ETV Bharat / bharat

ପିଡିପିକୁ ବ୍ୟାନ କରିବାକୁ ଚାହୁଁଛି ବିଜେପି: ମେହବୁବା ମୁଫତି - jammu and kashmir

ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି ପିଡିପି ସଭାପତି ବା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଦେଶରେ ଗଣତନ୍ତ୍ର ହତ୍ୟା କରିବାକୁ ଚେଷ୍ଟା ବିଜେପି କରୁଛି ବୋଲି ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ...

ପିଡିପିକୁ ବ୍ୟାନ କରିବାକୁ ଚାହୁଁଛି ବିଜେପି: ମେହବୁବା ମୁଫତି

author img

By

Published : Nov 29, 2020, 10:35 PM IST

ଶ୍ରୀନଗର: ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି ପିଡିପି ସଭାପତି ବା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ଦେଶରେ ଗଣତନ୍ତ୍ର ହତ୍ୟା କରିବାକୁ ଚେଷ୍ଟା କରୁଛି ବିଜେପି। ଜମ୍ମୁରେ ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ନାମରେ ଏଭଳି କରୁଛି ବିଜେପି। ଜମ୍ମୁରେ ନିର୍ବାଚନ କରିବାକୁ ବିରୋଧ କରିଛନ୍ତି । ରବିବାର ଏକ ସାକ୍ଷାତକାରରେ ଏହା କହିଛନ୍ତି ମେହବୁବା ମୁଫତି।

ସାକ୍ଷାତକାରରେ ମହେବୁବା ମୁଫତି କହିଛନ୍ତି ଯେ, "ପିଡିପି ଦଳକୁ ବ୍ୟାନ କରିବାକୁ ଚାହୁଁଛି ବିଜେପି। ମୋତେ ଗିରଫ କରି ମୋ ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ବିଜେପି। କାଶ୍ମୀରରେ 370 ଧାରା ବିରୋଧରେ ସ୍ବରଉତ୍ତୋଳନ କରିବାକୁ ଏଭଳି କରୁଛନ୍ତି କେନ୍ଦ୍ର ସରକାର। ପାକିସ୍ତାନ ଏକ ମୁସଲିମ ରାଷ୍ଟ୍ର ହୋଇଥିବାରୁ ଭାରତ ଏହି ଦେଶ ସହ କଥାବାର୍ତ୍ତା ହେବାକୁ ରାଜି ହେଉନି। ବିଜେପି ଦେଶରେ ସାମ୍ପ୍ରଦାୟିକ ଭାବ ବଢ଼ାଉଛି। ପରବର୍ତ୍ତୀ ସମୟରେ ଏହା ଦେଶ ପାଇଁ କ୍ଷତିକାରକ ହୋଇପାରେ।"

ସୂଚନା ଅନୁଯାୟୀ ମହେବୁବା ମୁଫତୀଙ୍କୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମଳନୀରେ ଯୋଗ ଦେବା ବେଳେ ରୋକା ଯାଇଥିଲା। ହିଜବୁଲ ମୁଜାହିଦ୍ଦିନ ସହ ସମ୍ପର୍କ ରଖିବା ଅଭିଯୋଗେ ଫୁଲୱାମାର ପିଡିପି ନେତା ୱାହିଦ ପାରାଙ୍କୁ ଗିରଫ କରିଥିଲା। ଏହାପରେ ୱାହିଦ ପାରାଙ୍କୁ ଘରକୁ ଯିବା ବେଳେ ମଧ୍ୟ ତାଙ୍କୁ ରୋକା ଯାଇଥିଲା। ଏହାକୁ ବିରୋଧ କରି ରବିବାର ସାମ୍ବାଦିକ ସମ୍ମିଳନୀରେ କରିଥିଲେ ମେହବୁବା ମୁଫତି। ଏଥିରେ ସେ ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାବଳ ରହିବାକୁ ନେଇ ବିରୋଧ କିରିଛନ୍ତି।

କାଶ୍ମୀରରେ 9 ଲକ୍ଷରୁ ଅଧିକ ସରୁକ୍ଷାକର୍ମୀ ରହିଛନ୍ତି। ଲୋକେ ଏଠାରେ ଭୟଭୀତ ଅବସ୍ତାରେ ଦିନ କାଟୁଛନ୍ତି । ଯଦି 370 ସମସ୍ତ ମୁଦ୍ଦା କାରଣ ରହିଥିଲା ତେବେ କାଶ୍ମୀରରେ କାହିଁକି ଏବେ ବି ସୁରକ୍ଷାକର୍ମୀ ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ମେହବୁବା ମୁଫତି । ଜିଲ୍ଲା ବିକାଶ ପରିଷଦ ନିର୍ବାଚନୀ ପ୍ରଚାରରେ ପିଡିପି କର୍ମୀଙ୍କୁ ପ୍ରଚାର କରିବାକୁ ଦିଆଯାଉନାହିଁ ବୋଲି ମଧ୍ୟ ଅଭିଯୋଗ କରିଛି ପିଡିପି ସଭାପତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.