ETV Bharat / bharat

ସୋଲାର ବିସ୍ଫୋରକ କମ୍ପାନୀରେ ଭୟଙ୍କର ବିସ୍ଫୋରଣ, 9 ମୃତ

author img

By ETV Bharat Odisha Team

Published : Dec 17, 2023, 11:56 AM IST

Updated : Dec 17, 2023, 12:38 PM IST

Nagpur Blast News: ସୋଲାର ବିସ୍ଫୋରକ କମ୍ପାନୀରେ ବିସ୍ଫୋରଣ ଯୋଗୁଁ 9 ମୃତ । ଅଧିକ ପଢ଼ନ୍ତୁ

ବିସ୍ଫୋରଣ
Blast at solar explosives manufacturing company

ମୁମ୍ବାଇ: ମହାରାଷ୍ଟ୍ରରେ ଭୟଙ୍କର ବିସ୍ଫୋରଣ । ସୋଲାର ଏକ୍ସପ୍ଲୋସିଭ କମ୍ପାନୀରେ ବିସ୍ଫୋରଣ ହେବାରୁ 9 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ନାଗପୁରର ବଜାରଗାଓଁ ଗ୍ରାମରେ ଏହି ଘଟଣା ଘଟିଛି । ସୋଲାର କମ୍ପାନୀର କାଷ୍ଟ ବୁଷ୍ଟର୍ ପ୍ଲାଣ୍ଟରେ ପ୍ୟାକିଂ କରିବା ସମୟରେ ବିସ୍ଫୋରଣ ଘଟିଥିଲା । ମୃତକଙ୍କ ପରିଚୟ ପୋଲିସ ହାତରେ ଲାଗିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । ମୃତକଙ୍କ ମଧ୍ୟରେ 6 ଜଣ ମହିଳା ରହିଛନ୍ତି । ଯାହା କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନଙ୍କ ସମ୍ପର୍କୀୟଙ୍କ ଚିନ୍ତା ବଢାଇ ଦେଇଛି । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ବିସ୍ଫୋରଣରେ କେତେ ଆହତ ହୋଇଛନ୍ତି ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

ନିକଟରେ ରିଲିଆନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘର ସାମ୍ନାରେ 20ଟି ଜେଲାଟିନ୍ ଷ୍ଟିକ୍ ଯଥା 'ଏମୁଲେସନ ବିସ୍ଫୋରକ' ମିଳିଥିଲା । ଏହି ବିସ୍ଫୋରକ ସାମଗ୍ରୀ ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିଲା । 2018ରେ ମଧ୍ୟ ଏହି କମ୍ପାନୀରେ ବିସ୍ଫୋରଣ ହୋଇଥିଲା । ସେତେବେଳେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ପରେ ଗ୍ରାମବାସୀଙ୍କ ଆନ୍ଦୋଳନ ଯୋଗୁଁ ଏଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ମୃତକଙ୍କ ମଧ୍ୟରୁ 2 ଜଣ ଓ୍ବାର୍ଦ୍ଧାର ହୋଇଥିବା ବେଳେ ଜଣେ ଚନ୍ଦ୍ରପୁର ଓ ଜଣେ ଅମରାବତୀ ଓ 5 ଜଣ ନାଗପୁରର । ସେମାନେ ହେଉଛନ୍ତି ଯୁବରାଜ କିଶାନଜୀ ଘାରୋଡେ, ଓମେଶ୍ୱର କିଶାନଲାଲ ମାଚିର୍କେ, ମିତା ପ୍ରମୋଦ ଉଇକେ, ଆରତୀ ନୀଲକାନ୍ତ ସାହାରେ, ସ୍ବେତାଲି ଦାମୋଦର ମାରବେଟ, ପୁଷ୍ପା ଶ୍ରୀରାମଜୀ ମନପୁର, ଭାଗାଶ୍ରୀ ସୁଧାକର ଲୋଟେନ, ରୁମିତା ଭିଲାସ, ଏବଂ ମୌସମ ରାଜକୁମାର ।

ଏହା ମଧ୍ୟ ପଢନ୍ତୁ- Blast in Tamil Nadu: ବାଣ କାରଖାକାନାରେ ବିସ୍ଫୋରଣ ଘଟି 4 ମୃତ

ସୋଲାର ବିସ୍ଫୋରକ କମ୍ପାନୀର କାଷ୍ଟ ବୁଷ୍ଟର୍ ପ୍ଲାଣ୍ଟରେ ପ୍ୟାକିଂ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା । କିନ୍ତୁ କେଉଁ କାରଣରୁ ବିସ୍ଫୋରଣ ହେଲା ତାହା ଜଣା ପଡିନି । ବିସ୍ଫୋରଣ ସମୟରେ କମ୍ପାନୀରେ କେତେ କର୍ମଚାରୀ କାମ କରୁଥିଲେ ତାହା ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୋଲିସ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କୁ ପଚରାଉଚରା କରିପାରେ ।

ଗତ ସେପ୍ଟେମ୍ବର 13 ତାରିଖରେ ମହାରାଷ୍ଟ୍ର ଥାଣେର ଉଲହସନାଗରର ଶାହାଦ ଅଞ୍ଚଳରେ ସ୍ଥିତ ସେଞ୍ଚୁରୀ କମ୍ପାନୀରେ ବିସ୍ଫୋରଣ ଘଟିଥିଲା । ଏହି ଘଟଣାରେ 5 ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । କମ୍ପାନୀର CS2 ବିଭାଗରେ ଏହି ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଏଥିରେ କମ୍ପାନୀରେ କାର୍ଯ୍ୟରତ 5ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବଂ ଅନେକ ଶ୍ରମିକ ଆହତ ହୋଇ ହସ୍ପିଟାରେ ଭର୍ତ୍ତି ହୋଇଥିଲେ ।

Last Updated : Dec 17, 2023, 12:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.