ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ସାଂସଦ ସୁଶୀଲ ମୋଦିଙ୍କୁ ହତ୍ୟା ଧମକ(BJP MP Sushil Modi receives death threat) । ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ବିଜେପି ନେତାଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଛି । ଚିଠି ପଠାଇଥିବା ବ୍ୟକ୍ତି ନିଜକୁ ତୃଣମୂଳ କଂଗ୍ରେସ(ଟିଏମସି) ନେତା ବୋଲି କହିଛି । ଏଥିରେ ଇଂରାଜୀରେ ଲେଖାଯାଇଛି ଯେ,‘‘ ମୁଁ ଆପଣଙ୍କୁ ସୂଚୀତ କରୁଛି କି ମୁଁ ଜଣେ ତୃଣମୂଳ କଂଗ୍ରେସ ନେତା । ମମତା ବାନାର୍ଜୀ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରିବେ । ତୁମେ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ପୋଷା କୁକୁର । ମମତା ବାନାର୍ଜୀ, ନୀତିଶ କୁମାର ଜିନ୍ଦାବାଦ୍ । ମୁଁ ଆପଣଙ୍କୁ(ସୁଶୀଲ ମୋଦି) ହତ୍ୟା କରିବି ।''
-
मेरी हत्या करने का धमकी भरा पत्र प्राप्त I pic.twitter.com/Jlawcg8B7z
— Sushil Kumar Modi (@SushilModi) September 20, 2022 " class="align-text-top noRightClick twitterSection" data="
">मेरी हत्या करने का धमकी भरा पत्र प्राप्त I pic.twitter.com/Jlawcg8B7z
— Sushil Kumar Modi (@SushilModi) September 20, 2022मेरी हत्या करने का धमकी भरा पत्र प्राप्त I pic.twitter.com/Jlawcg8B7z
— Sushil Kumar Modi (@SushilModi) September 20, 2022
ଚମ୍ପା ସୋମ(ସୋମା) ନାମରେ ଏହି ଧମକପୂର୍ଣ୍ଣ ଚିଠିଟି ସ୍ପିଡ ପୋଷ୍ଟ ହୋଇଛି । ଏହାକୁ ପଠାଇଥିବା ବ୍ୟକ୍ତି ନିଜର ମୋବାଇଲ ନମ୍ବର 7501620019 ମଧ୍ୟ ଉଲ୍ଲେଖ କରିଛି । ରାଜେନ୍ଦ୍ର ନଗର ସ୍ଥିତ ସୁଶୀଲ ମୋଦିଙ୍କ ବ୍ୟକ୍ତିଗତ ବାସଭବନ ଠିକଣାରେ ଏହି ଚିଠି ଆସିଛି । ଚିଠି ମାଧ୍ୟମରେ ହତ୍ୟା ଧମକ ମିଳିବା ପରେ ବରିଷ୍ଠ ବିଜେପି ନେତା ଏହାକୁ ପାଟନା ଏସଏସପି ମାନବଜୀତ ସିଂହ ଧିଲନଙ୍କ ନିକଟକୁ ପଠାଇଛନ୍ତି ଏବଂ ଏହା ଉପରେ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି ।
ତେବେ ଯାହା ସୂଚନା ମିଳିଛି, ଗତ ୧୯ ତାରିଖରେ ବିଜେପି ସାଂସଦ ସୁଶୀଲ ମୋଦି((BJP MP Sushil Modi)ଙ୍କୁ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା । କିନ୍ତୁ ମଙ୍ଗଳବାର ଦିନ ସେ ଏହାକୁ ସାର୍ବଜନୀନ କରିଛନ୍ତି । ଚିଠିରେ ପ୍ରେରକର ନାମ ଚମ୍ପା ସୋମ(ସୋମା) ପୋଷ୍ଟ ଓ ଗ୍ରାମ ରାୟନ, ଜିଲ୍ଲା ପୂର୍ବ ବର୍ଦ୍ଧମାନ, ପଶ୍ଚିମବଙ୍ଗ 713104 ବୋଲି ସମ୍ପୂର୍ଣ୍ଣ ଠିକଣା ଉଲ୍ଲେଖ ରହିଛି । ଏହାକୁ ନେଇ ସାଂସଦ କହିଛନ୍ତି, ''ଗତ ଦୁଇ ଦିନ ତଳେ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ମୋତେ ଏକ ଧମକପୂର୍ଣ୍ଣ ଚିଠି ମିଳିଛି । ଯେଉଁଥିରେ ମୋତେ ହତ୍ୟା କରାଯିବାକୁ ଧମକ ଦିଆଯାଇଛି । ପ୍ରେରକ ନିଜକୁ ଟିଏମସି ନେତା(TMC Leader) ବୋଲି କହିଛି ।'' ସାଂସଦ ଟ୍ବିଟରରେ ଏକ ଭିଡିଓ ଜାରି କରି ହତ୍ୟା ଧମକ ମିଳିବା ସମ୍ପର୍କରେ ଏହି ସୂଚନା ଦେଇଛନ୍ତି ।''