ETV Bharat / bharat

AIADMK ସହ ମେଣ୍ଟ ଘୋଷଣା କଲା BJP

author img

By

Published : Jan 30, 2021, 8:57 PM IST

Updated : Jan 30, 2021, 9:44 PM IST

AIADMK ସହ ମେଣ୍ଟ ଘୋଷଣା କଲା BJP
AIADMK ସହ ମେଣ୍ଟ ଘୋଷଣା କଲା BJP

20:40 January 30

AIADMK ସହ ମେଣ୍ଟ ଘୋଷଣା କଲା BJP

ନୂଆଦିଲ୍ଲୀ: ଚଳିତ ବର୍ଷ ତାମିଲନାଡୁରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଏଥର ବିଜେପି ଓ ରାଜ୍ୟରେ କ୍ଷମତାସୀନ AIADMK ମିଶି ଲଢିବେ ନିର୍ବାଚନ ।

ଶନିବାର ମଦୁରାଇ ଗସ୍ତରେ ଥିବା ଜେପି ନଡ୍ଡା ଏକ ଜନସଭାରେ ବିଜେପି ଓ ଏଆଇଏଡିଏମକେ ମଧ୍ୟରେ ମେଣ୍ଟ ଘୋଷଣା କରିଛନ୍ତି । ଗତ ଥର ମଧ୍ୟ ଉଭୟ ଦଳ ମିଶି ନିର୍ବାଚନ ଲଢିଥିଲେ । ହେଲେ ନିକଟରେ କିଛି ମତଭେଦ କାରଣରୁ ଦୁଇ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ହେଲେ କେନ୍ଦ୍ର ଗୃବହମନ୍ତ୍ରୀ ଅମିତ ଶାହଙ୍କ ଚେନ୍ନାଇ ଗସ୍ତ ପରେ ଦୁଇ ଦଳ ମଧ୍ୟରେ ସମ୍ପର୍କ ପୂନର୍ବାର ସୁଦୃଢ ହୋଇଛି ।

ତାମିଲନାଡୁ ବିଧାନସଭା ନିର୍ବାଚନରେ କ୍ଷମତାସୀନ ଏଆଇଏଡିଏମକେ-ବିଜେପିର ମେଣ୍ଟ ଓ ବିରୋଧୀ ଡିଏମକେ ନେତୃତ୍ବାଧିନ ମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ତାମିଲନାଡୁରେ ପ୍ରତି 5 ବର୍ଷରେ କ୍ଷମତା ପରିବର୍ତ୍ତନ ଦେଖିବାକୁ ମିଳେ । ହେଲେ ଜୟଲଳିତାଙ୍କ ନେତୃତ୍ବାଧିନ ଏଆଇଏଡିଏମକେ ମେଣ୍ଟ ଗତ ଥର ନିର୍ବାଚନରେ ଏହି ଟ୍ରେଣ୍ଡ୍‌କୁ ଭାଙ୍ଗି କ୍ରମାଗତ ବିଜୟ ହାସଲ କରିବାରେ ସଫଳ ହୋଇଥିଲା ।  

ଏଥର ନିର୍ବାଚନରେ ଏଆଇଏଡିଏମକେ ତୃତୀୟ ଥର କ୍ଷମତାକୁ ଆସିବା ନିଶ୍ଚତ ଭାବରେ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । ରାଜ୍ୟର ଏହି ଦୁଇ ଦଳର ବଡ ନେତା ଜୟଲଳିତା ଓ ଏମ କରୁଣାନିଧି ଏବେ ଏ ଦୁନିଆରେ ନାହାନ୍ତି । ତଥାପି ଏହି ନିର୍ବାଚନ ବେସ ରୋଚକ ରହିବ ।

Last Updated : Jan 30, 2021, 9:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.