ETV Bharat / bharat

BSP ଟାର୍ଗେଟରେ ବ୍ରାହ୍ମଣ ସମାଜ: ୨୩ରୁ କରିବ ଅଭିଯାନ - ୨୩ ତାରିଖରୁ ବିଏସପିର ଅଭିଯାନ

ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଏସପି ସୁପ୍ରିମୋ ମାୟାବତୀ ବ୍ରାହ୍ମଣ ସମାଜକୁ ଆକୃଷ୍ଟ କରିବା ପାଇଁ ବଡ କାର୍ଡ ଖେଳିଛନ୍ତି । ଅଧିକ ପଢନ୍ତୁ...

ବିଏପି ଟାର୍ଗେଟରେ ବ୍ରାହ୍ମଣ ସମାଜ: ୨୩ ତାରିଖରୁ ବିଏସପିର ଅଭିଯାନ

author img

By

Published : Jul 19, 2021, 7:40 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭୋଟର ମାନଙ୍କୁ ପ୍ରଲୋଭିତ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବିଏସପି ସୁପ୍ରିମୋ ମାୟାବତୀ ବ୍ରାହ୍ମଣ ସମାଜକୁ ଆକୃଷ୍ଟ କରିବା ପାଇଁ ବଡ କାର୍ଡ ଖେଳିଛନ୍ତି ।

ଜୁଲାଇ ୨୩ ତାରିଖରେ ମାୟାବତୀ ଏକ ବଡ ଧରଣର ବ୍ରାହ୍ମଣ ସମ୍ମିଳନୀ କରିବାକୁ ଯାଉଛନ୍ତି । ସମ୍ମିଳନୀ ପୂର୍ବରୁ ମାୟାବତୀ ରବିବାର ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବ୍ରାହ୍ମଣ ସମାଜ ଦୁଃଖି ଅଛନ୍ତି । ବ୍ରାହ୍ମଣ ସମାଜର ଅଧିକାଂଶ ଲୋକ ବିଜେପିର ମିଛ ପ୍ରରୋଚନାରେ ଆକୃଷ୍ଟ ହୋଇ ତାଙ୍କୁ ଭୋଟ ଦେଇଥିଲେ । ସେ କହିଛନ୍ତି, ମୁଁ ୟୁପିର ଦଳିତ ଲୋକଙ୍କ ପାଇଁ ଗର୍ବିତ । ବିଜେପି ଏବଂ କଂଗ୍ରେସ ଦଳିତଙ୍କୁ ପଥହୁଡା କରିବା ପାଇଁ ବହୁ ପ୍ରୟାସ କରିଛନ୍ତି । ବିଜେପି ଦଳିତଙ୍କୁ ଖେଚୁଡି ଖୁଆଉଛି, ଲୋଭ ଦେଖାଉଛି ।

ମାୟାବତୀ ଆହୁରି କହିଛନ୍ତି, ଦଳିତ ସମାଜ ଏକତରଫା ଭୋଟ ବିଜେପିକୁ ଦେଇଛନ୍ତି । ସେମାନେ ପ୍ରଲୋଭିତ ହୁଅନ୍ତି ନାହିଁ । ବିଏସପିର ଭୋଟ ପ୍ରତିଶତ ଏସପି ଠାରୁ ମଧ୍ୟ ଅଧିକ ରହିଛି । ଆଉ ବ୍ରାହ୍ମଣମାନେ ବିଜେପିକୁ ଭରସା କରିଗଲେ । ବ୍ରାହ୍ମଣଙ୍କ ସହିତ ଯେପରି ଅତ୍ୟାଚାର ହେଉଛି ସେମାନେ ଏଥର ବିଜେପିକୁ ଭୋଟ ଦେବେ ନାହିଁ ।

ସେ କହିଛନ୍ତି, ବିଜେପି ପୁନଶ୍ଚ ବ୍ରାହ୍ମଣ ଭୋଟକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ସମସ୍ତ ଉପାୟ ଆପଣାଇବ । ତେଣୁ, ବ୍ରାହ୍ମଣ ସମାଜ ସହିତ ସମାଜର ଅନ୍ୟ ବର୍ଗଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି । ଆଉ ସମାଜର ସବୁ ବର୍ଗର ଲୋକଙ୍କ କଥା ଚିନ୍ତା କେବଳ ବିଏସପି ହିଁ କରିପାରିବ । ଜୁଲାଇ ୨୩ ତାରିଖରୁ ବିଏସପି ରାଷ୍ଟ୍ରୀୟ ମହାସଚିବ ସତିଶ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ଏକ ଅଭିଯାନ ଅଯୋଧ୍ୟାରୁ ଆରମ୍ଭ ହେଉଛି ଯେଉଁଥିରେ ବ୍ରାହ୍ମଣଙ୍କୁ ବିଏସପି ସହିତ ଯୋଡିବାର ପ୍ରୟାସ କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.