ETV Bharat / bharat

ସଂଖ୍ୟାଲଘୁଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ: BJPରୁ ନିଲମ୍ବିତ ହେଲେ ନୁପୂର ଶର୍ମା, ନବୀନ ଜିନ୍ଦଲ - ନୁପୁର ଶର୍ମାଙ୍କୁ ନିଲମ୍ବିତ କଲା ଦଳ

ସଂଖ୍ୟାଲଘୁଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ନୁପୂର ଶର୍ମା, ନବୀନ ଜିନ୍ଦଲଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କଲା BJP । ଅଧିକ ପଢନ୍ତୁ

ସଂଖ୍ୟାଲଘୁଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ: BJP ରୁ ନିଲମ୍ବିତ ହେଲେ ନୁପୂର ଶର୍ମା, ନବୀନ ଜିନ୍ଦଲ

author img

By

Published : Jun 5, 2022, 6:24 PM IST

ନୂଆଦିଲ୍ଲୀ: ଏକ ଟିଭି ବିତର୍କ କାର୍ଯ୍ୟକ୍ରମରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଭାରତୀୟ ଜନତା ପାର୍ଟି ପ୍ରବକ୍ତା ନୁପୂର ଶର୍ମା ଓ ନବୀନ ଜିନ୍ଦଲଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏକ ଟିଭି କାର୍ଯ୍ୟକ୍ରମରେ ବର୍ତ୍ତମାନ ଦେଶରେ ଜାରି ରହିଥିବା ଜ୍ଞାନବ୍ୟାପୀ ମସଜିଦ ବିବାଦରେ ସଂଖ୍ୟାଲଘୁଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ନୁପୂର । ନବୀନ ଜିନ୍ଦଲ ମଧ୍ୟ ସମାନ ପ୍ରସଙ୍ଗରେ ବିବାଦୀୟ ପୋଷ୍ଟ କରି ଅଡୁଆରେ ଥିଲେ । କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉଭୟ କାର୍ଯ୍ୟକର୍ତ୍ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିବା BJP ସ୍ପଷ୍ଟ କରିଛି ।

ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି ଦଳର ସଂଗଠନ ମହାମନ୍ତ୍ରୀ ଅରୁଣ ସିଂ । ଭାରତୀୟ ଜନତା ପାର୍ଟି କୌଣସି ନିର୍ଦ୍ଦିଷ୍ଟ ଧର୍ମ ପ୍ରତି ଆପତ୍ତିଜନକ ତଥା ଅପମାନିତ କରିବା ପରି ମନ୍ତବ୍ୟ ଦେଇ ନଥାଏ । ଏପରି କାର୍ଯ୍ୟକୁ ମଧ୍ୟ ଦଳ ଘୃଣା କରେ । କୌଣସି ଧର୍ମ ସମ୍ପର୍କରେ ଏପରି କୁଶ୍ଚିତ ମନ୍ତବ୍ୟ ଦେବାର ମାନସିକତାକୁ ମଧ୍ୟ ଦଳ ବିରୋଧ କରେ ବୋଲି ଅରୁଣ କହିଥିଲେ । ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଅନୁମାନ କରାଯାଉଥିବା ବେଳେ ଉଭୟଙ୍କୁ ନିଲମ୍ବିତ କରିଛି ଦଳ ।

ତେବେ ଘଟଣା ଅନୁସାରେ, ଏକ ଟିଭି ବିତର୍କରେ ଅଂଶଗ୍ରହଣ କରିବା ଅବସରରେ ମୁଖପାତ୍ର ନୁପୂର ଶର୍ମା ବର୍ତ୍ତମାନ ଲାଗିରହିଥିବା ଉତ୍ତର ପ୍ରଦେଶର ବାରାଣସୀ ଜ୍ଞାନବ୍ୟାପୀ ମସଜିଦ ବିବାଦ ନେଇ ସଂଖ୍ୟାଲଘୁଙ୍କ ବିରୋଧରେ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ସେହିପରି ନବୀନ ଜିନ୍ଦଲ ମଧ୍ୟ ସଂଖ୍ୟାଲଘୁଙ୍କ ସମ୍ପର୍କରେ ଆପତ୍ତିଜନକ ଟ୍ବିଟ କରିଥିବା ଅଭିଯୋଗ ହୋଇଥିଲା ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.