ETV Bharat / bharat

MP Elections: ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ 3 କେନ୍ଦ୍ରମନ୍ତ୍ରୀ, ଲଢିବେ ନରେନ୍ଦ୍ର ସିଂ ତୋମାର

ମଧ୍ୟ ପ୍ରଦେଶ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ 39 ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି । ନିର୍ବାଚନ ଲଢିବେ 3 କେନ୍ଦ୍ରମନ୍ତ୍ରୀ ଓ 3 ସାଂସଦ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 25, 2023, 10:02 PM IST

MP elections: ବିଜେପିର ଦ୍ବିତୀୟ ପର୍ଯ୍ୟାୟର 39 ପ୍ରାର୍ଥୀଙ୍କ ମଧ୍ୟରେ ଦୁଇ କେନ୍ଦ୍ରମନ୍ତ୍ରୀ, ଲଢିବେ ତୋମାର ଓ ପ୍ରହ୍ଲାଦ ସିଂ ପଟେଲ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଆଜି ମୋଟ 39 ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ସେଥିରେ 3 କେନ୍ଦ୍ରମନ୍ତ୍ରୀଙ୍କ ନାମ ରହିଛି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଓ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲାସ୍ତେଙ୍କୁ ଦଳ ଟିକେଟ ଦେଇଛି । ଆଜି ମଧ୍ୟ ପ୍ରଦେଶରେ ଦଳ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ପରେ ସଂଧ୍ୟାରେ ଏହି ତାଲିକା ପ୍ରକାଶ ପାଇଛି । ଅଗଷ୍ଟ 17 ତାରିଖରେ ଦଳ ତାର ପ୍ରଥମ ତାଲିକାରେ ମଧ୍ୟ 39 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଦିମାନି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବେ । ସେହିପରି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ (ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳଶକ୍ତି ମନ୍ତ୍ରଣାଳୟ) ନରସିଂହପୁର ଆସନ ଓ କେନ୍ଦ୍ର ଗ୍ରାମ୍ୟ ବିକାଶ ଓ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲାସ୍ତେ ନିଓ୍ବାସ ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ । ତେବେ ଦଳ ନିଜର ଦ୍ବିତୀୟ ପର୍ଯ୍ୟାୟରେ 3 କେନ୍ଦ୍ରମନ୍ତ୍ରୀଙ୍କ ସହିତ ରାଜ୍ୟର କିଛି ବରିଷ୍ଠ ନେତାଙ୍କୁ ଟିକେଟ ଦେଇଥିଲେ ସୁଦ୍ଧା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନାମ ଘୋଷଣା କରିନି । ସେହିପରି 3 ସାଂସଦ ଉଦୟ ପ୍ରତାପ ସିଂ ଗଦଓ୍ବାରା ଆସନରୁ, ରିତି ପାଠକ ସିଦ୍ଧି ଆସନରୁ ଓ ଗଣେଶ ସିଂ ସାନ୍ତା ଆସନରୁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି ।

ଏବେ ପର୍ଯ୍ୟନ୍ତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ସୁଦ୍ଧା ଶାସନରେ ଥିବା ଭାରତୀୟ ଜନତା ପାର୍ଟି ଦୁଇଟି ପର୍ଯ୍ୟାୟରେ ମୋଟ 78ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ମୋଟ 230 ସଦସ୍ୟ ବିଶିଷ୍ଟ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଉ ଏକାଧିକ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି । ଚଳିତ ବର୍ଷ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ:- Manipur Violence: ‘ସଠିକ ପ୍ରକ୍ରିୟାରେ ଯାଞ୍ଚ ପରେ ହିଂସା ବିସ୍ଥାପିତଙ୍କୁ ତୁରନ୍ତ ଦିଅ ଆଧାର କାର୍ଡ’

ଗତ(2018) ବିଧାନସଭା ନିର୍ବାଚନରେ କଂଗ୍ରେସ 114ଟି ଆସନ ଜିତିଥିବା ବେଳେ ବିଜେପି ଦ୍ବିତୀୟ ଦଳ ଭାବ 109 ଆସନ ହାତେଇଥିଲା ଭାରତୀୟ ଜନତା ପାର୍ଟି । ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ନେତୃତ୍ବରେ କଂଗ୍ରେସ ସରକାର ମଧ୍ୟ ଗଠନ କରିଥିଲା । ପରେ ତତ୍କାଳୀନ କଂଗ୍ରେସ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅସନ୍ତୋଷ ଓ ଦଳ ପରିବର୍ତ୍ତନ ପରେ କଂଗ୍ରେସ ସରକାର ସଂଖ୍ୟା ବହୁମତରେ କ୍ଷମତା ହରାଇଥିଲା । 2020 ମହିହାରେ ଶିବରାଜ ସିଂ ଚୌହାନ ବିଜେପି ସରକାରର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥର ମଧ୍ୟ କଡା ଟକ୍କର ଦେଖିବାକୁ ମିଳିବାକୁ ଯାଉଥିବା ରାଜନୈତିକ ସମୀକ୍ଷକ ସଙ୍କେତ ଦେଇସାରିଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.