ETV Bharat / bharat

ମୋଦି ମନ୍ତ୍ରୀମଣ୍ଡଳର ମେଗା ବିସ୍ତାର: ନୂଆ ମନ୍ତ୍ରୀଙ୍କୁ ଜେପି ନଡ୍ଡାଙ୍କ ଶୁଭେଚ୍ଛା

author img

By

Published : Jul 8, 2021, 9:33 AM IST

କେନ୍ଦ୍ର କ୍ୟାବିନେଟରେ ହୋଇଛି ନବକଳେବର । ବୁଧବାର କେନ୍ଦ୍ର କ୍ୟାବିନେଟ ବିସ୍ତାର ପରେ 43 ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଏହି ଅବସରରେ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ନୂଆ ମନ୍ତ୍ରୀଙ୍କୁ ଟ୍ବିଟ ଜରିଆରେ ଶୁଭେଚ୍ଛା ଜଣାଇବା ସହ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ...

ନୂଆ ମନ୍ତ୍ରୀଙ୍କୁ ଜେପି ନଡ୍ଡାଙ୍କ ଶୁଭେଚ୍ଛା
ନୂଆ ମନ୍ତ୍ରୀଙ୍କୁ ଜେପି ନଡ୍ଡାଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରେ ହୋଇଛି ନବକଳେବର । ବୁଧବାର କେନ୍ଦ୍ର କ୍ୟାବିନେଟ ବିସ୍ତାର ପରେ 43 ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ଏହି ଅବସରରେ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ନୂଆ ମନ୍ତ୍ରୀଙ୍କୁ ଟ୍ବିଟ ଜରିଆରେ ଶୁଭେଚ୍ଛା ଜଣାଇବା ସହ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା । ଏଥିସହ ସେ କହିଛନ୍ତି,‘ ମୋତେ ବିଶ୍ବାସ ଅଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆପଣ ସମସ୍ତେ ଦେଶର ବିକାଶକୁ ତ୍ବରାନ୍ବିତ କରିବାରେ ଏବଂ ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପକୁ ସାକାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବେ ।

ତେବେ ଏଥର ମୋଦି କ୍ୟାବିନେଟରେ 36 ନୂଆ ଚେହେରାଙ୍କୁ ମିଳିଛି ଏଣ୍ଟ୍ରି । ଅନ୍ୟପକ୍ଷେ 7 ମନ୍ତ୍ରୀଙ୍କୁ ପଦନ୍ନୋତି ସହ ଦିଆଯାଇଛି କ୍ୟାବିନେଟ ପାହ୍ୟା । ଯେଉଁ ମନ୍ତ୍ରୀମାନଙ୍କର ପଦନ୍ନୋତି ହୋଇଛି, ସେମାନଙ୍କ ମଧ୍ୟରେ ପୁରୁଷୋତ୍ତମ ରୂପାଲ, ଅନୁରାଗ ଠାକୁର, ମନସୁଖ ମାଣ୍ଡଭିୟ, ଆରକେ ସିଂହ, ହରଦୀପ ସିଂହ ପୁରୀ, ଜୀ କିଶନ ରେଡ୍ଡୀ ଓ କିରଣ ରିଜିଜୁ ସାମିଲ ଅଛନ୍ତି ।

କ୍ୟାବିନେଟ ବିସ୍ତାରର ହଲଚଲ ମଧ୍ୟରେ ମୋଦିଙ୍କ ପୁରୁଣା ଟିମରୁ ଇସ୍ତଫା ଦେଇଛନ୍ତି ଅନେକ ବରିଷ୍ଠ ମନ୍ତ୍ରୀ । ପ୍ରକାଶ ଜାଭଡେକର, ରବିଶଙ୍କର ପ୍ରସାଦ, ଡାକ୍ତର ହର୍ଷବର୍ଦ୍ଧନ, ରମେଶ ପୋଖରିଆଲ ନିଶଙ୍କ, ପ୍ରତାପ ଷଡଙ୍ଗୀ, ବାବୁଲ ସୁପ୍ରିଓ, ରାୱ ସାହେବ ଦାନୱେ ପାଟିଲ, ଦେବୋଶ୍ରୀ ଚୌଧୁରୀ, ସଦାନନ୍ଦ ଗୌଡ, ସନ୍ତୋଷ ଗଙ୍ଗୱାର, ରତନ ଲାଲ କଟାରିଆ ମୋଦିଙ୍କ ଟିମରୁ ହୋଇଛନ୍ତି ଆଉଟ ।

  • केन्द्रीय मंत्रिमंडल में शपथ लेने वाले सभी नवनियुक्त मंत्रियों को हार्दिक बधाई!
    मुझे विश्वास है कि मा. प्रधानमंत्री श्री @narendramodi जी के नेतृत्व में आप सभी देश के विकास को गति देने में, अपना महत्वपूर्ण योगदान देंगे एवं आत्मनिर्भर भारत के संकल्प को साकार करेंगे।#Govt4Growth

    — Jagat Prakash Nadda (@JPNadda) July 7, 2021 " class="align-text-top noRightClick twitterSection" data=" ">

43 ମନ୍ତ୍ରୀଙ୍କୁ ଦିଆଯାଇଛି ପଦ ଓ ଗୋପନୀୟତାର ଶପଥ । ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ, ବିରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂ (ଆରସିପି ସିଂ, ଜେଡିୟୁ), ଅଶ୍ବିନୀ ବୈଷ୍ଣବ, ପାଶୁପତି ପାରସ (ଏଲଜେପି), କିରନ ରିଜିଜୁ, ରାଜ କୁମାର ସିଂ, ହରଦୀପ ପୁରୀ, ଜି କିଶନ ରେଡ୍ଡୀ, ଅନୁରାଗ ସିଂ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିଆ ପଟେଲ (ଅପନା ଦଳ), ସତ୍ୟ ପାଲ ସିଂ ବାଘେଲ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲଜେ, ଭାନୁ ପ୍ରତାପ ସିଂହ, ଦର୍ଶନ ବିକ୍ରମ, ମୀନାକ୍ଷୀ ଲେଖୀ, ଅନ୍ନପୂର୍ଣ୍ଣା ଦେବୀ, ବି.ଏଲ୍ ଭର୍ମା, ଅଜୟ କୁମାର, ଦେବସିଂହ ଚୌହାନ, ଭଗବନ୍ତ ଖୁବା, କପିଲ ପାଟିଲ, ପ୍ରତୀମା ଭୌମିକ, ସୁଭାଷ ସରକାର, ଭାଗବତ କରାଦ, ରାଜ କୁମାର ରଞ୍ଜନ ସିଂ, ଭାରତୀ ପ୍ରବୀଣ ପାୱାର, ବିଶେଶ୍ବର ଟୁଡୁ, ଶାନ୍ତନ୍ତୁ ଠାକୁର, ମୁଞ୍ଜାପାରା ମହେନ୍ଦ୍ର ଭାଇ, ଜନ ବାର୍ଲା, ଏଲ ମୁର୍ଗନ, ନିଶିତ ପ୍ରାମାଣିକ ମୋଦି ମନ୍ତ୍ରୀ ମଣ୍ଡଳରେ ହୋଇଛନ୍ତି ସାମିଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.