ETV Bharat / bharat

ମୁଖ୍ୟମନ୍ତ୍ରୀ ଟେନସନ୍ ! ଆସନ୍ତା ସପ୍ତାହରେ ଉତ୍ତରାଖଣ୍ଡରେ ବିଜେପିର ବିଚାରବିମର୍ଶ

ଆସନ୍ତା ସପ୍ତାହରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଆରମ୍ଭ କରିବ ବିଜେପି । ଉତ୍ତରାଖଣ୍ଡ ଗସ୍ତ କରି ନିର୍ବାଚିତ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ । ୧୮ ତାରିଖରେ ହୋଇପାରେ ଶପଥଗ୍ରହଣ ଉତ୍ସବ । ଅଧିକ ପଢନ୍ତ

author img

By

Published : Mar 12, 2022, 9:23 PM IST

ଆସନ୍ତା ସପ୍ତାହରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦ ନେଇ ବିଚାରବିମର୍ଶ କରିବ ବିଜେପି

ଡେରାଡୁନ: ଉତ୍ତରାଖଣ୍ଡରେ ପ୍ରଚଳିତ ଧାରାକୁ ଭାଙ୍ଗି କ୍ରମାଗତ ୨ୟ ଥର ପାଇଁ କ୍ଷମତା ହାସଲ କରିଛି ଭାରତୀୟ ଜନତା ପାର୍ଟି । ତେବେ ସରକାର ଗଠନ କରିବାକୁ ଯାଉଥିବା ବିଜେପି ପାଇଁ ପୁଣି ଏକ ଆହ୍ବାନ ଆଣିଛି ନୂଆ ମୁଖ୍ୟମନ୍ତ୍ରୀ ଚୟନ । କାରଣ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କିନ୍ତୁ ଖତିମା ଆସନରୁ ନିଜ କଂଗ୍ରେସ ପ୍ରତିଦ୍ବନ୍ଦୀଙ୍କ ଠାରୁ ପରାଜିତ ହୋଇଛନ୍ତି । ଏପରି ସ୍ଥଳେ ମୁଖ୍ୟମନ୍ତ୍ରୀ ଚୟନ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବା ଉତ୍ତରାଖଣ୍ଡରେ ପୁଣି କସରତ ଦେଖିବାକୁ ମିଳିବ ।

ମିଳିଥିବା ସୂଚନା ଅନୁସାରେ, ବିଜେପି ପକ୍ଷରୁ ଆସନ୍ତା ସପ୍ତାହ ଆରମ୍ଭ ସୁଦ୍ଧା ମୁଖ୍ୟମନ୍ତ୍ରୀ ପଦ ପାଇଁ ବିଚାରବିମର୍ଶ ଆରମ୍ଭ ହୋଇପାରେ । ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦଳ ପକ୍ଷରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବା ସହ ରାଜ୍ୟନେତା ଓ ନିର୍ବାଚିତ ବିଧାୟକଙ୍କ ସହ ଆଲୋଚନା କରି ନାମ ଚୂଡାନ୍ତ ପାଇଁ ଉତ୍ତରାଖଣ୍ଡ ପଠାଯିବ । ତେବେ ଏହି ସମସ୍ତ ପ୍ରକ୍ରିୟା ଶେଷ କରି ୧୮ ତାରିଖରେ ଶପଥଗ୍ରହଣ ଉତ୍ସବ ହେବା ନେଇ ମଧ୍ୟ ସୂତ୍ରରୁ ସୂଚନା ମିଳିଛି ।

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅଜୟ ଭଟ୍ଟ ଏବଂ ରିତୁ ଖାନ୍ଦୁରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅନ୍ୟ କିଛି ବରିଷ୍ଠ ଆଶାୟୀଙ୍କ ନାମ ମଧ୍ୟ ତାଲିକାରେ ରହିଛି । ତେବେ ଜୁଲାଇ 2021 ରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଧାମି । ଚଳିତ ଥର ଦଳ ମଧ୍ୟ ତାଙ୍କ ନେତୃତ୍ବରେ ନିର୍ବାଚନ ଲଢିଥିବାବେଳେ ସେ ହିଁ ପୁଣି ମୁଖ୍ୟମନ୍ତ୍ରୀ ହେବା ନେଇ ଚିତ୍ର ଏକପ୍ରକାର ସ୍ପଷ୍ଟ ହୋଇଥିଲା ।

ତେବେ ଦଳ ଭଲ ପ୍ରଦର୍ଶନ କରି ପୂର୍ବ ଧାରାକୁ ଭାଙ୍ଗିବାରେ ସଫଳ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ଧାମି କିନ୍ତୁ ନିର୍ବାଚନ ହାରିଯାଇଥିଲେ । ବର୍ତ୍ତମାନ କିଛି ନିର୍ବାଚିତ ବିଧାୟକ ମଧ୍ୟ ନିଜେ ଇସ୍ତାଫା ଦେଇ ଧାମିକୁ ଉପ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହେବା ପାଇଁ ଅବସର ଦେବାକୁ ଆଗ୍ରହ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

70 ସଦସ୍ୟ ବିଶିଷ୍ଟ ବିଧାନସଭାରେ ଦୁଇ ତୃତୀୟାଂଶ ସଂଖ୍ୟାରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜେପି କ୍ଷମତାକୁ ଆସିଛି । ଦଳ 47 ଟି ଆସନରେ ବିଜୟୀ ହେବା ସହ 44.33 ପ୍ରତିଶତ ଭୋଟ୍ ପାଇଛି । ଏହି ଭୋଟ ପ୍ରତିଶତ ବିଜେପି ପୂର୍ବ ନିର୍ବାଚନରେ ପାଇଥିବା ଭୋଟ ପ୍ରତିଶତ ଠାରୁ ପ୍ରାୟ ଦୁଇ ପ୍ରତିଶତ ହ୍ରାସ ପାଇଛି ।

2017 ବିଧାନସଭା ନିର୍ବାଚନରେ ​​ବିଜେପି 46.51 ପ୍ରତିଶତ ଭୋଟ୍ ହାସଲ କରିବା ସହ ସରକାର କରିଥିଲା । ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସିଛି ଉତ୍ତରାଖଣ୍ଡ । ସ୍ବଳ୍ପକାଳୀନ ଅବଧୀ ମଧ୍ୟରେ ଏକାଧିକ ମୁଖ୍ୟମନ୍ତ୍ରୀ ମଧ୍ୟ ପରବର୍ତ୍ତନ ହୋଇଛନ୍ତି । ଚଳିତଥର ରାଜ୍ୟକୁ କେଉଁ ନୂଆ ମୁହଁ ପ୍ରତିନିଧିତ୍ବ କରିବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.