ETV Bharat / bharat

ଟ୍ରମ୍ପଙ୍କ ପରି ହେବ ବିଜେପିର ଦଶା: ମୁଫ୍‌ତି - ମୁଫତିଙ୍କର ବିଜେପିକୁ ଟାର୍ଗେଟ

ପୁଣି ବିଜେପିକୁ ଟାର୍ଗେଟ କଲେ ପିଡିପି ମୁଖ୍ୟ ମେହବୁବା ମୁଫତି । କହିଲେ ଆମେରିକାରେ ଟ୍ରମ୍ପ ସରକାରଙ୍କ ପରି ଭାରତରେ ବିଜେପି ମଧ୍ୟ ଶାସନରୁ ଖୁବ୍‌ ଶୀଘ୍ର ହଟିବ । ଅଧିକ ପଢ଼ନ୍ତୁ...

BJP to meet same electoral fate as Trump, Mehbooba Mufti targets BJP, PDP chief Mehbooba Mufti, ଟ୍ରମ୍ପଙ୍କ ପରି ହେବ ବିଜେପିର ଦଶା, ମୁଫତିଙ୍କର ବିଜେପିକୁ ଟାର୍ଗେଟ, ପିଡିପି ମୁଖ୍ୟ ମେହବୁବା ମୁଫତି
ଟ୍ରମ୍ପଙ୍କ ପରି ହେବ ବିଜେପିର ଦଶା: ମୁଫ୍‌ତି
author img

By

Published : Nov 9, 2020, 9:14 PM IST

ଜମ୍ମୁ: ପିଡିପି ମୁଖ୍ୟ ମେହବୁବା ମୁଫତି ସୋମବାର ବିହାର ଏଗଜିଟ ପୋଲକୁ ଦର୍ଶାଇ ବିଜେପି ସରକାରର ନୀତି ଉପରେ ଆକ୍ରମଣ କରି କହିଛନ୍ତି, ‘ଦଳ ମଧ୍ୟ ଆମେରିକାର ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭଳି ନିର୍ବାଚନୀ ଦଶା ପାଇବ ।’

ବିହାର ବିଧାନସଭା ନିର୍ବାଚନର ଏଗଜିଟ ପୋଲ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ନେତୃତ୍ବରେ ମହାଗଠବନ୍ଧନ ପାଇଁ ବାଟ ଫିଟିଥିବା ଦେଖାଉଥିବା ବେଳେ ପିଡିପି ମୁଖ୍ୟ କହିଛନ୍ତି, ‘‘ମୁଁ ତେଜସ୍ବୀ ଯାଦବଙ୍କୁ ଅଭିନନ୍ଦନ ଦେବି ଯିଏ ଜଣେ ଯୁବ ନେତା ଓ ଯିଏ ରୋଟି, କପଡ଼ା ଓ ମକାନ ଉପରେ ଗୁରୁତ୍ବ ଦେଇଛନ୍ତି ।’’

ତେଜସ୍ବୀଙ୍କ ଅଭିନନ୍ଦନ ଦେବା ପରେ ମୁଫତି କହିଛନ୍ତି, ‘‘ବିଜେପି ଜମ୍ମୁ କଶ୍ମୀରରୁ ଧାରା 370 ଓ 35କ ହଟାଇ ସାରା ଦେଶବାସୀଙ୍କ ପାଇଁ ଏହାର ବାଟକୁ ଖୋଲିଛି କିନ୍ତୁ ତାହା ସେମାନଙ୍କ ପାଇଁ କାର୍ଯ୍ୟ କରିବା ନାହିଁ କାରଣ ଲୋକମାନେ ସେମାନଙ୍କର ଦୁଇ ଓଳି ଖାଇବା ପାଇଁ ଅଧିକ ଚିନ୍ତିତ ।’’

ଜମ୍ମୁ କଶ୍ମୀରରେ ମଧ୍ୟ ଲାଗୁ ହୋଇଥିବା କେନ୍ଦ୍ର ସରକାରଙ୍କ ନୂଆ କୃଷି ବିଲ ଉପରେ ମେହବୁବା କହିଛନ୍ତି ଯେ, ‘‘ବିଜେପି ସରକାର ଲୋକଙ୍କୁ ଦୁଇ ଓଳି ଖାଇବା ଯୋଗାଇବାରେ ଅସମର୍ଥ ଓ ପ୍ରତିବର୍ଷ 2 କୋଟି ରୋଜଗାର ଯୋଗାଇବାର ପ୍ରତିଶ୍ରୁତିକୁ ମଧ୍ୟ ପୂର୍ଣ୍ଣ କରି ପାରିନାହାନ୍ତି ।’’

‘‘ଏହି ଦଳ ଧାରା 370 ଉଚ୍ଛେଦକୁ ଭୋଟରଙ୍କ ମଧ୍ୟରେ ବିକ୍ରି କରିବାକୁ ଚେଷ୍ଟା କରିଛି ।’’

‘‘ଆଜି ସେମାନଙ୍କର (ବିଜେପିର) ସମୟ କାଲି ଆମ ସମୟ ଆସିବ । ଗତ ସପ୍ତାହରେ ଆମେରିକା ନିର୍ବାଚନରେ ଯାହା ଟ୍ରମ୍ପଙ୍କ ସହ ହୋଇଥିଲା ତାହା ବିଜେପି ସହ ମଧ୍ୟ ହେବ ବୋଲି ମୁଫତି କହିଛନ୍ତି ।’’

ବିଜେପି ଉପରେ ଦୋଷାରୋପ କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘କ୍ଷମତାରୁ ଯିବା ପୂର୍ବରୁ ବିଜେପି ସମସ୍ତ ଉତ୍ସକୁ ବିକ୍ରି କରିଦେଇ ଯିବ । ଏହା ଦେଶର ସବୁଠାରୁ ଭ୍ରଷ୍ଟ ଦଳ ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.