ETV Bharat / bharat

ବ୍ଲାକ ଫଙ୍ଗସ: ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳକୁ ମିଳିଛି 1 ଲକ୍ଷରୁ ଊର୍ଦ୍ଧ୍ବ ଆମ୍ଫୋଟେରିସିନ-ବି - କେନ୍ଦ୍ରଶାସିତ ଅଞ୍ଚଳ

ବ୍ଲାକ ଫଙ୍ଗସ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି କେନ୍ଦ୍ର 1 ଲକ୍ଷରୁ ଊର୍ଦ୍ଧ୍ବ ଆମ୍ଫୋଟେସିନ-ବି ଡ୍ରଗ୍ସକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପଠାଇଛି । ଅଧିକ ପଢନ୍ତୁ....

ବ୍ଲାକ ଫଙ୍ଗସ: ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳକୁ ମିଳିଛି 1 ଲକ୍ଷରୁ ଊର୍ଦ୍ଧ୍ବ ଆମ୍ଫୋଟେରିସିନ-ବି

author img

By

Published : Jun 14, 2021, 7:43 PM IST

ନୂଆଦିଲ୍ଲୀ: ବ୍ଲାକ ଫଙ୍ଗସ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଆମ୍ଫୋଟେରିସିନ-ବି ଔଷଧକୁ ବ୍ୟବହାର କରାଯାଉଛି । ତେବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ 1 ଲକ୍ଷ 6 ହଜାର 300 ଡୋଜ ଔଷଧ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡିଭି ସଦାନନ୍ଦ ଗୋୱଡା ସୋମବାର ସୂଚନା ଦେଇଛନ୍ତି ।

ଏହାରି ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଆଉ 53 ହଜାର ଔଷଧ ପଠାଇଛନ୍ତି । ବ୍ଲାକ ଫଙ୍ଗସ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ତୁରନ୍ତ ଏହି ଔଷଧକୁ ପଠାଇବା ପାଇଁ ମନ୍ତ୍ରଣାଳୟ ଉଦ୍ୟମ ଜାରି ରଖିଛି । ସୋମବାର କର୍ଣ୍ଣାଟକକୁ 9400 ଲିପୋସୋମାଲ ଆମ୍ଫୋଟେରିସିନ ବି ଓ 4680 କନଭେନ୍ସନାଲ ଆମ୍ଫୋଟେରିସିନ-ବି ପଠାଯାଇଛି ।

ଗତ ମେ 27 ତାରିଖରେ କେନ୍ଦ୍ର ସରକାର 5ଟି କମ୍ପାନୀକୁ ଲିପୋସୋମାଲ ଆମ୍ଫୋଟେରିସିନ-ବି ଇଞ୍ଜେକସନ ଉତ୍ପାଦନ କରିବା ପାଇଁ ଲାଇସେନ୍ସ ପ୍ରଦାନ କରିଛନ୍ତି । ଏହି ଇଞ୍ଜେକସନକୁ ବ୍ଲାକ ଫଙ୍ଗସ ବା ମ୍ୟୁକୋରମାଇସୋସିସ ଚିକିତ୍ସା କରିବା ପାଇଁ ବ୍ୟବହାର କରାଯାଉଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.