ETV Bharat / bharat

Tamilnadu Firecracker Explosion: ବାଣ ବିସ୍ଫୋରଣରେ ୬ ମୃତ, ଅନେକ ଆହତ

author img

By

Published : Mar 22, 2023, 6:06 PM IST

ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ଭୟଙ୍କର ବାଣ ବିସ୍ଫୋରଣ । ବାଣ ତିଆରି ବେଳେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

Firecracker Explosion in Kancheepuram
କାଞ୍ଚିପୁରମରେ ଭୟଙ୍କର ବାଣ ବିସ୍ଫୋରଣ

ଚେନ୍ନାଇ: ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ବାଣ ପ୍ରସ୍ତୁତ କାରଖାନାରେ ଭୟଙ୍କର ବିସ୍ଫୋରଣ । ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣରେ ଅନେକ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

  • Tamil Nadu | Six dead, several injured in an explosion at a firecracker warehouse in Kuruvimalai village of Kancheepuram district. Injured people rushed to the hospital. A police investigation is underway: Kancheepuram Collector M Aarthi

    — ANI (@ANI) March 22, 2023 " class="align-text-top noRightClick twitterSection" data=" ">

କାଞ୍ଚିପୁରମ ଜିଲ୍ଲା କୁରୁବିମଲାଇ ଅଞ୍ଚଳରେ ଥିବା ବାଣ କାରଖାନାରେ ଏହି ଭୟଙ୍କର ବିସ୍ଫୋରଣ ଘଟିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଘଟଣାରେ ଅତି କମରେ ୧୬ ଜଣ ଆହତ ହୋଇଛନ୍ତି । ଏହି ବାଣ କାରଖାନାରେ ପ୍ରାୟ ୨୫ ଜଣ ଲୋକ କାମ କରୁଥିଲେ । ପୋଲିସର ସୂଚନା ଅନୁୟାୟୀ, ଶ୍ରମିକମାନେ ବାଣ ପ୍ରସ୍ତୁତ କରି ଖରାରେ ଶୁଖାଇଥିଲେ । ଏହି ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ କ୍ରମଶଃ ନିଆଁ ଚାରିଆଡ଼େ ଦ୍ରୁତ ଗତିରେ ବ୍ୟାପିଥିଲା । ତେଣୁ କାରଖାନାରେ ଭିତରେ ରଖାଯାଇଥିବା ବାଣଗୁଡ଼ିକରେ ମଧ୍ୟ ନିଆଁ ଲାଗିଥିଲା । ଫଳରେ ଅଗ୍ନିକାଣ୍ଡ ଭୟଙ୍କର ରୂପ ନେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Khordha firecracker explosion: ସାମ୍ନାକୁ ଆସିଲା ବିସ୍ଫୋରଣ ସମୟର ଭିଡିଓ, ଚଢ଼ାଉ ପରେ 6 ଗିରଫ

ଖବର ପାଇ ଘଟଣାସ୍ଥଳରେ ଆଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା । ତେବେ ୩୦ ମିନିଟରେ ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବିଭାଗ ସଫଳ ହୋଇଥିଲା ଏବଂ କାରଖାନାରେ ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର କରି କାଞ୍ଚିପୁରମ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନେଇ କାଞ୍ଚିପୁରମ କଲେକ୍ଟର ଏମ୍ ଆରତୀ ସୂଚନା ଦେଇ କହିଛନ୍ତି, " ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ତେବେ କାରଖାନାର ଲାଇସେନ୍ସ ଅଛି ନା ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।"

ପ୍ରକାଶ ଥାଉକି, ଗତ ବର୍ଷ ତାମିଲନାଡୁ ଶିବକାଶିର ଏକ ବାଣ ନିର୍ମାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଶିବକାଶି ଏମ ପୁଦୁପାଟ୍ଟି ଗ୍ରାମ ନିକଟରେ ଥିବା ଭାଡ଼ିଭେଲ ଫ୍ୟାକ୍ଟ୍ରିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ତେବେ ବାଣ ତିଆରି କରୁଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.