ETV Bharat / bharat

ଇନ୍ଦ୍ରାବତୀ ନଦୀରେ ଓଲଟିଲା ଡଙ୍ଗା, ନିଖୋଜ ୭ଜଣ ସୁରକ୍ଷିତ ଉଦ୍ଧାର - ଦନ୍ତେୱାଡାରେ ଓଲଟିଲା ଡଙ୍ଗା

ଛତିଶଗଡ଼ ଇନ୍ଦ୍ରାବତୀ ନଦୀରେ ଓଲଟିଲା ଡଙ୍ଗା । ପାଣିରେ ବୁଡି ଯାଇଥିବା ୭ ଜଣ ନିଖୋଜଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

Boat overturned In Indravati River Of Dantewada

author img

By ETV Bharat Odisha Team

Published : Sep 8, 2023, 7:55 PM IST

Updated : Sep 8, 2023, 10:58 PM IST

ରାୟପୁର: ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ଅଘଟଣ । ମୁନଚାର ଘାଟରେ ଡଙ୍ଗା ଓଲଟିବା ପରେ ପାଣିରେ ବୁଡ଼ିଗଲେ ୭ ଜଣ ବ୍ୟକ୍ତି । ତେବେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଡଙ୍ଗାର କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ନଦୀ ପାର ହେଉଥିବା ଲୋକଙ୍କ ମଧ୍ୟରେ କିଛି ମହିଳା ଓ ଛୋଟ ପିଲା ମଧ୍ୟ ରହିଥିଲେ । ତେବେ ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଓ ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଡଙ୍ଗାଟି ବହୁ ଛୋଟ ଥିବା ବେଳେ ଏଥିରେ ଆବଶ୍ୟକଠାରୁ ଅଧିକ ଲୋକ ଯାତ୍ରା କରୁଥିଲେ । ଫଳରେ ଡଙ୍ଗାଟି ଅଧିକ ଓଜନ ଯୋଗୁଁ ବୁଡିଯାଇଥିଲା । ଏହି ଅଘଟଣରେ କିଛି ଲୋକ ପହଁରି ଲୋକଙ୍କ ଜୀବନ ବଞ୍ଚାଇଥିବା ବେଳେ ୨ ଜଣ ଲୋକ ଗଛ ଡାଳର ସହାୟତା ନେଇ ପହଁରି ପହଁରି କୁଳରେ ପହଞ୍ଚିଥିଲେ । ଏହି ଅଘଟଣରେ ଏଯାବତ ନିଖୋଜ ଥିବା ଲୋକଙ୍କ ପରିଚୟ ମିଳିପାରିନାହିଁ । ବାରସୁର ସାପ୍ତାହିକ ହାଟରୁ ଏହି ଲୋକମାନେ ଫେରୁଥିବା ବେଳେ ଅଘଟଣର ଶିକାର ହୋଇଛନ୍ତି ।

ଏହା ବି ପଢନ୍ତୁ- ମୃତଦେହକୁ ଡଙ୍ଗାରେ ନେଉଥିଲେ, ଚାହୁଁ ଚାହୁଁ ବୁଡିଗଲେ 8 ଜଣ; ଦେଖନ୍ତୁ ଛାତିଥରା ଦୃଶ୍ୟ

ଘଟଣାସ୍ଥଳରେ ଦନ୍ତେୱାଡା ପୋଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ପହଞ୍ଚିଛନ୍ତି । ଏହାସହିତ ଉଦ୍ଧାରକାରୀ ଟିମ ମଧ୍ୟ ନଦୀରେ ନିଖୋଜ ବ୍ୟକ୍ତିଙ୍କୁ ଖୋଜୁଛି । ଏହି ଅଘଟଣ ପରେ ଜିଲ୍ଲା ପ୍ରଶାସନ ମୁଚନାର ଘାଟ ନିକଟରେ ମଧ୍ୟ ଆକ୍ଟିଭ ମୋଡରେ ରହିଛନ୍ତି । ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ହାଇ ଆଲର୍ଟ ମୋଡରେ ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ ଏଯାବତ ନିଖୋଜଙ୍କ ପତ୍ତା ମିଳିପାରିନାହିଁ ।

ସୂଚନା ଥାଉ କି ଗତ ମେ ୨୭ ତାରିଖରେ ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରୁ ସାମନାକୁ ଆସିଥିଲା ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ । ଏକ ମୃତଦେହକୁ ଡଙ୍ଗା ମାଧ୍ୟମରେ ନେଉଥିବାବେଳେ ମଝି ନଈରେ ଡଙ୍ଗା ଓଲଟି ପଡିଥିଲା । ଏହା ଯେତିକି ଭୟାନକ ସେତିକି ହୃଦୟ ବିଦାରକ ମଧ୍ୟ ଥିଲା । କେନ୍ ନଦୀ ପାର ହେଉଥିବା ସମୟରେ ହଠାତ ଡଙ୍ଗା ଓଲଟି ପଡିବାରୁ ସେଥିରେ ଥିବା ୮ ଜଣ ପାଣିରେ ବୁଡି ଯାଇଥିଲେ । ଏହି ଅଘଟଣରେ ୭ ଜଣ ପହଁରି କୂଳକୁ ଚାଲିଆସିଥିବା ବେଳେ ଗୋଟିଏ ଛୋଟ ପିଲାଟି ପହଁରା ନ ଜାଣିଥିବାରୁ ବୁଡ଼ି ଯାଇଥିଲା । ହେଲେ ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ । ଫଳରେ ଆଉ ଏକ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଲୋକେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 8, 2023, 10:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.