ଲକ୍ଷ୍ମୌ: 2022 ୟୁପି ବିଧାନସଭା ନିର୍ବାଚନରେ 300ରୁ ଅଧିକ ସିଟ ବିଜେପି ବିଜୟ ଲାଭ କରିବ । ଉତ୍ତର ପ୍ରଦେଶରେ ଚାଲିଥିବା ଜିଲ୍ଲାପରିଷଦ ନିର୍ବାଚନରେ 75 ଆସନରୁ ବିଜେପି 67 ଆସନରେ ଦଳ ଜିତିଛି । ତେଣୁ ଆସନ୍ତାବର୍ଷ ନିର୍ବାଚନରେ ଦଳ 300ରୁ ଅଧିକ ସିଟ ହାତେଇବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ।
ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପିର ବିଜୟ ନେଇ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି,ଜେପି ନାଡ୍ଡା, ଅମିତ ଶାହାଙ୍କ ନେତୃତ୍ବରେ ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ପ୍ରର୍ଦଶନ କରିଛି । ବିଜେପିର ଲକ୍ଷ୍ୟ ଫଳପ୍ରଦ ହୋଇ 75 ସିଟରୁ 67 ଟି ପଞ୍ଚାୟତ ଆସନ ଜିତିଛି।
ଉତ୍ତର ପ୍ରଦେଶରେ 2014 ସାଧାରଣ ନିର୍ବାଚନ, 2017 ବିଧାନସଭା ନିର୍ବାଚନ, 2019 ଲୋକସଭା ନିର୍ବାଚନରେ ବିଜେପି ବଡ ଧରଣର ସଫଳତା ପାଇଛି । ତେଣୁ 2022 ବିଧାନସଭା ନିର୍ବାଚନରେ ବିଜୟ ସୁନିଶ୍ଚିତ ବୋଲି ଯୋଗୀ ଦାବି କରିଛନ୍ତି । ରାଜ୍ୟରେ ଦଳୀୟ କର୍ମୀଙ୍କ ଏଭଳି ପ୍ରଦର୍ଶନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମହାମାରୀ ମଧ୍ୟରେ ଏହି ନିର୍ବାଚନ ସଫଳତାର ସହ କରାଯାଇଥିଲା।
ଆସନ୍ତାବର୍ଷ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଯାଉଛନ୍ତି AIMIM ପାର୍ଟି । ଏନେଇ ଯୋଗୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଅସଦୁଦ୍ଦିନ ଓୱେସୀ ଦେଶର ଜଣେ ବଡ ନେତା। ଯଦି ସେ 2022 ବିଧାନସଭା ନିର୍ବାଚନ ପାଇଁ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି । ଯାହାକି ବିଜେପି କର୍ମୀ ଗ୍ରହଣ କରିବେ । 2022ରେ ଉତ୍ତରପ୍ରଦେଶରେ ବିଜେପି ସରକାର ଗଠନ କରିବ ଏଥିରେ କୌଣସି ସନ୍ଦେହ ନାହିଁ।
ଜୁନ 27ରେ ଅସଦୁଦ୍ଦିନ ଓୱେସୀ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଦଳ ଆସନ୍ତାବର୍ଷ ହେବାକୁ ଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ 100ଟି ଆସନରେ ପ୍ରାର୍ଥୀ ଦେବ। ଏହାପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଜିଲ୍ଲା ପଞ୍ଚାୟତ ନିର୍ବାଚନରେ ବିଜେପିର ଚମତ୍କାର ବିଜୟ କେବଳ ଲୋକଙ୍କ ଭଲ ପାଇବା ଓ ଆଶୀର୍ବାଦ ପାଇଁ ସମ୍ଭବ ହୋଇଛି । ଦଳର ଦମଦାର ବିଜୟର ଶ୍ରେୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ।
@ANI