ETV Bharat / bharat

Karnataka polls: ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି, ଶେଟ୍ଟରଙ୍କ ଆସନରୁ ମହେଶ - ବିଜେପି ଜାରି କଲା ତୃତୀୟ ପର୍ଯ୍ୟାୟ ତାଲିକା

ତୃତୀୟ ପ୍ରାର୍ଥୀ ତାଲିକା ବିଜେପି ଘୋଷଣା କଲା 10 ପ୍ରାର୍ଥୀ । ଶେଟ୍ଟରଙ୍କ ଆସନରୁ ଲଢିବେ ମହେଶ ତେଙ୍ଗିନକାଇ । ଗତକାଲି ଦଳ ଛାଡିଥିଲେ ଶେଟ୍ଟର, ଆଜି ବିଜେପିରେ ହୋଇଥିଲେ ସାମିଲ । ଅଧିକ ପଢନ୍ତୁ

Karnataka polls: ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି, ସେଟ୍ଟରଙ୍କ ଆସନରୁ ମହେଶ ତେଙ୍ଗିନକାଇ

author img

By

Published : Apr 17, 2023, 10:39 PM IST

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ପାଇଁ ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଏହି ତୃତୀୟ ପର୍ଯ୍ୟାୟରେ ଦଳ ମାତ୍ର 10 ଜଣଙ୍କ ନାମ ଘୋଷଣା କରିଛି । ବଡ ସୂଚନା ମଧ୍ୟରେ ଗତକାଲି ଦଳରୁ ଇସ୍ତଫା ଦେଇ ଆଜି କଂଗ୍ରେସରେ ସାମିଲ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟରଙ୍କ ସ୍ଥାନରେ ଦଳ ମହେଶ ତେଙ୍ଗିନକାଇଙ୍କୁ ଟିକେଟ ଦେଇଛି । ହୁବୁଲି-ଧାରଓ୍ବାଦ ସେଣ୍ଟ୍ରାଲ ଆସନରୁ ଦଳର ପୂର୍ବତନ ବରିଷ୍ଠ ନେତା ଶେଟ୍ଟର ପ୍ରତିଦ୍ବନ୍ଦ୍ବିତା କରୁଥିଲେ ।

କର୍ଣ୍ଣାଟକରେ ମୋଟ 224 ବିଧାନସଭା ଆସନ ଥିବା ବେଳେ ଆଜିର ପ୍ରାର୍ଥୀ ତାଲିକା ପରେ ବିଜେପି 222 ପ୍ରାର୍ଥୀଙ୍କୁ ଟିକେଟ ପ୍ରଦାନ କରିସାରିଛି । ଅବଶିଷ୍ଟ 2 ଆସନ ସମ୍ପର୍କରେ ଆସନ୍ତାକାଲି ଚିତ୍ର ସ୍ପଷ୍ଟ କରିପାରେ ଦଳ । ଦଳର ବରିଷ୍ଠ ନେତା ଶେଟ୍ଟର ଟିକେଟ ନମିଳିବା କାରଣରୁ ଅସନ୍ତୋଷ ବ୍ୟକ୍ତି କରି ଦଳରୁ ଇସ୍ତଫା ଦେଇଥିଲେ । ସେ କଂଗ୍ରେସରେ ଆଜି ସାମିଲ ହୋଇଛନ୍ତି । ତାଙ୍କ ପ୍ରଭାବ ଥିବା ତାଙ୍କ ପାରମ୍ପରିକ ଆସନ ହୁବଲି- ଧରୱାଦ (କେନ୍ଦ୍ରୀୟ) ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ମହେଶ ଟେଙ୍ଗିନାଇଙ୍କୁ ପ୍ରାର୍ଥୀ ଭାବରେ ମନୋନୀତ କରାଯାଇଛି । ଅନ୍ୟପଟେ ଦଳୀୟ ଟିକେଟ ବଣ୍ଟା କାର୍ଯ୍ୟ ପ୍ରାୟତଃ ଶେଷ ହେବାକୁ ଯାଉଥିବା ବେଳେ ପ୍ରଚାର ମଧ୍ୟ ଜୋର ଧରିଲାଣି ।

ଆସନ୍ତା ମାସ 10 ତାରିଖରେ ଏହି ବିଜେପି ଶାସିତ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏବେ ଭାରତୀୟ ଜନତା ପାର୍ଟି କ୍ଷମତାରେ ଥିବା ବେଳେ କ୍ଷମତା ବଜାୟ ରଖିବାକୁ ସମସ୍ତ ପ୍ରୟାସ ଜାରି ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳର ମୁଖ୍ୟ ଜେ.ପି ନଡ୍ଡା ପ୍ରମୁଖ ପ୍ରଚାର ଜାରି ରଖିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନିଜେ ରାଜ୍ୟରେ ଏକାଧିକ କାର୍ଯ୍ୟକ୍ରମରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ କିଛି ପ୍ରକଳ୍ପର ଲୋକାର୍ପଣ ମଧ୍ୟ କରିସାରିଛନ୍ତି । ଏହି କାର୍ଯ୍ୟକ୍ରମ ବ୍ୟତୀତ ସେ ବେଲଗାଭୀ ଓ ମାଣ୍ଡ୍ୟା ଜିଲ୍ଲାରେ ରୋଡ ସୋ ମଧ୍ୟ କରିଥିଲେ ।

ବିଜେପି କ୍ଷମତାରେ ଥିବା କାରଣରୁ ଟିକେଟ ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବା ରହିଛି । ସେହିକାରଣରୁ ପ୍ରାର୍ଥୀ ତାଲିକା ଘୋଷଣା ହେବା ସମାନ୍ୟ ବିଳମ୍ବ ମଧ୍ୟ ହୋଇଛି । କିଛି ବରିଷ୍ଠ ନେତାଙ୍କୁ ଦଳ ବୟସାଧିକ କାରଣରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାର ଅବସର ଦେଇନାହିଁ । ଏହି ତାଲିକାରେ ବରିଷ୍ଠ ନେତା ଇଶ୍ବରପ୍ପା ମଧ୍ୟ ଥିଲେ । ଅନ୍ୟ କିଛି ନେତା ମଧ୍ୟ ବିଭିନ୍ନ କାରଣରୁ ଟିକେଟ ପାଇବାରୁ ବାଦ ପଡିବା ପରେ ଅସନ୍ତୋଷ ବ୍ୟକ୍ତ କରି ଦଳ ଛାଡିଛନ୍ତି । ଯାହାର ଲାଭ କଂଗ୍ରେସ ଉଠାଇବାକୁ ଚାହୁଁଛି । ଶେଟ୍ଟରଙ୍କ ଯୋଗଦାନ ପରେ ଲିଙ୍ଗାୟତ ସମ୍ପ୍ରଦାୟର ଭୋଟରେ କଂଗ୍ରେସ ସରକାର ଗଠନ କରିବା ନେଇ ମଧ୍ୟ ଦମ୍ଭ ଦେଖାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.