ETV Bharat / bharat

ସିସୋଦିଆଙ୍କ ସଙ୍ଗୀନ ଅଭିଯୋଗ, ଦଳରେ ମିଶିଲେ କେଶ୍‌ କ୍ଲୋଜ୍‌ ଅଫର ଦେଇଥିଲା BJP - ଦିଲ୍ଲୀ ଅବକାରୀ ଦୁର୍ନୀତି

ବିଜେପି ବିରୋଧରେ ସିସୋଦିଆ ଆଣିଲେ ସାଙ୍ଘାତିକ ଅଭିଯୋଗ । AAP ଛାଡି BJPରେ ମିଶିଲେ ସମସ୍ତ ମାମଲାର ତଦନ୍ତ କ୍ଲୋଜ କରିବାକୁ ମିଳିଥିଲା ପ୍ରସ୍ତାବ (Manish Sisodia offered to to join BJP)। ସିସୋଦିଆ କହିଲେ, ମୁଁ ମହାରାଣା ପ୍ରତାପଙ୍କ ବଂଶଜ, କେଜ୍ରିଓ୍ବାଲ ମୋ ରାଜନୈତିକ ଗୁରୁ । ଅଧିକ ପଢନ୍ତୁ

କେସ କ୍ଲୋଜ କରିବା ପାଇଁ ଦଳରେ ମଶିବାକୁ ଅଫର ଦେଇଥିଲା BJP

author img

By

Published : Aug 22, 2022, 5:27 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ପରିସରରେ ଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Manish Sisodia ) ବିଜେପି ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ତାଙ୍କ ବିରୋଧରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମସ୍ତ ମାମଲା କ୍ଲୋଜ କରିବା ପାଇଁ ଆସିଥିଲା ପ୍ରସ୍ତାବ । ସେ BJPରେ ସାମିଲ ହେଲେ ଏହି ସମସ୍ତ ମମଲାର ତଦନ୍ତ କ୍ଲୋଜ କରିବା ପାଇଁ ଏକ ମେସେଜରେ ପ୍ରସ୍ତାବ ମଳିଥିଲା (Manish Sisodia offered to to join BJP) । ତେବେ ସେ ଏହାକୁ ପ୍ରତ୍ୟାଖାନ କରିବା ପରେ ତାଙ୍କ ବିରୋଧରେ ଆକ୍ରୋଷମୂଳକ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ସେ ଅଭିଯୋଗ କରିଛନ୍ତି ।

  • मुझे CM कैंडिडेट बनाने के ऑफर पर BJP को मेरा संदेश-@ArvindKejriwal जी मेरे राजनैतिक गुरु है, उनसे कभी ग़द्दारी नहीं करूँगा। मैं CM बनने नहीं आया, मेरा सपना है- देश के हर बच्चे को अच्छी शिक्षा मिले, तभी तो भारत न 1 देश बनेगा। पूरे देश में ये काम केवल केजरीवाल जी कर सकते हैं

    — Manish Sisodia (@msisodia) August 22, 2022 " class="align-text-top noRightClick twitterSection" data=" ">

ସିସୋଦିଆ ହିନ୍ଦୀରେ ଏକ ଟ୍ବିଟ କରି ଏପରି ଅଭିଯୋଗ ଆଣିଛନ୍ତି । ସିସୋଦିଆ କହିଛନ୍ତି, ‘‘ଆପକୁ ଭାଙ୍ଗି ବିଜେପିରେ ସାମିଲ ହୋଇଯାଅ, ସମସ୍ତ CBI ଓ ED ମାମଲାର କାର୍ଯ୍ୟାନୁଷ୍ଠାନ ବନ୍ଦ କରି ଦିଆଯିବ । ମୁଁ ସେମାନଙ୍କୁ ଉତ୍ତର ଦେବାକୁ ଚାହେଁ, ମୁଁ ମହାରାଣା ପ୍ରତାପଙ୍କ ବଂଶଜ । ମୁଣ୍ଡ କଟିଯିବାକୁ ଉଚିତ ଭାବିବି ହେଲେ ଭ୍ରଷ୍ଟାଚାରୀ ଓ ଷଡଯନ୍ତ୍ରକାରୀଙ୍କ ନିକଟରେ ମୁଣ୍ଡ ନୁଆଇବା ପାଇଁ ପ୍ରସ୍ତୁତ ନୁହେଁ । ଯାହା କରିବାର ଅଛି କର ।’’

  • मेरे पास भाजपा का संदेश आया है- “आप” तोड़कर भाजपा में आ जाओ, सारे CBI ED के केस बंद करवा देंगे

    मेरा भाजपा को जवाब- मैं महाराणा प्रताप का वंशज हूँ, राजपूत हूँ। सर कटा लूँगा लेकिन भ्रष्टाचारियो-षड्यंत्रकारियोंके सामने झुकूँगा नहीं। मेरे ख़िलाफ़ सारे केस झूठे हैं।जो करना है कर लो

ସେହିପରି ବିଜେପିର ତଥାକଥିତ ପ୍ରସ୍ତାବକୁ ନେଇ ସିସୋଦିଆ ପ୍ରତିଉତ୍ତର (Manish Sisodia statement ) ମଧ୍ୟ ରଖିଛନ୍ତି । ଦଳ ଛାଡି ବିଜେପିରେ ମିଶିବା ପ୍ରସଙ୍ଗରେ ସିସୋଦିଆ କହିଛନ୍ତି, ‘‘କେଜ୍ରିଓ୍ବାଲ ମୋର ରାଜନୈତିକ ଗୁରୁ । ମୁଁ ମୁଖ୍ୟମନ୍ତ୍ରୀ ହେବା ପାଇଁ ରାଜନୀତିରେ ନାହିଁ ବରଂ, ମୁଁ ବିଶ୍ବାସ କରେ ଦେଶର ପ୍ରତ୍ୟେକ ଶିଶୁକୁ ଉତ୍ତମ ଶିକ୍ଷା ପ୍ରଦାନ କରାଯାଇ ପାରିଲେ ଭାରତ ଏକ ନମ୍ବର ଦେଶ ହୋଇପାରିବ । ପୁରା ଦେଶରେ ଏହି କାମ କେବଳ କେଜ୍ରିଓ୍ବାଲ ହିଁ କରିପାରିବେ ।’’

ଗତ ସପ୍ତାହରେ ଦିଲ୍ଲୀର ବହୁଚର୍ଚ୍ଚିତ ଅବକାରୀ ଦୁର୍ନୀତିରେ, ସିସୋଦିଆଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଡାଉ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏହି ମାମଲାରେ ତାଙ୍କୁ ଲୁକଆଉଟ ସର୍କୁଲାର ମଧ୍ୟ ଜାରି କରିଛି ତଦନ୍ତକାରୀ ସଂସ୍ଥା । ଦିଲ୍ଲୀରେ ନୂତନ ଅବକାରୀ ପଲିସି ଲାଗୁ ହେବାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ ଆକ୍ରୋଷମୂଳକ କାର୍ଯ୍ୟାନୁଷ୍ଠାନ ବୋଲି ପ୍ରଥମ ଦିନରୁ AAP ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ କହି ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.