ETV Bharat / bharat

ଇଟାଭାଟି ଚିମିନିରେ ବିସ୍ଫୋରଣ, 3 ମହିଳା ଶ୍ରମିକ ମୃତ - ବିହାର ଖବର

ପାଟନାର ମାନର ପୋଲିସ ଷ୍ଟେସନ ଅଧୀନ ଏକ ଇଟାଭାଟିର ଚିମିନିରେ ବିସ୍ଫୋରଣରେ 3 ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଉଦ୍ଧାର କାର୍ଯ୍ୟ ଜାରି । ଅଧିକ ପଢନ୍ତୁ

ଇଟାଭାଟି ଚିମିନିରେ ବିସ୍ଫୋରଣ, 3 ମହିଳା ଶ୍ରମିକ ମୃତ

author img

By

Published : Mar 20, 2023, 10:47 PM IST

ପାଟନା: ବିହାର ମାନେରରେ ଥିବା ଏକ ଇଟାଭାଟି ଚିମିନିରେ ବିସ୍ଫୋରଣ ଘଟିଛି । ଏଥିରେ ଭାଟିରେ କାମ କରୁଥିବା 3 ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏବେ ମଧ୍ୟ ଏକାଧିକ ଶ୍ରମିକ ଆବର୍ଜନାରେ ତଳେ ଫସି ରହିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ପୋଲିସ ଓ ଫାଏର ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏହି ବିସ୍ଫୋରଣ ମନେର ପୋଲିସ ଷ୍ଟେସନ ଅଞ୍ଚଳର ବାଇପୁର ଗ୍ରାମ ନିକଟରେ ଥିବା ଏକ ଇଟାଭାଟିରେ ହୋଇଛି । ବିସ୍ଫୋରଣ ପରେ ଇଟାଭାଟି ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଉକ୍ତ ଇଟାଭାଟିରେ କାର୍ଯ୍ୟରତ 3 ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ଏକାଧିକ ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି । ଭାଟିରେ ମୋଟ କେତେ ଶ୍ରମିକ କାର୍ଯ୍ୟରତ ଥିଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ସମସ୍ତ 3 ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଦାନପୁର ସବଡିଭିଜନ ହସ୍ପିଟାଲକୁ ପଠାଇଛି ପୋଲିସ । ଅନ୍ୟପଟେ ରାଜସ୍ବ ବିଭାଗ ମଧ୍ୟ ଏହି ଇଟାଭାଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ କରିଛି ।

ସେହିପରି ଆହତମାନଙ୍କୁ ଅଧିକ ଚିକିତ୍ସା ପାଇଁ ପାଟନାକୁ ପଠାଯାଇଥିବା ସୂଚନା ମିଳିଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ସ୍ଥାନୀୟ ପୋଲିସ ଷ୍ଟେସନର ଏକାଧିକ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଉଦ୍ଧାର ଅପରେସନରେ ସହଯୋଗ କରିଥିଲା । ମୃତକ ତିନିଜଣ ମହିଳା ଶ୍ରମିକ ରାଞ୍ଚିରୁ କାମ କରିବା ପାଇଁ ଆସିଥିବା ପୋଲିସ ପ୍ରାଥମିକ ଭାବେ ଜାଣିବାକୁ ପାଇଛି । ସ୍ଥାନୀୟ ଅଞ୍ଚଳରେ ଅନେକ ଇଟାଭାଟି ମଧ୍ୟ ରହିଛି । ଏହି ସମସ୍ତ ଇଟାଭାଟି ଉପରେ ସ୍ଥାନୀୟ ରାଜସ୍ବ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସୂଚନା ଦେଇଛି । ପୁରୁଣା ଇଟାଭାଟିକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ମିଳିସାରିଛି । ସରକାରୀ ନିୟମରେ ଖିଲାପ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ନେଇ ପ୍ରଶାସନ କହିଛି ।

ଜାତୀୟ ପର୍ଯ୍ୟାବରଣ ଅଧିକରଣ (NGT) ଅନୁଯାୟୀ, ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ଚିନିନି ନିର୍ମାଣ କରାଯିବା କଥା । ସେହିପରି ସେଥିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସୁରକ୍ଷା ପ୍ରତି ମଧ୍ଯ ଚିମିନି ନିର୍ମାଣ କରିବା ସମୟରେ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ହେଲେ ତମାମ ନିୟମକୁ ଫୁ କରି ମାଲିକମାନେ ନିମ୍ନମାନର ଚିମିନି ନିର୍ମାଣ କରି ବେଆଇନ ଇଟାଭାଟି ଚଳାଉଥିବାରୁ ଏପରି ଦୁର୍ଘଟଣା ବାରମ୍ବାର ଘଟୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.