ETV Bharat / bharat

TMC ଫେରିଯିବେ ମୁକୁଲ ରାୟ ! ମମତା ଡାକିଲେ ବରିଷ୍ଠ ନେତାଙ୍କ ବୈଠକ - ସ୍ବାଗତ ରାୟ

ବିଜେପିର ବରିଷ୍ଠ ନେତା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଧାୟକ ମୁକୁଲ ରାୟ ଆଜି ପଦ୍ମ ପୋଖରୀ ଛାଡି ଯୋଡାଫୁଲ ପୋଖରୀକୁ ଲମ୍ଫ ମାରିବାକୁ ଯାଉଛନ୍ତି । ନିଜ ପୁଅ ଶୁଭ୍ରାଶୁଂ ରାୟଙ୍କ ସହ ଟିଏମସିକୁ ଫେରିଯିବେ ଏହି ରାଜନେତା ।

BJP National Vice President Mukul Roy
BJP National Vice President Mukul Roy
author img

By

Published : Jun 11, 2021, 2:37 PM IST

Updated : Jun 11, 2021, 2:56 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ପ୍ରଚଣ୍ଡ ବିଜୟ ସହ କ୍ଷମତା ଦଖଲ ପାଇଁ ସ୍ବପ୍ନ ସହ ସମ୍ଭାବନା ରଖୁଥିବା ଭାରତୀୟ ଜନତା ପାର୍ଟି (ବିଜେପି) ମମତାଙ୍କ ରଣନୀତି ଆଗରେ ଧରାଶାୟୀ ହୋଇଥିଲା । ସେହି ପରାଜୟରୁ ଦଳ ମୁକୁଳିନଥିବା ବେଳେ ଆଜି ( ଶୁକ୍ରବାର) ପୁଣି ଆଉ ଏକ ଜବରଦସ୍ତ ଝଟକା ଲାଗିବାକୁ ଯାଉଛି ।

ବିଜେପିର ବରିଷ୍ଠ ନେତା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଧାୟକ ମୁକୁଲ ରାୟ ଆଜି ପଦ୍ମ ପଖୋରୀ ଛାଡି ଯୋଡାଫୁଲ ପୋଖରୀକୁ ଲମ୍ଫ ମାରିବାକୁ ଯାଉଛନ୍ତି । ନିଜ ପୁଅ ଶୁଭ୍ରାଶୁଂ ରାୟଙ୍କ ସହ ଟିଏମସିକୁ ଫେରିଯିବେ ଏହି ରାଜନେତା । ଆଜି ଅପରାହ୍ନ 3 ଟା ପରେ ଯେକୌଣସି ମୁହୁର୍ତ୍ତରେ କୋଲକାତା ସ୍ଥିତ ଟିଏମସି ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ସାକ୍ଷାତ ଆଲୋଚନା ପରେ ବିଦ୍ଧିବଧ ଭାବେ ଟିଏମସିକୁ ଫେରିବେ ରାୟ ପିତାପୁତ୍ର ।

ନିର୍ବାଚନ ପରେ ଟିଏମସି ଛାଡି ବିଜେପିରେ ସାମିଲ ହୋଇଥିବା ଅନେକ ବିଜେପି ନେତା ପୁଣି ଥରେ ଦିଦିଙ୍କ ଦଳକୁ ଫେରିଯିବାକୁ ଖୋଲାଖୋଲି ଆଲୋଚନା କରିଆସୁଛନ୍ତି । ଯେଉଁଥିରେ ମୁକୁଲ ରାୟଙ୍କ ନା ସର୍ବାଗ୍ରେ ରହିଛି । ଦିନେ ଦିଦିଙ୍କ ସହ ମତଭେଦ ହୋଇ ବିଜେପି ଛାଡିଥିବା ମୁକୁଲ ଏବେ ପୁଣି ଥରେ ଦିଦିଙ୍କ ସହ କାମ କରିବାକୁ ପ୍ରସ୍ତୁତ ଥିବା ସଂକେତ ଦେଇଛନ୍ତି ।

ଏହାର ଏକ ବଡ ପ୍ରମୁଖ କାରଣ ହେଉଛି ବିଜେପିରେ ଶୁଭେନ୍ଦୁ ଅଧିକାରୀଙ୍କ ଗୁରୁତ୍ବ ଓ ପ୍ରଭାବ । ଯାହାକୁ ନେଇ ମୁକୁଲ ରାୟ ଅସନ୍ତୁଷ୍ଟ ଅଛନ୍ତି । ଟିଏମସି ଫେରିବା ପାଇଁ ଗତ ଏକ ସପ୍ତାହ ମଧ୍ୟରେ 4 ଥରରୁ ଅଧିକ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି ମୁକୁଲ ।

ଆଉ ଏକ କାରଣ ହେଉଛି କୈଳାଶ ବିଜୟବର୍ଗୀୟ । ପଶ୍ଚିମବଙ୍ଗ ଦାୟିତ୍ବ ରେ ଥିବା କୈଳାଶଙ୍କୁ ବର୍ତ୍ତମାନ ବିଜେପି ହଟାଇ ଦେଇଛି । । ଯାହା ମୁକୁଲଙ୍କ ପାଇଁ ମଧ୍ୟ ସମସ୍ୟା ହେବାର ଆଶଙ୍କା ଥିଲା ।

ସ୍ବାଗତ ରାୟଙ୍କ ବଡ ଭୂମିକା...

ସୂତ୍ର ଅନୁସାରେ ମୁକୁଲ ରାୟଙ୍କ ଘର ବାହୁଡାରେ ଟିଏମସିର ବରିଷ୍ଠ ନେତା ତଥା ସାଂସଦ ସ୍ବାଗତ ରୟଙ୍କ ବଡ ଭୂମିକା ଅଛି । ସେ ହିଁ ମମତା-ମୁକୁଲଙ୍କ ମଧ୍ୟରେ ଯୋଗ ସୂତ୍ର ସ୍ଥାପନ କରିବାରେ ସଫଳ ହୋଇଛନ୍ତି । ଟିଏମସିର କହିବା କଥା ଦଳ ଛାଡି ଯାଇଥିଲେ ମଧ୍ୟ ମୁକୁଲ କେବେ ମମତାଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିନାହାଁନ୍ତି । କେବଳ ଗଠନ ମୂଳକ ସମାଲୋଚନା କରିଛନ୍ତି ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ହୋଇଥିଲେ ବରଖାସ୍ତ...

ଦିନେ ମମତା ବାନାର୍ଜୀଙ୍କ ଅତି ବିଶ୍ବସ୍ତ ଥିବା ମୁକୁଲ ରାୟ, ଟିଏମସିରେ ଦ୍ବିତୀୟ କ୍ଷମତା କେନ୍ଦ୍ର ଭାବେ ଜଣାଶୁଣା ଥିଲେ । କିନ୍ତୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦଳ ତାଙ୍କୁ 6 ବର୍ଷ ପାଇଁ ଦଳରୁ ନିଳମ୍ବନ କରିଥିଲା । ପରେ ମୁକୁଲ ବିଜେପିର ସାମିଲ ହୋଇଯାଇଥିଲେ ।

ସୂଚନାଯୋଗ୍ୟଯେ 1998 ମସିହାରୁ ମୁକୁଲ ବଙ୍ଗାଲ ରାଜନୀତିରେ ଅଛନ୍ତି । ଭାରତୀୟ ଜାତୀୟ କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ମୁକୁଲ ପ୍ରାରମ୍ଭରୁ ମମତାଙ୍କ ବିଶ୍ବସ୍ତ ରହିଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 11, 2021, 2:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.