ଭୋପାଳ: ମଧ୍ୟପ୍ରଦେଶର ଖଣ୍ଡୱା ଜିଲ୍ଲାରେ ଥିବା ନର୍ମଦା ନଦୀରେ ଶୁକ୍ରବାର ଡଙ୍ଗା ଓଲଟିଥିବା ଜଣାପଡିଛି । ତେବେ ଏହି ଡ଼ଙ୍ଗାରେ ଥିବା ପ୍ରାୟ 20 ଜଣ ଲୋକ ନଦୀରେ ବୁଡ଼ି ରହିଥିବା ଆଶଙ୍କା କରାଯାଉଛି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଡ଼ଙ୍ଗାରେ ଯାଉଥିବା ଯାତ୍ରୀମାନେ ମହାରାଷ୍ଟ୍ରର ମହୁ ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନେ ମଧ୍ୟପ୍ରଦେଶର ବଡ଼ବାହରେ ଥିବା ଏକ ବନ୍ଧୁ ଘରକୁ ଯିବା ସମୟରେ ଏହି ଅଘଟଣ ଘଟିଛି । ତେବେ ସେମାନେ ନଦୀରେ ଯାଉଥିବା ସମୟରେ ଖେଡ଼ି ଘାଟଠାରେ ଡ଼ଙ୍ଗା ସନ୍ତୁଳନ ହରାଇବା ପରେ ଦୁର୍ଘଟଣା ଘଟିଥିଲା । ଡଙ୍ଗାରେ ଯାତ୍ରା କରୁଥିବା ଲୋକମାନେ ବୁଡ଼ିବା ସମୟରେ ଘାଟରେ ଥିବା ନୌକା ଚାଳକମାନେ ପ୍ରାୟ 7 ଜଣଙ୍କୁ ଉଦ୍ଧାର କରିଥିଲେ ।
ତେବେ ଉଦ୍ଧାର ହୋଇଥିବା ଲୋକଙ୍କୁ ବଡ଼ବାହରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡଙ୍ଗାରେ ଯାଉଥିବା ଲୋକଙ୍କ ସଠିକ୍ ସଂଖ୍ୟା ଜଣାପଡି଼ନଥିବା ବେଳେ ପ୍ରାୟ 20 ଜଣ ବୁଡ଼ି ରହିଥିବା ଆଶଙ୍କା କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ