ETV Bharat / bharat

ବିରୋଧୀଙ୍କୁ ଶାହଙ୍କ ଖୋଲା ଚ୍ୟାଲେଞ୍ଜ, 2024ରେ 300ରୁ ଅଧିକ ଆସନରେ ଜିତିବ ବିଜେପି

ଆସାମର ଦିବୃଗଡରେ ଶାହ । କହିଲେ 2024 ରେ 3ଶହରୁ ଅଧିକ ଆସନରେ ଜିତି କ୍ଷମତା ବଜାୟ ରଖିବ ବିଜେପି । ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

3 ଶହ ଆସନ ସହ କ୍ଷମତା ବଜାୟ ରଖିବ ବିଜେପି: ଶାହ

author img

By

Published : Apr 11, 2023, 6:40 PM IST

ଗୌହାଟୀ: ଆସନ୍ତାବର୍ଷ (2024) ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି 3 ଶହରୁ ଅଧିକ ଆସନରେ ବିଜୟୀ ହୋଇ କେନ୍ଦ୍ରରେ କ୍ଷମତା ବଜାୟ ରଖିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ 3ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ଦଳର ମୁଖ୍ୟ ରଣନୀତିକାର କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଉତ୍ତର-ପୂର୍ବ ଗସ୍ତରେ ଥିବା ଶାହ ଆଜି (ମଙ୍ଗଳବାର) ଆସାମର ଦିବୃଗଡରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଏହା କହିଛନ୍ତି ।

ସେଠାରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶାହ କହିଛନ୍ତି, 2024 ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ପୂର୍ଣ୍ଣ ବହୁମତ ସହ ତୃତୀୟ ଥର କ୍ଷମତା ହାସଲ କରିବାକୁ ଯାଉଛି । ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସେହିପରି ଆସାମରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ । ମୋଟ 14 ଲୋକସଭା ଆସନ ଥିବା ଆସାମରେ ଦଳ 12ଟି ଆସନରେ ବିଜୟ ଲାଭ କରିବା ନେଇ ନିଶ୍ଚିତ ରହିଛନ୍ତି ଶାହ ।

ସେହିପରି ସେ ଦଳୀୟ ବିଜୟକୁ ନିଶ୍ଚିତ କରିବା ସହ ପାରମ୍ପରିକ ବିରୋଧୀ କଂଗ୍ରେସକୁ ଟାର୍ଗେଟ କରିବାର କୌଣସି ଅବସର ଛାଡିନାହାନ୍ତି । କହିଛନ୍ତି, ଉତ୍ତର-ପୂର୍ବ ଦିନେ କଂଗ୍ରେସର ଏକ ଗଡ ଭାବେ ପରିଚିତ ଥିଲା । ହେଲେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସତ୍ତ୍ବେ ମଧ୍ୟ ଦଳ ବିଧାନସଭା ନିର୍ବାଚନରେ ଅତି ନୈରାଶ୍ୟଜନକ ପ୍ରଦର୍ଶନ କଲା । ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିବା ତିନି ଉତ୍ତର-ପୂର୍ବ ରାଜ୍ୟରେ ଦଳ ଭଲ ପ୍ରଦର୍ଶନ କରିପାରିନି ବୋଲି କହି କଂଗ୍ରେସର ଦେଶବ୍ୟାପୀ ଭାରତ ଯୋଡୋ ଯାତ୍ରାକୁ କଟାକ୍ଷ କରିଛନ୍ତି ଶାହ ।

ସେ ରାହୁଲ ଗାନ୍ଧୀଙ୍କ ବିଦେଶରେ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ ଉଠାଇ ମଧ୍ୟ ସାମାଲୋଚନା କରିଥିଲେ । ଲଣ୍ଡନ ଗସ୍ତ ସମୟରେ ରାହୁଲ ଦେଶକୁ ଅପମାନିତ କରିଛନ୍ତି । ରାହୁଲ କ୍ରମାଗତ ଏପରି ମିଥ୍ୟା ଓ ଅମୂଳକ ମନ୍ତବ୍ୟ ଦେଇ ଦେଶ ଓ ସରକାରଙ୍କୁ ବିଦେଶରେ ନିନ୍ଦିତ କରିଆସୁଛନ୍ତି । ତେବେ ଯଦି ରାହୁଲ ଏପରି ମିଛ ମାଧ୍ୟମରେ ଦେଶକୁ ବଦନାମ କରିବା ଜାରି ରଖନ୍ତି ତେବେ, କଂଗ୍ରେସ ଦେଶରୁ ସମ୍ପୂର୍ଣ୍ଣ ପୋଛି ହୋଇଯିବ ବୋଲି ମଧ୍ୟ ଶାହା କହିଛନ୍ତି ।

ସେହିପରି ସେ ଉତ୍ତର-ପୂର୍ବରୁ ବିବାଦୀୟ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆକ୍ଟ ସମ୍ପର୍କରେ ମଧ୍ୟ ନିଜ ସମ୍ବୋଧନରେ ଉଲ୍ଲେଖ କରିଛନ୍ତି । ଉତ୍ତର-ପୂର୍ବରେ ଏବେ ସ୍ଥିତି ସୁଧୁରିଛି, ଶାନ୍ତି ଫେରିଛି । ଆସାମର ପ୍ରାୟ 70 ପ୍ରତିଶତରୁ ଅଧିକ ସ୍ଥାନରେ ଏହି ବିବାଦୀୟ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆକ୍ଟ (1958-AFSPA ) ହଟାଯାଇ ସାରିଲାଣି ବୋଲି ଶାହ କହିଥିଲେ । ଉତ୍ତର-ପୂର୍ବ ଗସ୍ତରେ ଥିବା ଶାହ, ଗତକାଲି (ସୋମବାର) ଅରୁଣାଚଳ ପ୍ରଦେଶ ଗସ୍ତ କରିଥିବା ବେଳେ ଆଜି ପଡୋଶୀ ରାଜ୍ୟ ଆସାମରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.