ ଅହମ୍ମଦଙ୍କ ପାରିବାରିକ କବରିସ୍ଥଳ । ଯେଉଁଠାରେ ଅତିକ ଅହମ୍ମଦର ପୂର୍ବପୁରୁଷଙ୍କୁ କବର ଦିଆଯାଇଛି । ବ୍ୟବଚ୍ଛେଦ ଶେଷ ପରେ କଡ଼ା ସୁରକ୍ଷା ସହିତ ଅତିକ ଓ ଅଶ୍ରଫର ମୃତଦେହକୁ ଏଠାକୁ ଅଣାଯିବ । ଏହି ୨ ଜଣଙ୍କର କବର ୮ ଫୁଟ ଗଭୀର ଥିବା ବେଳେ ୬ ଫୁଟ ଲମ୍ବା ଓ ୪ଫୁଟ ଚଉଡ଼ା । କବର ଖୋଳିବା କାମ ଶେଷ ହୋଇସାରିଛି । ସେପଟେ କବରିସ୍ଥାନ ନିକଟରେ ଆରପିଏଏଫ ଓ ପିଏସି ସମେତ ଅନେକ ସୁରକ୍ଷା ବଳ ମୁତୟନ ହୋଇଛନ୍ତି । ଉକ୍ତ ସ୍ଥଳକୁ କୌଣସି ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।

ଏହା ବି ପଢନ୍ତୁ- ଆତ୍ମସମର୍ପଣ କରିବ ଅତିକର ପତ୍ନୀ ସହିସ୍ତା ପରବିନ !

ମିଳିଥିବା ସୂଚନା ଅନୁସାରେ ଅତିକ ଓ ଅଶ୍ରଫର ବ୍ୟବଚ୍ଛେଦ ରବିବାର ଦ୍ବିପ୍ରହର ସମୟରେ ଆରମ୍ଭ ହୋଇଥିଲା । ଏହାପୂର୍ବରୁ ଉଭୟଙ୍କ ମୃତଦେହର ଏକ୍ସ-ରେ କାଲଭିନ ହସ୍ପିଟାଲରେ କରାଯାଇଥିଲା । ଏହାପରେ ଉଭୟଙ୍କ ବ୍ୟବଚ୍ଛେଦ ଆରମ୍ଭ ହୋଇଥିଲା । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଏହି ମାଫିଆ ଭାଇଙ୍କ ବ୍ୟବଚ୍ଛେଦ କରିଥିଲା । ସନ୍ଧ୍ୟା ସୁଦ୍ଧା ଉଭୟଙ୍କ ବ୍ୟବଚ୍ଛେଦ ଶେଷ ହୋଇଥିଲା । ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଉଭୟଙ୍କୁ କବରିସ୍ଥାନକୁ ନିଆଯାଇଛି । କବରିସ୍ଥାନ ନିକଟରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି ।

ଅତିକ ଓ ଅଶ୍ରଫର ୩ଜଣ ହତ୍ୟାକାରୀଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ସେମାନଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ପଠାଇଛି । ସୂଚନା ଥାଉ କି ଶନିବାର ବିଳମ୍ବିତ ରାତିରେ ଗ୍ୟାଙ୍ଗଷ୍ଟାର ଅତିକ ଓ ତାର ଭାଇ ଅଶ୍ରଫକୁ ଗୁଳି କରି ହତ୍ୟା କରାଯାଇଛି । ଉଭୟ ପୋଲିସ କଷ୍ଟଡିରେ ଥିବା ସମୟରେ ହତ୍ୟାକାଣ୍ଡ ଶିକାର ହୋଇଥିଲେ । ଅତିକ ଓ ଅଶ୍ରଫଙ୍କୁ କଡ଼ା ସୁରକ୍ଷାର ସହିତ ମେଡିକାଲ ଚେକଅପ ନିଆଯାଉଥିଲା । ଏହି ସମୟରେ ହଠାତ ଗଣମାଧ୍ୟମ ପ୍ରତିନିଧିଙ୍କ ବେଶରେ ଭିଡ଼ ମଧ୍ୟରେ ପଶିଥିଲେ ହତ୍ୟାକାରୀ । ଏହାପରେ ସୁଯୋଗ ପାଇବା ମାତ୍ରେ ଆଖିବୁଜା ଗୁଳିମାଡ଼ କରିଥିଲେ । ୪୪ ସେକେଣ୍ଡରେ ପ୍ରାୟ ୨୨ ରାଉଣ୍ଡ ଗୁଳି ଚାଳନା କରିଥିବା ନେଇ ଜଣାପଡ଼ିଛି । ତେବେ ଏହି ୩ ଦୁର୍ବୃତ୍ତ ଉତ୍ତରପ୍ରଦେଶର ସବୁଠୁ ବଡ଼ ମାଫିଆ ହେବା ଲାଗି ଗ୍ୟାଙ୍ଗଷ୍ଟାର ଅତିକକୁ ହତ୍ୟା କରିଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.