ETV Bharat / bharat

Udhayanidhi Stalin Remark: 'ଇଣ୍ଡିଆ ମେଣ୍ଟର ଏଜେଣ୍ଡା ସନାତନ ଧର୍ମର ସମୂଳ ବିନାଶ'

author img

By ETV Bharat Odisha Team

Published : Sep 3, 2023, 8:25 PM IST

ସନାତନ ଧର୍ମ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ DMK ନେତା ଉଦୟାନିଧି ଷ୍ଟାଲିନ । ପ୍ରେସ କନଫରେନ୍ସରେ ବର୍ଷିଲେ ବିଜେପି ମୁଖପାତ୍ର ସୁଧାଂଶୁ ତ୍ରିବେଦୀ । ଅଧିକ ପଢନ୍ତୁ

Etv Bharat
Etv Bharat
'ଇଣ୍ଡିଆ ମେଣ୍ଟର ଏଜେଣ୍ଡା ସନାତନ ଧର୍ମର ସମୂଳ ବିନାଶ'

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍‌ଙ୍କ ପୁଅ ତଥା ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନଙ୍କ ସନାତନ ଧର୍ମ ଉପରେ ଆପତ୍ତିଜନକ ମନ୍ତବ୍ୟକୁ ନେଇ ବର୍ଷିଲା ବିଜେପି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ଷ୍ଟାଲିନଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସୁଧାଂଶୁ ତ୍ରିବେଦୀ । ବିରୋଧୀ ମେଣ୍ଟ 'ଇଣ୍ଡିଆ'ର ଏଜେଣ୍ଡା ହେଉଛି ସନାତନ ଧର୍ମର ସମୂଳ ବିନାଶ ବୋଲି ସେ କହିଛନ୍ତି । ତ୍ରିବେଦୀ ଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରେସ କନଫରେନ୍ସରେ ଷ୍ଟାଲିନଙ୍କ ଉପରେ ବର୍ଷିଛନ୍ତି ।

ଏ ନେଇ ସୁଧାଂଶୁ ତ୍ରିବେଦୀ କହିଛନ୍ତି, "ଏମାନଙ୍କ ଏଜେଣ୍ଡା ସ୍ପଷ୍ଟ ବାରି ହୋଇପଡୁଛି । ହିନ୍ଦୁ ଧର୍ମର ସମୂଳ ବିନାଶ ଏମାନଙ୍କ ଲକ୍ଷ୍ୟ ରହିଛି । ତେବେ ଏହା କୌଣସି ଧର୍ମ-ସଂସ୍କୃତିର ପ୍ରସଙ୍ଗ ନୁହେଁ । ଏହା ସମ୍ପୂର୍ଣ୍ଣ ଭାରତବର୍ଷର ବିନାଶ ଉପରେ ଆଧାରିତ । ଭାରତର ଯେଉଁ ଅଂଶରେ ସନାତନ ଧର୍ମର ଲୋପ ପାଇଛି, ତାହାର ଅବସ୍ଥା ଦେଖିବାକୁ କହିଲେ ଉଦାହରଣ ହେଉଛି ପାକିସ୍ତାନ । ଯେଉଁଠି ଏବେ ସଙ୍କଟ ଦେଖାଦେଇଛି । ଭାରତର କାଶ୍ମୀରକୁ ଉଦାହରଣ ଭାବେ ନେଇପାରିବା । 2019 ପୂର୍ବରୁ ଏଠାରେ ଅଭିବୃଦ୍ଧି ହାର କଣ ଥିଲା? ଇଣ୍ଡିଆ ମେଣ୍ଟର ପ୍ରକୃତ ଉଦ୍ଦେଶ୍ୟ ଏବେ ସାମ୍ନାକୁ ଆସିଛି । ଏହା ଦେଶର ବିଚାରଧାରା ଉପରେ କେବଳ ପ୍ରହାର ଛଡା ଆଉ କିଛି ନୁହେଁ ।"

ଏହା ବି ପଢନ୍ତୁ- Udhayanidhi Stalin remark: INDIA ମେଣ୍ଟ ସନାତନ ଧର୍ମକୁ ଅପମାନିତ କରିଛି କହିଲେ ଶାହ

ସୂଚନା ଥାଉ କି ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଶନିବାର ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଏହି ଧର୍ମକୁ ସମାପ୍ତ କରିବା ଉଚିତ ବୋଲି ସେ କହିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି । ଏପରିକି ଉଦୟାନିଧି ସନାତନ ଧର୍ମକୁ କରୋନା ଭାଇରସ, ଡେଙ୍ଗୁ, ମ୍ୟାଲେରିଆ ସହିତ ତୁଳନା କରିଛନ୍ତି । ଏ ନେଇ ସେ କହିଛନ୍ତି, "ସନାତନ ଧର୍ମ କରୋନା ଭାଇରସ, ଡେଙ୍ଗୁ, ମ୍ୟାଲେରିଆ ପରି । ଏଣୁ ଏହା ସହିତ ଲଢିବା ବଦଳରେ ଏହାର ସମୂଳ ବିନାଶ କରିବା ଉଚିତ ।"

ଏହା ବି ପଢନ୍ତୁ- Sanatan dharma remark Row: ସନାତନ ବିରୋଧୀ ମନ୍ତବ୍ୟ ପରେ ତେଜିଲା ବିରୋଧ, ଉଦୟନିଧିଙ୍କ ନାଁରେ ଏତଲା

ତାମିଲନାଡ଼ୁ ପ୍ରଗତିଶୀଳ ଲେଖକ ଓ କଳାକାର ସଂଘ ଦ୍ବାରା ଚେନ୍ନାଇରେ ଆୟୋଜିତ ଏକ ବୈଠକରେ ଯୋଗ ଦେଇ ଉଦୟାନିଧି ଷ୍ଟାଲିନ୍‌ ଏହି ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ ସନାତନ ଧର୍ମକୁ 'ସନାତନମ' ସମ୍ବୋଧନ କରିଥିଲେ । ଏ ନେଇ ସେ କହିଥିଲେ, "ସନାତନମ କଣ ? ଏହା ସଂସ୍କୃତ ଭାଷାରୁ ଆନୀତ । ସନାତନ ସମାନତା ଓ ସାମାଜିକ ନ୍ୟାୟର ବିରୋଧରେ ଯିବା ବ୍ୟତୀତ ଆଉ କିଛି ନୁହେଁ । ସନାତନ ଲୋକଙ୍କୁ ଜାତିର ଆଧାର ଉପରେ ବାଣ୍ଟିଛି । "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.