ETV Bharat / bharat

TMC ବିଜୟ ପରେ ଆରମ୍ଭ ହେଲା ହିଂସା, ଜାଳିଲେ ବିଜେପି କାର୍ଯ୍ୟାଳୟ - Westbengal election violance

ଟିଏମସି ବିଜୟ ପରେ ନିର୍ବାଚନୀ ହିଂସା ଅଭିଯୋଗ । ପଶ୍ଚିମବଙ୍ଗର ଆରାମବାଗରେ ଜାଳିଲେ ବିଜେପି କାର୍ଯ୍ୟାଳୟ । ସେପଟେ ଏହି ଘଟଣାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ଅଧିକ ପଢନ୍ତୁ...

BJP party offices begin burnt by TMC goons in West Bengal post results
ଟିଏମସି ବିଜୟ ପରେ ଆରମ୍ଭ ହେଲା ହିଂସା, ଜାଳିଲେ ବିଜେପି କାର୍ଯ୍ୟାଳୟ
author img

By

Published : May 2, 2021, 7:02 PM IST

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଅଭିଯୋଗ । ବିଜେପି କାର୍ଯ୍ୟାଳୟ ଜାଳିଲେ ଟିଏମସି କାର୍ଯ୍ୟକର୍ତ୍ତା । ଏଭଳି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ଆରାମବାଗରେ । ଏହି ଘଟଣାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ।

  • BJP party offices begin burnt by TMC goons in West Bengal post results! Highly condemnable!
    Where’s the administration?
    In democracy Victory or Loss will continue but ...Violence ..it’s a Big NO!!
    Stop killing Democracy!! https://t.co/95YeA3MtP9

    — Sambit Patra (@sambitswaraj) May 2, 2021 " class="align-text-top noRightClick twitterSection" data=" ">

ପଶ୍ଚିମବଙ୍ଗରେ ଆଜି (ଶନିବାର) ବିଧାନସଭା ନିର୍ବାଚନ ଫଳାଫଳ ଗଣତି ଚାଲିଛି । ନିର୍ବାଚନରେ ବିପୁଳ ବିଜୟ ଅଭିମୁଖେ ତୃଣମୂଳ କଂଗ୍ରେସ । ସରକାର ଗଠନ କରିବା ସ୍ପଷ୍ଟ ହୋଇଛି । ଏ ଭଳି ସ୍ଥିତିରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ରାଜନୈତିକ ହିଂସା ଆରମ୍ଭ ହୋଇଯାଇଛି । ପଶ୍ଚିମବଙ୍ଗର ଆରାମବାଗରେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି ଟିଏମସି କାର୍ଯ୍ୟକର୍ତ୍ତା । ନିଆଁରେ ବିଜେପି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଜଳିଯାଇଛନ୍ତି । ସେପଟେ ଏହି ଘଟଣାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର । ତୃଣମୂଳ ବିଜୟ ପରେ ପଶ୍ଚିମବଙ୍ଗରେ ଗଣତନ୍ତ୍ରର ହତ୍ୟା କରିବା ଆରମ୍ଭ ହୋଇଗଲା ବୋଲି ସମ୍ବିତ ଟ୍ବିଟ କରିଛନ୍ତି । ଗଣତନ୍ତ୍ରରେ ବିଜୟ ପରାଜୟ ରହିଥାଏ କିନ୍ତୁ ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି । ଏହା ସହ ଏହି ଘଟଣାକୁ ଦୃଢ ଭାବରେ ନିନ୍ଦା କରିଛନ୍ତି ସମ୍ବିତ ପାତ୍ର । ସେପଟେ ଏହି ଘଟଣାକୁ କିନ୍ତୁ ଟିଏମସି ପକ୍ଷରୁ ଖଣ୍ଡନ କରାଯାଇଛି ।

ସୂଚନାଥାଉକି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଭୋଟଗଣତି । ବର୍ତ୍ତମାନ ଯାହା ଟ୍ରେଣ୍ଡ ଚାଲିଛି ଟିଏମସି ମୋଟ 294 ଆସନରୁ 210ରୁ ଅଧିକ ଆସନରେ ଆଗୁଆ ରହିଛି । ସେପଟେ ବିଜେପି 75 ଟି ଆସନରେ ଆଗୁଆ ଚାଲିଛି । ଟିଏମସି ପଶ୍ଚିମବଙ୍ଗରେ ବହୁମତ ପାଇ ସରକାର ଗଠନ କରିବା ସ୍ପଷ୍ଟ ହୋଇଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.