ନୂଆଦିଲ୍ଲୀ: ୨୦୨୪ରେ ମୋଦି ସରକାରଙ୍କୁ ହଟାଇବାକୁ ରଣନୀତି ପ୍ରସ୍ତୁତି ପରିପ୍ରେକ୍ଷୀରେ ଆଜି ମୁମ୍ବାଇରେ ପୁଣିଥରେ ଏକାଠି ହେଉଛନ୍ତି ବିରୋଧୀ ଦଳ । ଏହାକୁ କଟାକ୍ଷ କରି ବିଜେପି ଏହାର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ Xରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ପୋଷ୍ଟର ପୋଷ୍ଟ କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀଙ୍କୁ 'ଟର୍ମିନେଟର' ଲୁକ୍ରେ ଦେଖିବାକୁ ମିଳିଛି । ପୋଷ୍ଟରରେ ମୋଦିଙ୍କୁ ହଲିଉଡ୍ ଫିଲ୍ମ 'ଟର୍ମିନେଟର' ଚରିତ୍ର ଭାବେ ଦର୍ଶାଯାଇଛି । ମୋଦିଙ୍କୁ ଟର୍ମିନେଟର ରୂପେ ଦର୍ଶାଇ ଲେଖାଯାଇଛି, '୨୦୨୪, ଆଇ ୱିଲ୍ ବି ବ୍ୟାକ ଅର୍ଥାତ୍ ମୁଁ ଫେରିବି' ।
-
Opposition thinks PM Modi can be defeated. Dream on! The Terminator always wins. pic.twitter.com/IY3fYWMzbL
— BJP (@BJP4India) August 30, 2023 " class="align-text-top noRightClick twitterSection" data="
">Opposition thinks PM Modi can be defeated. Dream on! The Terminator always wins. pic.twitter.com/IY3fYWMzbL
— BJP (@BJP4India) August 30, 2023Opposition thinks PM Modi can be defeated. Dream on! The Terminator always wins. pic.twitter.com/IY3fYWMzbL
— BJP (@BJP4India) August 30, 2023
ବିଜେପିର ଏହାକୁ ପୋଷ୍ଟ କରି ଲେଖିଛି କି, ''ବିରୋଧୀ ଭାବୁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହରାଇ ଦିଆଯାଇପାରିବ । ସ୍ବପ୍ନ ଦେଖିଚାଲ ! ଟର୍ମିନେଟର ସବୁବେଳେ ଜିତେ ।'' ତେବେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ମଧ୍ୟରେ ନିର୍ବାଚନୀ ମୈଦାନ ସହ ସୋସିଆଲ ମିଡିଆରେ ମଧ୍ୟ ଲଢେଇ ଜାରି ରହିଛି । ଶାସକ ଓ ବିରୋଧୀ ଦଳ ଉଭୟ ପରସ୍ପର ବିରୋଧୀ ପୋଷ୍ଟର, କାର୍ଟୁନ, ଭିଡିଓ ଜରିଆରେ ପରସ୍ପରକୁ ଟାର୍ଗେଟ କରୁଛନ୍ତି । ବିଶେଷକରି ବିଜେପି ଓ କଂଗ୍ରେସ ମଧ୍ୟରେ ଏହି ଲଢେଇ ଅଧିକ ଦେଖିବାକୁ ମିଳୁଛି ।
ଏହାମଧ୍ୟ ପଢନ୍ତୁ: Opposition Meet: ଆଜି ମୁମ୍ବାଇରେ ଇଣ୍ଡିଆ ମେଣ୍ଟ ବୈଠକ, ଯୋଗ ଦେବେ ୨୮ ଦଳ
ଅନ୍ୟପଟେ ମୁମ୍ବାଇରେ ବିରୋଧୀ ମେଣ୍ଟ ବୈଠକ ପୂର୍ବରୁ ସେଠାରେ ପୋଷ୍ଟର ୱାର ଆରମ୍ଭ ହୋଇଯାଇଛି । ମେଣ୍ଟର ବିଭିନ୍ନ ସହଯୋଗୀ ଦଳ ଗୁଡିକ ନିଜ ନିଜ ଦଳର ନେତାଙ୍କ ପାଇଁ ବୈଠକ ହେବାକୁ ଥିବା ହାୟାତ୍ ହୋଟେଲ ବାହାରେ ପୋଷ୍ଟର ଲଗାଇଛନ୍ତି । ମହାରାଷ୍ଟ୍ରରେ ଆମ୍ ଆଦମୀ ପାର୍ଟି ୟୁନିଟ୍ ଅରବିନ୍ଦ କେଜ୍ରିୱାଲ, ସଂଜୟ ସିଂହ ଓ ଅନ୍ୟ କିଛି ସ୍ଥାନୀୟ ନେତାଙ୍କ ଫଟୋ ଥିବା ପୋଷ୍ଟର ଲଗାଯାଇଥିବା ବେଳେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ପୋଷ୍ଟର ମଧ୍ୟ ଏଠାରେ ଲାଗି ଥିବାର ଦେଖିବାକୁ ମିଳିଛି ।
ଏସବୁ ଭିତରେ କଂଗ୍ରେସ ପକ୍ଷରୁ ସେୟାର ହୋଇଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ଉଦ୍ଧବ ଠାକରେଙ୍କ ଶିବସେନା ଗୋଷ୍ଠୀ ଅସନ୍ତୋଷ ଜାହିର୍ କରିଛନ୍ତି । କାରଣ ପୋଷ୍ଟରରେ ରାହୁଲ ଗାନ୍ଧୀଙ୍କୁ ଇଣ୍ଡିଆ ମେଣ୍ଟ ନେତାଙ୍କ ମଧ୍ୟରେ ସବୁଠୁ ଆଗରେ ଦେଖିବାକୁ ମିଳିଛି । ତେଣୁ ଶିବସେନା ପକ୍ଷରୁ କଂଗ୍ରେସକୁ ଏହି ପୋଷ୍ଟ ଡିଲିଟ୍ ପାଇଁ କୁହାଯିବା ସହ ନଚେତ୍ ଏହି ପୋଷ୍ଟର ମୁମ୍ବାଇରେ ଲାଗିଲେ ଚିରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।