ETV Bharat / bharat

ବ୍ଲାକ ଫଙ୍ଗସକୁ ନେଇ ଆତଙ୍କିତ ନ ହେବାକୁ କହିଲେ ଏମ୍ସ ନିର୍ଦ୍ଦେଶକ

author img

By

Published : May 25, 2021, 9:59 AM IST

ଦେଶରେ ବଢୁଥିବା ବ୍ଲାକ ଫଙ୍ଗସ ମାମଲାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ । କାରଣ ଏହା କୋରୋନା ପରି ସଂକ୍ରାମକ ରୋଗ ନୁହେଁ ବୋଲି କହିଲେ ଏମ୍ସର ନିର୍ଦ୍ଦେଶକ ଡ଼ ରଣଦୀପ ଗୁଲେରିୟା । ଅଧିକ ପଢନ୍ତୁ...

ବ୍ଲାକ ଫଙ୍ଗସକୁ ନେଇ ଆତଙ୍କିତ ନ ହେବାକୁ କହିଲେ ଏମ୍ସ ନିର୍ଦ୍ଦେଶକ
ବ୍ଲାକ ଫଙ୍ଗସକୁ ନେଇ ଆତଙ୍କିତ ନ ହେବାକୁ କହିଲେ ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ମଧ୍ୟରେ ବ୍ଲାକ ଫଙ୍ଗସକୁ ନେଇ ଜୋର ଧରିଛି ଚର୍ଚ୍ଚା । ଦେଶର ବଢୁଥିବା ବ୍ଲାକ ଫଙ୍ଗସ ମାମଲା ଦେଖି ଆତଙ୍କିତ ହେଉଛନ୍ତି ଦେଶବାସୀ । ତେବେ ବ୍ଲାକ ଫଙ୍ଗସ ସଂକ୍ରାମକ ନୁହେଁ, ଏନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡ଼ ରଣଦୀପ ଗୁଲେରିୟା ।

କୋରୋନାରୁ ସୁସ୍ଥ ବ୍ୟକ୍ତି ଏବଂ କ୍ରମଶଃ ସୁସ୍ଥଲାଭ କରୁଥିବା ବ୍ୟକ୍ତିଙ୍କ ଠାରେ ଦେଖାଯାଉଥିବା ମ୍ୟୁକରମାଇକୋସିସ ସାଧାରଣ ଫଙ୍ଗଲ ସଂକ୍ରମଣ ଅଟେ । ଯଦିଓ ଦେଶରେ ବର୍ତ୍ତମାନ ଏହି ମାମଲା ବୃଦ୍ଧି ପାଉଛି, କିନ୍ତୁ ଏହା କୌଣସି ସଂକ୍ରାମକ ରୋଗ ନୁହେଁ । ଅର୍ଥାତ୍ କୋରୋନା ଭଳି ବ୍ଲାକ ଫଙ୍ଗସ ଗୋଟିଏ ବ୍ୟକ୍ତି ଠାରୁ ଅନ୍ୟ ବ୍ୟକ୍ତିକୁ ଡେଇଁ ନଥାଏ । ଏହି ଫଙ୍ଗସକୁ ବିଭିନ୍ନ ରଙ୍ଗ ନାମରେ ନାମିତ କରିବା ଅପେକ୍ଷା ମ୍ୟୁକରମାଇକୋସିସ କହିବା ଯଥାର୍ଥ ଅଟେ । ପ୍ରାୟ 90-95 ପ୍ରତିଶତ ମ୍ୟୁକରମାଇକୋସିସ ରୋଗୀ ମଧୁମେହ କିମ୍ବା ଷ୍ଟେରଏଡ ରୋଗୀ ଅଟନ୍ତି ବୋଲି ଡ଼ ଗୁଲେରିୟା କହିଛନ୍ତି ।

ସାଧାରଣତଃ ଅନେକ ପ୍ରକାର ଫଙ୍ଗଲ ସଂକ୍ରମଣ ରହିଛି, ଯେପରିକି, କ୍ୟାଣ୍ଡିଡା, ଆସ୍ପର୍ଗିଲୋସିସ, କ୍ରିପ୍ଟୋକୋକସ, ହିଷ୍ଟୋପ୍ଲାଜୋମୋସିସ୍, କୋକସିଡିଓଏଡୋମାଇକୋସିସ୍ ଇତ୍ୟାଦି । ଶରୀରରେ କମ୍ ରୋଗ ପ୍ରତିରୋଧକ ଶକ୍ତି ଏହି ରୋଗର ପ୍ରମୁଖ କାରଣ । କୋରୋନା ସୁସ୍ଥ ହେବା ପରେ ଏହି ରୋଗର ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ ନେବା ସହ ଯୋଗଭ୍ୟାସ କରିବାକୁ ଡ଼ ଗୁଲେରିଆ ପ୍ରକାଶ କରିଛନ୍ତି ।

ଅପରପକ୍ଷେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରୱାଲ କହିଛନ୍ତି, ମଡେର୍ଣ୍ଣା ଓ ଫାଇଜର ଟିକା ଉତ୍ପାଦନକାରୀଙ୍କ ସହ କେନ୍ଦ୍ର ସରକାର ନିରନ୍ତର ଯୋଗଯୋଗରେ ଅଛନ୍ତି । ଭାରତର କୋଭିଡ-19ର ବିସ୍ତୃତ ଚିତ୍ରକୁ ଲକ୍ଷ୍ୟ କଲେ ବର୍ତ୍ତମାନ ଦେଶରେ ଉଭୟ ସକ୍ରିୟ ଓ ପଜିଟିଭ ମାମଲ ହ୍ରାସ ପାଉଛି ଏବଂ ସୁସ୍ଥତା ହାର ବଢୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.