କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଆଉ 24 ଘଣ୍ଟାରୁ କମ ସମୟ ଥିବାବେଳେ ରାଜନୈତିକ ହିଂସା ବଢିବାରେ ଲାଗିଛି । ଦଳ-ଦଳ ମଧ୍ୟରେ ସଂଘର୍ଷରେ ପ୍ରତିଦିନ କୌଣସି ନା କୌଣସି କାର୍ଯ୍ୟକର୍ତ୍ତାଙ୍କ ଜୀବନ ଯାଉଛି । ଆଜି(ଶନିବାର) ପୁଣି ଜଣେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।
ମୃତକ ଜଣକ ହେଲେ 22 ବର୍ଷିୟ ଲାଲମୋହନ ସୋରେନ୍ । ସାଲବୋଣୀର ବାଘମାରୀ ଗାଁ ପାଖରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ଟିଏମସି କାର୍ଯ୍ୟକର୍ତ୍ତା ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷେ ଟିଏମସି ଏହି ଅଭିଯୋଗକୁ ଖଣ୍ଡନ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ