ETV Bharat / bharat

Manipur 2nd phase poll: BJP କର୍ମୀଙ୍କୁ ଗୁଳିକରି ହତ୍ୟା

ମଣିପୁର ଅନ୍ତିମ ପର୍ଯ୍ୟାୟ ଭୋଟିଂରେ ହିଂସାକାଣ୍ଡ । ଜଣେ ବିଜେପି କର୍ମକର୍ତ୍ତାଙ୍କୁ ଗୁଳିକରି ହତ୍ୟା । ଅନ୍ୟ କିଛି ସ୍ଥାନରେ ଘର ଜାଳିଦେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

author img

By

Published : Mar 5, 2022, 6:26 PM IST

Manipur 2nd phase poll: BJP କର୍ମକର୍ତ୍ତାଙ୍କୁ ହତ୍ୟା

ଇମ୍ଫାଲ: ମଣିପୁରରେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଥିବାବେଳେ ହତ୍ୟାକାଣ୍ଡ । ଆଜି (ଶନିବାର) ସକାଳେ ଓ୍ବାଙ୍ଗଜିଙ୍ଗ ଓ୍ବାଙ୍ଗଖେଇ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଶତ୍ରୁତାରୁ ଜଣେ ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହତ୍ୟାର ଶିକାର ହୋଇଥିବା ବିଜେପି କର୍ମକର୍ତ୍ତା ୨୫ ବର୍ଷୀୟ ଲେଇମାପୋକମପ ବୋଲି ସ୍ପଷ୍ଟ କରିଛି ପୋଲିସ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ଲେଇମାପୋକମଙ୍କୁ ୩ ରାଉଣ୍ଡ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କାରଯାଇଥିଲା ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପ୍ରାଥମିକ ସୂଚନା ଅନୁସାରେ, ହତ୍ୟାର ଶିକାର ହୋଇଥିବା ବିଜେପି କର୍ମୀ ଓ ତାଙ୍କର କିଛି ସହଯୋଗୀ ସକାଳେ କଂଗ୍ରେସର ଜଣେ କର୍ମକର୍ତ୍ତାଙ୍କ ଘରକୁ ଯାଇ କ୍ୟାମ୍ପେନିଂ ସମ୍ପର୍କିତ କିଛି ଅଭିଯୋଗ ମଧ୍ୟ କରିଥିଲ ।

ତେବେ ଘଟଣା ପରେ ରାଜ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ରାଜନୈତିକ ବୟାନବାଜୀ ମଧ୍ୟ ଜୋର ଧରିବାରେ ଲାଗିଛି । ପୋଲିସ ସମ୍ପୃକ୍ତ କଂଗ୍ରେସ କର୍ମୀଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟ ଏକ ଘଟଣାକ୍ରମରେ ମତଦାନ ପୂର୍ବରାତି (ଗତକାଲି) ମଧ୍ୟ ଉକ୍ତ ନିର୍ବାଚନ ମଣ୍ଡଳୀର ଅନ୍ୟ କିଛି ସ୍ଥାନରେ ମଧ୍ୟ ହିଂସାତ୍ମକ କାର୍ଯ୍ୟକଳାପ ଦେଖିବାକୁ ମିଳଛି ।

ଗତକାଲି ରାତିରେ ସ୍ଥାନୀୟ ଅଞ୍ଚଳରେ କିଛି ଦୁର୍ବୃତ୍ତ ଏକାଧିକ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନରେ କାଭାଁକାଁଭା ହିଂସା ଦେଖିବାକୁ ମିଳିଥିବା ବେଳେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ହିଂସାତ୍ମକ ହୋଇଛି । ଆଜି ଅନ୍ତିମ ପର୍ଯ୍ୟାୟରେ ୬ ଜିଲ୍ଲାର ୨୨ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ଜାରି ରହିଛି । ସକାଳ ୭ରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସଂନ୍ଧ୍ୟା ୬ଟାରେ ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.