ଲକ୍ଷ୍ନୌ: ଲକ୍ଷ୍ନୌରେ ବିଜେପି ଦଳର ସାଂସଦ କୌଶଲ କିଶୋରଙ୍କ ପୁଅକୁ ଜଣେ ଅଜଣା ବ୍ୟକ୍ତି ବୁଧବାର ଗୁଳିମାଡ କରିଛି । ଏହି ଗୁଳିକାଣ୍ଡର କାରଣ ସମ୍ପର୍କରେ ଜଣାପଡିନଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଆୟୁଷ(30)ଙ୍କୁ ହଠାତ୍ ଜଣେ ଦୁର୍ବୃତ୍ତ ଆସି ଗୁଳିମାଡ କରିଥିଲା । ତେବେ ଏହି ଗୁଳିକାଣ୍ଡ ମାଦିୟଭାଠାରେ ଘଟିଥିବା ବେଳେ ଆୟୁଷଙ୍କ ଛାତିରେ ବାଜିଥିଲା ଗୁଳି । ଘଟଣା ସମ୍ପର୍କରେ ଖବର ପାଇ ଉତ୍ତରପ୍ରଦେଶ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆୟୁଷଙ୍କୁ ଚିକିତ୍ସା ପାଇଁ ଟ୍ରମା ସେଣ୍ଟରରେ ଭର୍ତ୍ତି କରିଥିଲା । ତେବେ ସେଠାରେ ତାଙ୍କୁ ଡାକ୍ତର ଚିକିତ୍ସିତ କରିବା ପରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା କହିଛନ୍ତି ।
ଏହି ଘଟଣା ସମ୍ପର୍କରେ ଡିସିପି ରେଇଜ ଅଖତର କହିଛନ୍ତି ଯେ ଆୟୁଷ ଉତ୍ତରପ୍ରଦେଶ ସାଂସଦଙ୍କ ପୁଅ । ତାଙ୍କୁ ଅଜଣା ବ୍ୟକ୍ତି ଆକ୍ରମଣ କରିଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ବର୍ତ୍ତମାନ ଏହି ଘଟଣାରୁ ଅଭିଯୁକ୍ତଙ୍କୁ ପୋଲିସ ଧରିବା ପାଇଁ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।
@ANI