ETV Bharat / bharat

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଦାବି କରିନି BJP: କେନ୍ଦ୍ର ମନ୍ତ୍ରୀ

author img

By

Published : Jun 23, 2022, 9:41 AM IST

ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ହଟ୍ଟଚମଟ୍ଟ । ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଶିବସେନାର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ରାଜ୍ୟରେ ସରକାର ଗଠନ ପାଇଁ ବିଜେପି ଦାବି କରିନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଓସାହେବ ପାଟିଲ ଦାନଭେ । ଅଧିକ ପଢନ୍ତୁ

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ବିଜେପି ଦାବି କରୁନାହିଁ:କେନ୍ଦ୍ର ମନ୍ତ୍ରୀ ରାଓସାହେବ ପାଟିଲ

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ହଟ୍ଟଚମଟ୍ଟ । ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଏନସିପି ଓ କଂଗ୍ରେସ ସହ ମେଣ୍ଟ ଭାଙ୍ଗି ବିଜେପି ସହିତ ଶିବ ସେନା ହାତ ମିଳାଇବାକୁ ଦାବି କରିଥିବାବେଳେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏଥିପାଇଁ ଗତକାଲି ସରକାରୀ ବାସଭବନ ଛାଡିଛନ୍ତି ଉଦ୍ଧବ ଠାକରେ । ଶିବସେନାର ୪୦ରୁ ଅଧିକ ବିଧାୟକ ଏକନାଥ ସିନ୍ଧେଙ୍କ ସହ ରହିଛନ୍ତି ।

ପ୍ରଥମେ ସୁରତ ଓ ପରେ ଗୌହାଟୀରେ ଡେରାପକାଇଛନ୍ତି । ଯାହା ଫଳରେ ମହାରାଷ୍ଟ୍ରରେ ମେଣ୍ଟ ସରକାରର ପତ୍ତନ ହେବା ସମ୍ଭାବନା ବୃଦ୍ଧିପାଇଛି । ଏହାରି ମଧ୍ୟରେ ବିଜେପିର ବୟାନ ସାମ୍ମାକୁ ଆସିଛି । ଭାରତୀୟ ଜନତା ପାର୍ଟିର ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଓସାହେବ ପାଟିଲ ଦାନଭେ ବୁଧବାର କହିଛନ୍ତି ଯେ, ''ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଶିବସେନାର ଆଭ୍ୟନ୍ତରୀଣ ପ୍ରସଙ୍ଗ । ରାଜ୍ୟରେ ସରକାର ଗଠନ ପାଇଁ ବିଜେପି ଦାବି କରିନାହିଁ ।

ଦଳର ନେତା ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିବା ପରେ ଦାନଭେ ଗଣମାଧ୍ୟମକୁ କହିଛନ୍ତି ଯେ, "ଶିବସେନର କୌଣସି ବିଧାୟକ ବିଜେପି ସହ ଯୋଗାଯୋଗରେ ନାହାଁନ୍ତି । ଏନେଇ ଆମେ ଏକନାଥ ସିଦ୍ଧେଙ୍କ ସହ କୌଣସି ଆଲୋଚନା ମଧ୍ୟ କରିନାହୁଁ । ଏହା ଶିବସେନାର ଆଭ୍ୟନ୍ତରୀଣ ପ୍ରସଙ୍କ ହୋଇଥିବା ବିଜେପିର ଏଥିରେ କୌଣସି ସମ୍ପର୍କ ନାହିଁ ଏବଂ ଆମେ ମଧ୍ୟ ସରକାର ଗଠନ କରିବାକୁ ଦାବି କରୁନାହୁଁ ।"

ତେବେ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ବିଦ୍ରୋହୀ ଶିବସେନା ବିଧାୟକ ଏକନାଥ ସିନ୍ଦେ ବୁଧବାର ଦିନ କହିଛନ୍ତି ଯେ, "ଶିବସେନା ଦଳକୁ ବଞ୍ଚାଇବା ପାଇଁ ଅବାସ୍ତବ ଗଠବନ୍ଧନରୁ ଦଳବାହାରିବା ଜରୁରୀ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.