ETV Bharat / bharat

ଇସ୍ତଫା ଦେଲେ ବିଧାନସଭା ନିର୍ବାଚନ ଜିତିଥିବା 10 ବିଜେପି ସାଂସଦ, ବଢିଲା ନୂଆ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା

author img

By ETV Bharat Odisha Team

Published : Dec 6, 2023, 6:44 PM IST

Updated : Dec 6, 2023, 9:32 PM IST

BJP MPs Who Won State Polls Quit Parliament: 3 ରାଜ୍ୟରେ ବିଧାନସଭା ନିର୍ବାଚନ ଲଢିଥିବା ବିଜେପିର 10 ସାଂସଦ ପଦରୁ ଦେଲେ ଇସ୍ତଫା । ରହିଛନ୍ତି ଏକାଧିକ ମୁଖ୍ୟମନ୍ତ୍ରୀ ଆଶାୟୀ । ଅଧିକ ପଢନ୍ତୁ

ଇସ୍ତଫା ଦେଲେ ବିଧାନସଭା ନିର୍ବାଚନ ଜିତିଥିବା 10 ବିଜେପି ସାଂସଦ, ବଢିଲା ନୂଆ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା
ଇସ୍ତଫା ଦେଲେ ବିଧାନସଭା ନିର୍ବାଚନ ଜିତିଥିବା 10 ବିଜେପି ସାଂସଦ, ବଢିଲା ନୂଆ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା

ନୂଆଦିଲ୍ଲୀ: ଚଳିତ ବିଧାନସଭା ନିର୍ବାଚନରେ 3 ରାଜ୍ୟରେ ପ୍ରତିଦ୍ବନ୍ଦ୍ବିତା କରିଥିବା 12 ଜଣ ବିଜେପି ସାଂସଦଙ୍କ ମଧ୍ୟରୁ 10 ଜଣ ଆଜି ସଂସଦରୁ ଇସ୍ତଫା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଏକାଧିକ ମୁଖ୍ୟମନ୍ତ୍ରୀ ଆଶାୟୀ ମଧ୍ୟ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୈଠକ ପରେ ଦଳମୁଖ୍ୟ ଜେପି ନଡ୍ଡା ଏହି ସାଂସଦମାନଙ୍କୁ ସଂସଦରୁ ଇସ୍ତଫା ଦେବା ପାଇଁ କହିଥିଲେ । ଏମାନଙ୍କ ମଧ୍ୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ ପ୍ରମୁଖ ରହିଛନ୍ତି । ଇସ୍ତଫା ଦେଇଥିବା ସାଂସଦଙ୍କ ମଧ୍ୟରେ ରାଜ୍ୟବର୍ଦ୍ଧନ ସିଂ ରାଠୋର, କିରୋଡୀ ଲାଲ ମୀନା, ଦୀୟା କୁମାରୀ, ରାକେଶ ସିଂ, ଉଦୟ ପ୍ରତାପ ସିଂ, ରିତି ପାଠକ, ଅର୍ଜୁନ ସାଓ, ଗୋମତି ସାଇ ପ୍ରମୁଖ ରହିଛନ୍ତି ।

3 ରାଜ୍ୟରେ ଉଭୟ ଗୃହରୁ ଭାରତୀୟ ଜନତା ପାର୍ଟିର ମୋଟ 12 ଜଣ ସାଂସଦ ନିର୍ବାଚନ ଲଢିଥିଲେ । ଆଜି ସେମାନଙ୍କ ମଧ୍ୟରୁ 10 ଜଣ ସାଂସଦ ଇସ୍ତଫା ଦେଇଛନ୍ତି । ରାଜସ୍ଥାନରୁ ମୁଖ୍ୟମନ୍ତ୍ରୀ ଆଶାୟୀ ଥିବା ମହନ୍ତ ବାଲକନାଥ ଓ ଛତିଶଗଡରୁ ସାଂସଦ ଥିବା ରେଣୁକା ସିଂ ଆଜି ଇସ୍ତଫା ଦେଇନାହାନ୍ତି । ଆଜି ଉଭୟ ସଂସଦରେ ଅନୁପସ୍ଥିତ ଥିବାରୁ ଇସ୍ତଫା ଦେଇନଥିବା ବେଳେ କୌଣସି ମୁହୂର୍ତ୍ତରେ ସେମାନେ ମଧ୍ୟ ଇସ୍ତଫା ଦେଇପାରନ୍ତି । ତେବେ ଏହି ସାଂସଦମାନଙ୍କ ମଧ୍ୟରୁ ଏକାଧିକ ବରିଷ୍ଠ ନେତା ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଆଶାୟୀ ମଧ୍ୟ ରହିଛନ୍ତି । ଏବେ ଦଳ ମୁଖ୍ୟମନ୍ତ୍ରୀ ଚେହେରା ନେଇ ମାନସମନ୍ଥନ ଜାରି ରଖିଥିବା ବେଳେ ଏମାନଙ୍କୁ ପଦ ଛାଡିବା ପାଇଁ ନିର୍ଦ୍ଦେଶ ମିଳିବା ନୂଆ ଚେହେରା ଚର୍ଚ୍ଚାକୁ ଘନୀଭୂତ କରିଛି ।

ଏହା ମଧ୍ୟ ପଢନ୍ତୁ :- ଜମ୍ମୁ କାଶ୍ମୀର ସଂରକ୍ଷଣ ଓ ପୁନର୍ଗଠନ (ସଂଶୋଧନ) ବିଲ୍‌ ଲୋକସଭାରେ ପାରିତ

ଚଳିତ ନିର୍ବାଚନରେ ବିଜେପି ସାଂସଦ ଓ କେନ୍ଦ୍ରମନ୍ତ୍ରୀଙ୍କୁ ତିନି ରାଜ୍ୟରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା । ଏହି ବରିଷ୍ଠ ନେତାମାନେ ସେମାନଙ୍କ କ୍ଷେତ୍ରରେ ଭୋଟରପୁଲର ହେବା ସମ୍ଭାବନାରେ ଦଳ ଏହି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଇଥିଲା । ସେମାନେ ବିଧାନସଭା ନିର୍ବାଚନରେ ଜିତିବା ପରେ ବିଧାୟକ ପଦରୁ ଇସ୍ତଫା ଦେଇ ସାଂସଦ ଓ କେନ୍ଦ୍ରମନ୍ତ୍ରୀ ପଦ ବଜାୟ ରଖିବା ନେଇ ମଧ୍ୟ ଅନୁମାନ କରାଯାଉଥିଲା । ମାତ୍ର ଜନାଦେଶ ଆସିବା ପରେ ବିଜେପିର ରାଜନୈତିକ ଗୋଟି ଅନୁମାନର ବିପରୀତ କ୍ରମରେ ଚାଲିଛି । ଏବେ ଏହି ବରିଷ୍ଠ ନେତାମାନେ ସଂସଦ ପଦରୁ ଇସ୍ତଫା ଦେଇ ରାଜ୍ୟ ରାଜନୀତିରେ ସକ୍ରିୟ ରହିବେ । ଏମାନଙ୍କ ମଧ୍ୟରୁ 3 ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ହେବାର ସମ୍ଭାବନା ମଧ୍ୟ ଯଥେଷ୍ଟ । କାରଣ ଦଳ 2024 ସାଧାରଣ ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତି ପୂର୍ବକ ନୂଆ ମଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଜାରି ରଖିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆଜି କିମ୍ବା ଆସନ୍ତାକାଲି ବିଜେପି ଶିବିରରୁ କୌଣସି ବଡ ଖବର ମଧ୍ୟ ସାମ୍ନାକୁ ଆସିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 6, 2023, 9:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.