ETV Bharat / bharat

କିଏ ହେବ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ? ଆଜି ବିଧାୟକଙ୍କ ସହ ବୈଠକ କରିବେ ପର୍ଯ୍ୟବେକ୍ଷକ - ବିଜେପି ପର୍ଯ୍ୟବେକ୍ଷ

Legislature Party Meeting: ଆଜି ସନ୍ଧ୍ୟା ସୁଦ୍ଧା ଘୋଷଣା ହୋଇପାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ନାମ । ରାୟପୁରରେ ପହଞ୍ଚିଲେ ବିଜେପି ପର୍ଯ୍ୟବେକ୍ଷକ । ଅଧିକ ପଢନ୍ତୁ

BJP Observers Reach Raipur
ଛତିଶଗଡ ମୁଖ୍ୟମନ୍ତ୍ରୀ
author img

By ETV Bharat Odisha Team

Published : Dec 10, 2023, 12:03 PM IST

ରାୟପୁର: ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନରେ କିଏ ହେବ ମୁଖ୍ୟମନ୍ତ୍ରୀ ? ନିର୍ବାଚନ ଫଳାଫଳକୁ 6 ଦିନ ବିତିଯାଇଥିଲେ ସୁଦ୍ଧା ଏବେ ବି ମୁଖ୍ୟମନ୍ତ୍ରୀ ସସପେନ୍ସ ଉପରୁ ପରଦା ହଟିପାରିନି । ଘନ ଘନ ବୈଠକ ପରେ ମଧ୍ୟ ନିଷ୍କର୍ସ ନ ବାହାରିବାରୁ ଏହି ଦାୟିତ୍ବ ବିଜେପି ପର୍ଯ୍ୟବେକ୍ଷକ ହାତରେ ନ୍ୟସ୍ତ କରାଯାଇଛି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଛତିଶଗଡ଼ରେ ବସିବ ବିଜେପିର ବିଧାୟକ ଦଳ ବୈଠକ । ଏହି ରାଜ୍ୟ ପାଇଁ ନିଯୁକ୍ତ ହୋଇଥିବା ୩ ପର୍ଯ୍ୟବେକ୍ଷକ ଆଜି(ରବିବାର) ରାୟପୁରରେ ପହଞ୍ଚିଛନ୍ତି ।

  • #WATCH | BJP Observers for Chhattisgarh and Union Ministers Sarbananda Sonowal, Arjun Munda, BJP national general secretary Dushyant Gautam and Chhattisgarh BJP chief Arun Sao at BJP office in Raipur pic.twitter.com/2vnZbsdJXh

    — ANI (@ANI) December 10, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ବିଜେପି ଜାତୀୟ ସାଧାରଣ ସଂପାଦକ ଦୁଷ୍ୟନ୍ତ କୁମାର ଗୌତମ ଆଜି ନବ ନିର୍ବାଚିତ ବିଧାୟକଙ୍କ ସହ ବୈଠକ କରିବେ । ଏହି ବୈଠକରେ ସାମିଲ ହେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ଛତିଶଗଡ କେ-ଇନଚାର୍ଜ ମନସୁଖ ମାଣ୍ଡଭିୟ ମଧ୍ୟ ରାୟପୁରରେ ପହଞ୍ଚି ସାରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍କର୍ସ ବାହାରିବା ପରେ ପର୍ଯ୍ୟବେକ୍ଷକ ଟିମ୍ ବିଜେପି ନେତତ୍ବଙ୍କୁ ସୂଚନା ଦେବ । ତା'ପରେ ଆନୁଷ୍ଠାନିକ ଭାବେ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । କେବଳ ଛତିଶଗଡ ନୁହଁ ଅନ୍ୟ ଦୁଇ ରାଜ୍ୟ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ପର୍ଯ୍ୟବେକ୍ଷକ ବିଧାୟକଙ୍କ ସହ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମ ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ- ମୁଖ୍ୟମନ୍ତ୍ରୀ ଘୋଷଣା ବିଳମ୍ବ, ବିଜେପିରେ ଶୃଙ୍ଖଳାର ଅଭାବ କହି ସମାଲୋଚନା କଲେ ଗେହେଲଟ

ଛତିଶଗଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମୁଖ୍ୟମନ୍ତ୍ରୀ ଦାବିଦାର ରହିଛନ୍ତି । କିନ୍ତୁ ଏକାଧିକ ବରିଷ୍ଠ ଚେହେରା ମଧ୍ୟ ମୁଖ୍ୟମନ୍ତ୍ରୀ ଆଶାୟୀ ଭାବେ ରହିଛନ୍ତି । ପର୍ଯ୍ୟବେକ୍ଷକ ଟିମ୍ କାହା ନାମରେ ମୋହର ଲଗାଉଛନ୍ତି ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ । ଆଉ ଛତିଗଡକୁ ମିଳିବ ତା'ର ନୂଆ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାୟକ ଦଳ ବୈଠକ ବସିପାରେ ।

ଏହା ମଧ୍ଯ ପଢନ୍ତୁ- ତିନି ରାଜ୍ୟ ପାଇଁ ବିଜେପିର ପର୍ଯ୍ୟବେକ୍ଷକ ଘୋଷଣା: ବାଛିବେ ମୁଖ୍ୟମନ୍ତ୍ରୀ !

ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବାରେ ବିଜେପି ବିଳମ୍ବ କରୁଥିବାରୁ ବିରୋଧି ଏହାକୁ ସମାଲୋଚନା କରିଛନ୍ତି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ବିଜେପିରେ ଶୃଙ୍ଖଳା ଅଭାବ କାରଣରୁ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନି ବୋଲି କହି କଟାକ୍ଷ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.