ETV Bharat / bharat

ଆଜି ବସିବ ବିଜେପି ସଂସଦୀୟ ଦଳ ବୈଠକ

author img

By

Published : Dec 20, 2022, 9:54 AM IST

ବିଜେପିର ମିଶନ 2024 ପାଇଁ ପ୍ରସ୍ତୁତି । ଆଜି ବସିବ ବିଜେପି ସଂସଦୀୟ ଦଳ ବୈଠକ । ଅଧିକ ପଢନ୍ତୁ

ଆଜି ବସିବ ବିଜେପି ସଂସଦୀୟ ଦଳ ବୈଠକ
ଆଜି ବସିବ ବିଜେପି ସଂସଦୀୟ ଦଳ ବୈଠକ

ନୂଆଦିଲ୍ଲୀ: ଆଜି ବସିବ ବିଜେପି ସଂସଦୀୟ ଦଳ ବୈଠକ(Bjp parliamentary party meeting today) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଉଭୟ ଗୃହର ପାର୍ଟି ସାଂସଦ ମଧ୍ୟ ଉପସ୍ଥିତ ରହିବେ। ଗୁଜୁରାଟ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ବର୍ତ୍ତମାନ ମିଶନ 2024 ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଦଳ। ଏହା ପୂର୍ବରୁ 14 ଡିସେମ୍ବରରେ ଦିଲ୍ଲୀରେ ବସିଥିଲା ବିଜେପି ସଂସଦୀୟ ଦଳ ବୈଠକ । ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ସଂସଦୀୟ ଦଳ ବୈଠକରେ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି।

2022 ସଂସଦର ଶୀତକାଳୀନ ଅଧିବେଶନରେ ବିଜେପି ସଂସଦୀୟ ଦଳର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଦଳର ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପିର ସମସ୍ତ ସାଂସଦ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଗୁଜୁରାଟର ବିଜୟକୁ ନେଇ ପ୍ରଧାନମନ୍ତ୍ରୀ କହିଥିଲେ, "ପନ୍ନା ପ୍ରମୁଖରେ ଯୁବକମାନଙ୍କୁ ସାମିଲ କରିବା ପାଇଁ ଏକ କ୍ରୀଡ଼ାକୌଶଳ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ୍ । ସମସ୍ତ ସାଂସଦ ନିଜ ନିଜ କ୍ଷେତ୍ରରେ G20 ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ସହ G20ର ରଙ୍ଗୋଲି ସବୁ ସ୍ଥାନରେ କରିବା ପାଇଁ କହିଥିଲେ । ଏଥିସହ ଗୁଜୁରାଟରେ ବିଜେପିର ବିଜୟ ନେଇ ରାଜ୍ୟ ବିଜେପି ସଭାପତି ସିଆର ପାଟିଲଙ୍କୁ ଖୁବ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ।"

ଏହା ମଧ୍ୟ ପଢନ୍ତୁ-ଆଉ ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିବନି ଭିଆଇପି ସେବା, ଛଡାଇ ନିଆଗଲା ସମସ୍ତ ସୁବିଧା

ଗୁଜୁରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ମୋଟ 182 ଆସନରୁ 156 ଆସନ ଜିତି ପ୍ରଚଣ୍ଡ ବହୁମତ ସହ ସରକାର ଗଠନ କରିଛି । ଡିସେମ୍ବର 12 ତାରିଖରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିଥିଲେ ଭୂପେନ୍ଦ୍ର ପଟେଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.