ETV Bharat / bharat

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା, TMCକୁ ଦାୟୀ କଲେ ପରିବାର

author img

By

Published : Nov 7, 2021, 1:10 PM IST

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ପିଟିପିଟି ହତ୍ୟା । TMC ସମର୍ଥକ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କ ପିଟିପିଟି ହତ୍ୟା, TMCକୁ ଦାୟୀ କଲେ ପରିବାର

କୋଲକାତା: ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା । ରାଜ୍ୟର ପୂର୍ବ ମେଦନିପୁରରେ ଏହି ଅଭାବନୀୟ କାଣ୍ଡ ଘଟିଛି । ମୃତକ ହେଲେ ବିଜେପିର ଯୁବ ନେତା ଶମ୍ଭୁ ମାଇତି । ତେବେ ତୃଣମୂଳ କଂଗ୍ରେସ(TMC) ସମର୍ଥକ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପୋଲିସ କାହାକୁ ଗିରଫ କରିନାହିଁ । ଘଟଣାରେ ଛାନଭିନ୍ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ଆଜି ସକାଳୁ ଡେରିଆ ଦିଘା ଅଞ୍ଚଳର କେଲଘାଇ ନଦୀ ପାଖରେ ଶମ୍ଭୁ ଗୁରୁତର ଅବସ୍ଥାରେ ପଡିଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ଏହାପରେ ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ବିଜେପି କର୍ମୀଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଶମ୍ଭୁଙ୍କ ହତ୍ୟା ପାଇଁ ତାଙ୍କ ପରିବାର ଲୋକେ TMCକୁ ଦାୟୀ କରିଛନ୍ତି । ମାତ୍ର TMC ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.