ETV Bharat / bharat

Assembly poll: ମଧ୍ୟ ପ୍ରଦେଶ, ଛତିଶଗଡ଼ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା BJP

author img

By

Published : Aug 17, 2023, 5:23 PM IST

Updated : Aug 17, 2023, 6:32 PM IST

ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମଧ୍ୟ ପ୍ରଦେଶ, ଛତିଶଗଡ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା BJP । ମଧ୍ୟ ପ୍ରଦେଶ ପାଇଁ 39 ଓ ଛତିଶଗଡ ପାଇଁ 21 ଆସନରେ ପ୍ରାର୍ଥୀ ଘୋଷଣା କଲା ଦଳ । ଅଧିକ ପଢନ୍ତୁ

Assembly poll: ମଧ୍ୟ ପ୍ରଦେଶ, ଛତିଶଗଡ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା BJP

ଭୋପାଲ/ରାୟପୁର: ଚଳିତ ବର୍ଷ ଶେଷ ଭାଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଛତିଶଗଡ ଓ ମଧ୍ୟ ପ୍ରଦେଶ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ଭାରତୀୟ ଜନତା ପାର୍ଟି । 90 ଆସନ ବିଶିଷ୍ଟ କଂଗ୍ରେସ ଶାସିତ ଛତିଶଗଡ ପାଇଁ ପ୍ରଥମ ପର୍ଯ୍ୟାରେ 21 ପ୍ରାର୍ଥୀ ଓ ମଧ୍ୟ ପ୍ରଦେଶରେ 230 ଆସନ ମଧ୍ୟରୁ 39 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ । ଏନେଇ ବିଜେପି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ତାଲିକା ଘୋଷଣା କରାଯାଇଛି । ତେବେ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଘୋଷଣା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

  • भाजपा केन्द्रीय चुनाव समिति ने छत्तीसगढ़ एवं मध्य प्रदेश में होने वाले आगामी विधानसभा चुनाव 2023 के लिए निम्नलिखित नामों पर अपनी स्वीकृति प्रदान की है। (2/2) pic.twitter.com/VsjOfj3DVe

    — BJP (@BJP4India) August 17, 2023 " class="align-text-top noRightClick twitterSection" data=" ">

ଗତକାଲି 16 (ତାରିଖ) ପାର୍ଟି ମୁଖ୍ୟ ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ କେନ୍ଦ୍ରୀୟ ନିର୍ବାଚନ କମିଟିର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ତାର ମାତ୍ର ଗୋଟିଏ ଦିନ ପରେ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ଦଳ ।

ଏହି ଦୁଇ ରାଜ୍ୟ ସହ ମୋଟ 5ଟି ରାଜ୍ୟରେ ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କଂଗ୍ରେସ ଶାସିତ ଛତିଶଗଡ଼ ଓ ରାଜସ୍ଥାନ ବ୍ୟତୀତ ବିଜେପି ଶାସିତ ମଧ୍ୟ ପ୍ରଦେଶ, ବିଆର୍‌ଏସ୍‌ ଶାସିତ ତେଲେଙ୍ଗାନା ଓ ଉତ୍ତର-ପୂର୍ବ ରାଜ୍ୟ ମିଜୋରାମରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ମିଜୋରାମରେ ଭାଜପା ଶାସକ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟ୍‌ ସହ ସହଯୋଗୀ ଭାବେ ରହିଛି । ତେବେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ସେତେବେଳେ ଶାସନରେ ଥିବା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ସାମାନ୍ୟ ବିଳମ୍ବ କରିଥିବା ଦେଖିବାକୁ ମିଳିଥିଲା । ତେଣୁ ସେହି ତ୍ରୁଟିକୁ ଦଳ ପୁଣି ଥରେ ଏହି ନିର୍ବାଚନରେ ଦୋହରାଇବାକୁ ଚାହୁଁନଥିବା ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ:- ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ସୀତାରମଣ, ଗୁଲାମୀ ମାନସିକତାରୁ ମୁକୁଳି ଆସିବାକୁ ଦେଲେ ଆହ୍ବାନ

ଦକ୍ଷିଣ ଭାରତରେ ଦଳର ଅବସ୍ଥା ଭଲ ନଥିଲା ବେଳେ ଏକମାତ୍ର ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକରେ ଦଳ କଂଗ୍ରେସଠାରୁ ପରାଜିତ ହେବାକୁ ବାଧ୍ୟ ହୋଇଥିଲା । ସାଧାରଣ ନିର୍ବାଚନ ପୂର୍ବରୁ ହେବାକୁ ଥିବା ଏହି 5 ରାଜ୍ୟର ଫଳାଫଳ ସିଧା ଦିଲ୍ଲୀ ରାଜନୀତି ସମୀକରଣକୁ ପ୍ରଭାବିତ କରିବ । ତେଣୁ ପୂର୍ବାପେକ୍ଷା ଅଧିକ ତତ୍ପରତା ଦେଖାଇବା ଆରମ୍ଭ କରିଛି ଭାରତୀୟ ଜନତା ପାର୍ଟି ।

ଛତିଶଗଡ଼ ଓ ରାଜସ୍ଥାନରେ ଶାସନରେ ଥିବା କଂଗ୍ରେସ କ୍ଷମତା ବଜାୟ ରଖିବା ପାଇଁ ପ୍ରୟାସ କରିବ । ସେହିପରି ମଧ୍ୟ ପ୍ରଦେଶରେ ବିଜେପି କ୍ଷମତାରେ ଥିଲେ ସୁଦ୍ଧା ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ କଂଗ୍ରେସ ସହ କଡା ମୁକାବିଲା ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏହାରି ମଧ୍ୟରେ ନିର୍ବାଚନ କମିଶନ ବିଜ୍ଞପ୍ତି ଘୋଷଣା କରିବା ପୂର୍ବରୁ ଦଳ ଦୁଇ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 17, 2023, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.