ETV Bharat / bharat

BJPକୁ ନାଗଲାଣ୍ଡରୁ ମିଳିଲା ପ୍ରଥମ ରାଜ୍ୟସଭା ସାଂସଦ - କିଏ ଏସ ଫାଙ୍ଗନୋନ କୌନ୍ୟାକ

ଉତ୍ତର-ପୂର୍ବାଞ୍ଚଳର ଆଉ ଏକ ରାଜ୍ୟ ନାଗଲାଣ୍ଡରୁ ପ୍ରଥମ ରାଜ୍ୟସଭା ସାଂସଦ ପାଇଲା ଭାରତୀୟ ଜନତା ପାର୍ଟି (BJP) । ଆଜି ଦଳର ରାଜ୍ୟ ଶାଖା ମହିଳା ମୋର୍ଚ୍ଚା ସଭାପତି ଏସ ଫାଙ୍ଗନୋନ କୋନ୍ୟାକ୍ ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ

BJP କୁ ନାଗଲାଣ୍ଡରୁ ମିଳିଲା ପ୍ରଥମ ରାଜ୍ୟସଭା ସାଂସଦ

author img

By

Published : Mar 21, 2022, 10:07 PM IST

କୋହିମା: ଉତ୍ତର-ପୂର୍ବାଞ୍ଚଳର ଆଉ ଏକ ରାଜ୍ୟ ନାଗଲାଣ୍ଡରୁ ପ୍ରଥମ ରାଜ୍ୟସଭା ସାଂସଦ ପାଇଲା ଭାରତୀୟ ଜନତା ପାର୍ଟି (BJP) । ଆଜି ଦଳର ରାଜ୍ୟ ଶାଖା ମହିଳା ମୋର୍ଚ୍ଚା ସଭାପତି ଏସ ଫାଙ୍ଗନୋନ କୋନ୍ୟାକ୍ (S Phangnon Konyak) ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ଏସ ଫାଙ୍ଗନୋନ କୋନ୍ୟାକ୍ ନାଗଲାଣ୍ଡର ପ୍ରଥମ ମହିଳା ଯିଏ କି ପ୍ରଥମ ରାଜ୍ୟସଭା ସାଂସଦ ହୋଇଛନ୍ତି ।

କୋନ୍ୟାକ୍ ଆଜି (ସୋମବାର) ନାଗଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିୟୋ (Nagaland Chief Minister Neiphiu Rio) ଓ ବିଜେପି ରାଜ୍ୟ ସଭାପତି ତେମଜେନ ଇମନା ଅଲୋଂଗ (Temjen Imna Along)ଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କରିଥିଲେ । ଗୋଟିଏ ଆସନ ପାଇଁ ଆସନ୍ତା 31 ମାର୍ଚ୍ଚରେ ନିର୍ବାଚନ ହେବାକୁ ଥିଲା । ତେବେ ଏସ ଫାଙ୍ଗନୋନ କୋନ୍ୟାକଙ୍କ ବିରୋଧରେ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ । ଫଳରେ ସେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

60 ଆସନ ବିଶିଷ୍ଟ ନାଗଲାଣ୍ଡ ବିଧାନସଭାରେ ବର୍ତ୍ତମାନ ବିଜେପି ଓ ସହଯୋଗୀ NDPP କୁ ନେଇ ମୋଟ 35 ବିଧାୟକ ରହିଛନ୍ତି । ସେହିପରି ନାଗା ପିପୁଲ୍ସ ଫ୍ରଣ୍ଟ (NPF) ପାଖରେ ବର୍ତ୍ତମାନ 25 ଜଣ ବିଧାୟକ ରହିଛନ୍ତି । ତେବେ NPF ନିଜ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ କୋନ୍ୟାକଙ୍କ ବିରୋଧରେ ପ୍ରାର୍ଥି ଦେବ କି ନାହିଁ ନିଷ୍ପତ୍ତି ନେଇପାରିନଥିଲା ।

ନାଗାଲାଣ୍ଡରେ ନିର୍ବାଚିତ ହୋଇନାହାଁନ୍ତି କେହି ମହିଳା ବିଧାୟକ

ବର୍ଷ 1963 ରେ ନାଗାଲାଣ୍ଡ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇଥିଲା । 1963 ରୁ ଆଜି ଯାଏଁ କେବଳ ଜଣେ ମହିଳା ରାନୋ ଏମ ଶାଇଜା ଲୋକସଭାକୁ ନିର୍ବାଚିତ ହୋଇଥିଲେ । ରାନୋ ବର୍ଷ 1977 ରେ ସ୍ବାଧୀନ ପ୍ରାର୍ଥି ଭାବେ ନିର୍ବାଚିତ ହୋଇ ପ୍ରଥମ ମହିଳା ଭାବେ ଦିଲ୍ଲୀ (ସଂସଦ) ପହଞ୍ଚିଥିଲେ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଜି ପର୍ଯ୍ୟନ୍ତ କେହି ଜଣେ ମଧ୍ୟ ମହିଳା ନାଗଲାଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇନାହାଁନ୍ତି ।

ଏସ ଫାଙ୍ଗନୋନ କୋନ୍ୟାକଙ୍କୁ କାହିଁକି ଚୟନ କଲା ବିଜେପି ?

ପ୍ରଥମ ତହଃ ଦୀର୍ଘ 4 ଦଶନ୍ଧୀ ହେଲା ଏହି ପାର୍ବତ୍ୟଞ୍ଚଳ ରାଜ୍ୟରୁ କୌଣସି ମହିଳା ଦିଲ୍ଲୀ(ସଂସଦ) ପହଞ୍ଚିନଥିଲେ । ଶେଷ ଥର ପାଇଁ କୌଣସି ମହିଲା 44 ବର୍ଷ ତଳେ ସଂସଦକୁ ନିର୍ବାଚିତ ହୋଇ ଆସିଥିଲେ । ଦ୍ବିତୀୟତଃ ବିଜେପି କୋନ୍ୟାକଙ୍କୁ ପ୍ରାର୍ଥି କରି ଏକ ସ୍ପଷ୍ଟ ସଂକେତ ଦେଲା ଯେ ଦଳ ମହିଳାଙ୍କୁ ସମ୍ମାନ ସହ କ୍ଷମତା ଦିଏ ।

ଏହାସହ କୋନ୍ୟାକ୍ ହେଉଛନ୍ତି ରାଜ୍ୟ ବିଜେପି ମହିଳା ଶାଖାର ମୁଖିଆ । ରାଜ୍ୟରେ ତାଙ୍କର ଗ୍ରହଣୀତା ରହିଛି । ଜଣେ ଶିକ୍ଷିତ ମହିଳା । ପୁଣି ଜନଜାତି ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରୁଛନ୍ତି । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୋନ୍ୟାକ୍ ବଂଶଜ ତଥା ସେହି ଜନଜାତିର 14 ଜଣ ସଦସ୍ୟ ଗତ ବର୍ଷ ଡିସେମ୍ବର ମାସରେ ସେନା ଗୁଳିରେ ପ୍ରାଣ ତ୍ୟାଗ କରିଥିଲେ । ଯାହାକୁ ନେଇ ଦେଶବ୍ୟାପୀ ହଙ୍ଗାମା ହୋଇଥିଲା । ଏହାସହ କେନ୍ଦ୍ର ସରକାର ଆଦିବାସୀ/ଜନଜାତିଙ୍କ ଆକ୍ରୋଶର ଶିକାର ହୋଇଥିଲେ । କୋନ୍ୟାକଙ୍କୁ ରାଜ୍ୟସଭା ପଠାଇ ବିଜେପି ସବୁ ସ୍ଥିତିରୁ ଏକ ସନ୍ତୁଳନ ରକ୍ଷା କରିବାକୁ ପ୍ରୟାସ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.