ETV Bharat / bharat

‘ ଉଭୟ ପଶ୍ଚିମବଙ୍ଗ ଓ ଆସାମରେ ସରକାର କରିବ ବିଜେପି ’

author img

By

Published : Feb 21, 2021, 4:32 PM IST

ଦେଶର ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ପଶ୍ଚିମବଙ୍ଗ ଓ ଆସାମରେ ବିଜେପି ବହୁମତ ସହ ସରକାର କରିବାକୁ ଯାଉଛି ବୋଲି ଦାବି କରିଛନ୍ତି ବିଜେପିର ବରିଷ୍ଠ ନେତା ରମଣ ସିଂ । ଅଧିକ ପଢନ୍ତୁ....

‘ ପଶ୍ଚିମବଙ୍ଗ ଓ ଆସାମରେ ସରକାର କରିବ ବିଜେପି ’

ରାୟପୁର: ଦେଶର ଏକାଧିକ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ପଶ୍ଚିମବଙ୍ଗ ଓ ଆସାମରେ ବିଜେପି ବହୁମତ ସହ ସରକାର କରିବାକୁ ଯାଉଛି । ଆଜି ରାୟପୁରରେ ଆୟୋଜିତ ଏକ ଦଳୀୟ ବୈଠକ ପରେ ଏହି ଦୃଢୋକ୍ତି ସହ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ତଥା ଛତିଶଗଡ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ।

ରାୟପୁରରେ ଆୟୋଜିତ ବୈଠକ ପରେ ରମଣ କହିଛନ୍ତି ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ,ପୁଡୁଚେରୀରେ ହେବାକୁ ଥିବା ନିର୍ବାଚନ ଉପରେ ଉକ୍ତ ବୈଠକରେ ଆଲୋଚନା ହୋଇଛି । ସେହିପରି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଉପରେ ସମଗ୍ର ଦେଶର ନଜର ଥିବାବେଳେ ପଶ୍ଚିମବଙ୍ଗରେ ବିଜେପି ସରକାର କରିବାକୁ ଯାଉଥିବା ସେ ଦାବି କରିଛନ୍ତି । କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମଧ୍ୟ ଦଳ କ୍ଷମତାକୁ ଆସିବାକୁ ଯାଉଥିବା କହିଛନ୍ତି ରମଣ ସିଂ ।

ସେହିପରି ସେ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ମଧ୍ୟ ନିଜର ପ୍ରିତିକ୍ରିୟା ରଖିଛନ୍ତି । ରମଣ କହିଛନ୍ତି କେନ୍ଦ୍ର ଆଣିଥିବା ନୂଆ କୃଷି ଆଇନକୁ କେହି ବିରୋଧ କରୁନାହାନ୍ତି । ତେବେ ଏହାକୁ ନେଇ କେବଳ ରାଜନୀତି କରାଯାଉଛି । ବିରୋଧିମାନେ ଏହି ଆନ୍ଦୋଳକୁ ପ୍ରଭାବିତ କରୁଛନ୍ତି । କିନ୍ତୁ କୃଷକ ମାନେ ଏହି ଆଇନ ବିରୋଧରେ ନାହାନ୍ତି ବରଂ ଏହାକୁ ନେଇ ସେମାନେ ଖୁସି ଅଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଏହି ଆଇନକୁ ସ୍ବାଗତ ମଧ୍ୟ କରାଯାଉଛି। ଏହି ଆନ୍ଦୋଳନକୁ ବଞ୍ଚାଇ ରଖିବା ପାଇଁ କଂଗ୍ରେସ ଓ ବାମ ଦଳ ପକ୍ଷରୁ ଏକ ଷଡଯନ୍ତ୍ର ଚାଲିଛି ବୋଲି କହଛନ୍ତି ରମଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.