ETV Bharat / bharat

ହିଟଲର ଶାସନଠୁ ବଳି ଯାଉଛି BJP ଶାସନ: ମମତା ବାନାର୍ଜୀ

author img

By

Published : May 24, 2022, 9:19 AM IST

କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପି ନେତୃତ୍ବାଧୀନ ସରକାରଙ୍କ ଉପରେ ବର୍ଷିଛନ୍ତି ମମତା । ବିଜେପି ଶାସନ ଦେଶର ସଙ୍ଘୀୟ ଢାଞ୍ଚାକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି । ଅଧିକ ପଢନ୍ତୁ

Mamata Banerjee targets bjp
Mamata Banerjee targets bjp

କୋଲକାତା: କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଜେପି ନେତୃତ୍ବାଧୀନ ସରକାରଙ୍କ ଉପରେ ବର୍ଷିଛନ୍ତି ମମତା । ବିଜେପି ଶାସନରେ କେନ୍ଦ୍ରୀୟ ଏଜେନ୍ସିଙ୍କୁ ବ୍ୟବହାର କରି ଦେଶର ସଙ୍ଘୀୟ ଢାଞ୍ଚାକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି କହିଛନ୍ତି ମମତା । ହିଟଲର, ଷ୍ଟାଲିନ କିମ୍ବା ମୁସୋଲିନିଙ୍କ ଶାସନଠୁ ଭାଜପାର ଶାସନ ଖରାପ ବୋଲି କହିଛନ୍ତି ମମତା ବାନାର୍ଜୀ । ସେ ଆହୁରି କହିଛନ୍ତି, ''ଏହି ସରକାର କେନ୍ଦ୍ରୀୟ ସଂସ୍ଥା ସହାୟତାରେ ରାଜ୍ୟ ବ୍ୟାପାରରେ ହସ୍ତକ୍ଷେପ କରୁଛି ।"

ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ କେନ୍ଦ୍ରୀୟ ସଂସ୍ଥାଗୁଡିକୁ ସ୍ବୟଂଶାସିତ କରିବା ଲାଗି ସେ ଏକ ସମ୍ମିଳନୀରେ ଆହ୍ବାନ ଦେଇଛନ୍ତି । କେନ୍ଦ୍ର ସରକାର ଶନିବାର ପେଟ୍ରୋଲ ଓ ଡିଜେଲ ଉପରୁ ଶୁକ୍ଳ ହ୍ରାସ ଯଥାକ୍ରମେ ଡିଜେଲ ଉପରୁ ଶୁକ୍ଳ ହ୍ରାସ ଯଥାକ୍ରମେ 8 ଟଙ୍କା ଓ 6 ଟଙ୍କା କମାଇଥିଲେ । ଏହାକୁ ନେଇ ସମାଲୋଚନା କରିଛନ୍ତି ମମତା । କେନ୍ଦ୍ର ସରକାରଙ୍କ ଏହା ନିର୍ବାଚନୀ ଷ୍ଟଣ୍ଟ୍‌ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଅଳ୍ପ କେତେଜଣ ଏଥରୁ ଉପକୃତ ହେବ । ଗରିବ ଲୋକ 800 ଟଙ୍କାରେ କିପରି ଏଲପିଜି ଗ୍ୟାସ କିଣିବେ ବୋଲି ପ୍ରଶ୍ନ କରିଛନ୍ତି ମମତା ।

ଦେଶରେ ଏଜେନ୍ସି ରୁଲ ଚାଲିଛି । CBI ଓ ED ପରି ସଂସ୍ଥା ରାଜନୈତିକ ସ୍ବାର୍ଥରେ ବ୍ୟବହାର କରାଯାଉଛି କହିବା ସହ କେନ୍ଦ୍ର ବିରୋଧରେ ବର୍ଷିଛନ୍ତି ମମତା । ଏଜେନ୍ସିଗୁ଼ଡିକୁ ନିରପେକ୍ଷ ଭାବେ କାମ କରିବା ଉଚିତ । କେନ୍ଦ୍ରୀୟ ସଂସ୍ଥାଗୁଡିକୁ ସ୍ବଚନ୍ତ୍ରତା ମିଳିବା ଆବଶ୍ୟକ ବୋଲି କହିଛନ୍ତି ମମତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.